ଗତ କିଛି ବର୍ଷ ଧରି ଖଲ୍ଲିକୋଟ କେଶପୁରପାଟଣା ଗ୍ରାମରେ ଲାଗି ରହିଥିବା ରାଜନୈତିକ ଶତୃତା ଗତକାଲି ଉଗ୍ରରୂପ ଧାରଣ କରିଥିଲା। ବିଧାୟିକା ସୂର୍ଯ୍ୟମଣି ବୈଦ୍ଯଙ୍କ ସମର୍ଥକ ଓ ବିରୋଧୀ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହେବା ସହ ପରସ୍ପର ଉପରକୁ ଆକ୍ରମଣ କରିଥିଲେ।
Trending Photos
ବ୍ରହ୍ମପୁର: ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ଯଙ୍କ ବାସ ଭବନ ଉପରକୁ ଆକ୍ରମଣ ସହ ଗ୍ରାମରେ ଆତଙ୍କ ସୃଷ୍ଟି କରି ବୋମା ମାଡ଼ କରିବା ଘଟଣାରେ ୬ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ସେପଟେ ଗିରଫ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ହୋଇପଡିଛି।
ଗତ କିଛି ବର୍ଷ ଧରି ଖଲ୍ଲିକୋଟ କେଶପୁରପାଟଣା ଗ୍ରାମରେ ଲାଗି ରହିଥିବା ରାଜନୈତିକ ଶତୃତା ଗତକାଲି ଉଗ୍ରରୂପ ଧାରଣ କରିଥିଲା। ବିଧାୟିକା ସୂର୍ଯ୍ୟମଣି ବୈଦ୍ଯଙ୍କ ସମର୍ଥକ ଓ ବିରୋଧୀ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହେବା ସହ ପରସ୍ପର ଉପରକୁ ଆକ୍ରମଣ କରିଥିଲେ। ଗୋଟିଏ ଗୋଷ୍ଠୀର କିଛି ଦୁର୍ବୃତ ବିଧାୟିକାଙ୍କ ଦୁଇ ସମର୍ଥକଙ୍କୁ ଖାଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
Also Read: ବରଗଡ଼ରେ ଦ୍ଵିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି ଜଣାଇଲେ ଇରାସିସ୍ ଆଚାର୍ଯ୍ୟ
ବିଧାୟିକାଙ୍କ ଅନୁପସ୍ଥିତିରେ ଦୁର୍ବୃତମାନେ ତାଙ୍କ ଘର ଉପରକୁ ବୋମା ମାଡ଼ କରିବା ସହ ଢେଲା ମାଡ କରିଥିଲେ। ଯାହାକୁ ନେଇ ଗ୍ରାମରେ ଅସାନ୍ତି ଲାଗି ରହିଥିବା ବେଳେ ବ୍ଯାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗିରଫ ଭୟର ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ଦୁଇ ଗୋଷ୍ଠୀର ୬ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ଗୁରୁବାର ଦିନ ପୂର୍ବତନ ବିଧାୟିକା ଖଲ୍ଲିକୋଟ ରାଣୀସାହେବା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଜୟନ୍ତୀ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ବ୍ୟସ୍ତଥିଲେ। ଏହି ସମୟରେ ୯ ଜଣ ଦୁର୍ବୃତ ଏକକାଳୀନ ୩ଟି ସ୍ଥାନରେ ଆତଙ୍କ ଖେଳାଇବାକୁ ଉଦ୍ୟମ କରାଯାଇଛି। ଗତ ବିଧାନସଭା ନିର୍ବାଚନ ପରଠାରୁ ଗ୍ରାମର ଶ୍ମଶାନ ଜମି ଓ ହନୁମାନ ମନ୍ଦିର ଜମିକୁ ନେଇ କଳହ ଲାଗି ରହିଛି। ଯାହାକୁ ଏବେ ରାଜନୈତିକ ରଙ୍ଗ ଦିଆଯାଇଛି।