MSP ଆଳରେ ଠକେଇ! ସରକାରୀ ମୂଲ୍ୟର ଦୁଇ ଗୁଣ ଦେଉଛି ବେପାରୀ
Advertisement
Article Detail0/zeeodisha/odisha887329

MSP ଆଳରେ ଠକେଇ! ସରକାରୀ ମୂଲ୍ୟର ଦୁଇ ଗୁଣ ଦେଉଛି ବେପାରୀ

କନ୍ଧମାଳ (Kandhamal) ଏକ ଆଦିବାସୀ (Tribe) ବହୁଳ ଜିଲ୍ଲା। ଏହା ପ୍ରାୟତଃ ଜନସାଧାରଣ ଜୀବନଜୀବିକା ପାଇଁ କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଋତୁ ଅନୁସାରେ ଯାହା ଜଙ୍ଗଲରୁ ଯାହା ମିଳେ ଲୋକେ ତାହାକୁ ସଂଗ୍ରହ କରି ବିକ୍ରି କରନ୍ତି।

ଡିଜାଇନ ଫଟୋ

 

କନ୍ଧମାଳ:  କିଭଳି ଲୋକେ ଠକାମୀର ଶିକାର ନହେବେ ତାହାକୁ ନେଇ ସରକାର ବେଶ୍ ଯତ୍ନଶୀଳ। ସେଥିପାଇଁ ଶସ୍ୟ ସମେତ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟର MSP ନିର୍ଦ୍ଧାରିତ କରାଯାଇଛି। ଆଉ TDC ମାଧ୍ୟମରେ ସେଗୁଡିକୁ କିଣିବାର ପ୍ରାବଧାନ ମଧ୍ୟ ରହିଛି। କିନ୍ତୁ ଠକେଇରୁ ଲୋକଙ୍କୁ ବଞ୍ଚାଉଥିବା ସରକାରୀ କଳ ହିଁ ଏବେ ଠକ ବହାରିଲାଣି। ଯାହାର ପ୍ରମାଣ ଅଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି।

କନ୍ଧମାଳ (Kandhamal) ଏକ ଆଦିବାସୀ (Tribe) ବହୁଳ ଜିଲ୍ଲା। ଏହା ପ୍ରାୟତଃ ଜନସାଧାରଣ ଜୀବନଜୀବିକା ପାଇଁ କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଋତୁ ଅନୁସାରେ ଯାହା ଜଙ୍ଗଲରୁ ଯାହା ମିଳେ ଲୋକେ ତାହାକୁ ସଂଗ୍ରହ କରି ବିକ୍ରି କରନ୍ତି। ଆଉ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ MSP ଯୋଗୁଁ ସେମାନେ ଭଲ ଦୁଇ ପଇସା ଲାଭ ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ପ୍ରକୃତରେ ସରକାରଙ୍କଠାରୁ ନିରିହ ଆଦିବାସୀମାନେ ଯାହା ଆଶା କରିଥିଲେ ତାହା ହିଁ ନିରାଶାର କାରଣ ପାଲଟିଛି। 

Also Read: ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ କୋରୋନା ଗାଇଡଲାଇନ; ଜାଣନ୍ତୁ କ'ଣ କରିବେ, କ'ଣ ନାହିଁ

ଜିଲ୍ଲାର ୭୦ ଭାଗ ଜନସାଧାରଣ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ଲାଖ, ଝୁଣା, ଶିଆଳି ପତ୍ର ଭଳି ମହୁଲ ଫୁଲ (Mahua) ମଧ୍ୟ ସଂଗ୍ରହ ମଧ୍ୟରେ ମୁଖ୍ୟ। ସେମାନେ ଦିନ ତମାମ ଖରାରେ ମହୁଲ ସଂଗ୍ରହ କରୁଛନ୍ତି କିନ୍ତୁ ତାହାର ଉପଯୁକ୍ତ ପ୍ରାପ୍ୟ ମିଳୁନାହିଁ। ସରକାରଙ୍କ TDC ଜରିଆରେ ମହୁଲର MSP ୧୭ରୁ ୧୮ ଟଙ୍କା ଧାଯ୍ୟା କରାଯାଇଛି। କିନ୍ତୁ ବାହାର ବେପାରୀ ୪୦ ଟଙ୍କାରେ କିଣୁଛନ୍ତି। ଫଳରେ ଲୋକେ TDCକୁ ମହୁଲ ବିକିବା ପାଇଁ ନାପସନ୍ଦ କରୁଛନ୍ତି।

ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ ଦୁଇ ଗୁଣା ଅଧିକ ଟଙ୍କାରେ ବାହାର ବେପାରୀ ମହୁଲ କିଣୁଛନ୍ତି। ତାମାନେ ନିହାତି ଭାବରେ ବେପାରୀ କିଣୁଥିବା ମୁଲ୍ୟ ଠାରୁ ମହୁଲର ପ୍ରକୃତ ମୂଲ୍ୟ ଅଧିକ ଥିବ। କିନ୍ତୁ ସରକାର କୌଣସି ସର୍ଭେ ନକରି ମହୁଲର MSP ଧାର୍ଯ୍ୟ କରିଛନ୍ତି। ନଚେତ ନିରୀହ ଆଦିବାସୀଙ୍କୁ ସହାୟତା ନାମରେ ଆଇନ ଅନୁସାରେ ଲୁଟିବାର ବ୍ୟବସ୍ଥା କରାଯାଇଛି ବୋଲି ମହୁଲ ସଂଗ୍ରହକାରୀମାନେ ଅଭିଯୋଗ କରିଛନ୍ତି।