ପାଞ୍ଚ ବର୍ଷୀୟ ବିସ୍ମୟ ବାଳକ ହରିକ୍ରିଷ୍ଣା: ୧.୨୫ ସେକେଣ୍ଡରେ କହୁଛନ୍ତି ୩୫ରୁ ଉର୍ଦ୍ଧ୍ୱ ବୈଜ୍ଞାନିକଙ୍କ ନାଁ
Advertisement

ପାଞ୍ଚ ବର୍ଷୀୟ ବିସ୍ମୟ ବାଳକ ହରିକ୍ରିଷ୍ଣା: ୧.୨୫ ସେକେଣ୍ଡରେ କହୁଛନ୍ତି ୩୫ରୁ ଉର୍ଦ୍ଧ୍ୱ ବୈଜ୍ଞାନିକଙ୍କ ନାଁ

ଠିକ ସେ କଥା କହିବାର ସକ୍ଷମ ନାହାନ୍ତି ସତ ହେଲେ କୋରୋନା କାଳରେ ଲକଡାଉନ ହିଁ ପଦାକୁ ଆଣିଛି ତାଙ୍କ ଭିତରେ ରହିଥିବା ସ୍ମରଣ ସକ୍ତି ର ଦକ୍ଷତାକୁ ।

ପାଞ୍ଚ ବର୍ଷୀୟ ବିସ୍ମୟ ବାଳକ ହରିକ୍ରିଷ୍ଣା: ୧.୨୫ ସେକେଣ୍ଡରେ କହୁଛନ୍ତି ୩୫ରୁ ଉର୍ଦ୍ଧ୍ୱ ବୈଜ୍ଞାନିକଙ୍କ ନାଁ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବୟସ ମାତ୍ର ୫ ବର୍ଷ । ହେଲେ ବୁଦ୍ଧି କିନ୍ତୁ ସମସ୍ତଙ୍କୁ ଆଚମ୍ବିତ କଲାଭଳି । ମାତ୍ର ୧ ମିନିଟ୍ ୨୫ ସେକେଣ୍ଡ ଭିତରେ ୩୫ ରୁ ଉର୍ଦ୍ଧ୍ୱ ବୈଜ୍ଞାନିକ ଶବ୍ଦକୁ ମୁଖରେ ଆଦୃତ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡ ଓ ଇଣ୍ଡିଆ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି ବ୍ରହ୍ମପୁର ସହରର ଜଣେ କୁନି ଶିଶୁ । ଠିକ ସେ କଥା କହିବାର ସକ୍ଷମ ନାହାନ୍ତି ସତ ହେଲେ କୋରୋନା କାଳରେ ଲକଡାଉନ ହିଁ ପଦାକୁ ଆଣିଛି ତାଙ୍କ ଭିତରେ ରହିଥିବା ସ୍ମରଣ ସକ୍ତି ର ଦକ୍ଷତାକୁ । ତେବେ କିଏ ଏହି ଶିଶୁ କଣ ରହିଛି ତାଙ୍କର ସଫଳତା  ଆସନ୍ତୁ ନଜର ପକାଇବା ଏହି ରିପୋର୍ଟ ଉପରେ ।

ଖନେଇ ଖନେଇ କଥା କହୁଥିବା ଏହି ଶିଶୁ ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡ (India Book Of Record) ର ଓ ଇଣ୍ଡିଆ ୱାଲ୍ଡ ରେକର୍ଡ (India World Record) ର ଅଧିକାରୀ । ପାଟିରୁ ଝରି ପଡୁଛି ଅନର୍ଗଳ ବୈଜ୍ଞାନିକ ଶବ୍ଦ । ତାଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଯେ, ଯେତେ କଷ୍ଟ ଶବ୍ଦ ହେଲେ ମଧ୍ୟ ମନେ ରଖିବା ସହ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଉଚାରଣ କରିବାରେ ସେ ମାହିର । ଏଥିଲାଗି ତ ଏକ ମିନିଟ ୨୫ ସେକେଣ୍ଡ ମଧ୍ୟରେ ୩୫ ରୁ ଉର୍ଦ୍ଧ୍ୱ ବୈଜ୍ଞାନିକ ନାମକୁ ମୁଖରେ ଆଦୃତ କରି ନିଜ ନାମକୁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ଓ ଇଣ୍ଡିଆ ୱାର୍ଲ୍ଡ ରେକର୍ଡର ତାଲିକାରେ ଯୋଡ଼ିବାରେ ସଫଳ ହୋଇଛନ୍ତି ବ୍ରହ୍ମପୁର ଗୋଇଲୁଣ୍ଡି ଅଞ୍ଚଳର ୫ ବର୍ଷର ମେଧାବୀ ଛାତ୍ର ଡି. ହରିକ୍ରିଷ୍ଣା । ଚିତ୍ରକଳା ଓ ଗୀତ ଗାଇବା ପ୍ରତି ବେସ ରୁଚି ରଖୁଥିବା କ୍ରିଷ୍ଣା ଦକ୍ଷତା ଏବେ ସମସ୍ତଙ୍କୁ ବେଶ ଆକର୍ଷିତ କରିଛି । 

Also Read: ମାଓ ମୁଲକରେ ମଡ଼କ, କେମିତି ମଲେ ୧୬୦ ମାଓବାଦୀ ?

ହରିକ୍ରୀଷ୍ଣାଙ୍କ ଏହି ସଫଳତା ପଛରେ ରହିଛି ଲକଡାଉନ କଟକଣା (Lockdown Guideline) । ମା ସୋନମ ଓ ବାପା ଲୋକ ରାଜ ପାତ୍ର, ବେଶ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଉଭୟ ମା ବାପା ଙ୍କ ସହ ହରିକ୍ରୀଷ୍ଣା (HariKrishna) ବେଙ୍ଗାଲୁରୁ ରୁହନ୍ତି ଓ ୟୁକେଜିରେ ପାଠ ପଢନ୍ତି । ମା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ରହିଥିବା ବେଳେ କୋରୋନା ମହାମାରୀ ସମୟରେ ଅନ ଲାଇନ କ୍ଲାସ ମାଧ୍ୟମରେ ପିଲାଙ୍କୁ ଜୁଲୋଜି (Zoology)ଶିକ୍ଷା ପ୍ରଦାନ କରିଥାନ୍ତି ।

Also Read: 'ରିଙ୍କି ମୋତେ ବର୍ବାଦ କରିଦେଲା'

ପୃଥିବୀର ପ୍ରତ୍ୟେକଟି ଶବ୍ଦର ଗୋଟିଏ ଲେଖାଏଁ ବୈଜ୍ଞାନିକ ଶବ୍ଦ ( Scientific Word) ରହିଥିବା ବେଳେ ଏହାକୁ ଉଚ୍ଚାରଣ କରିବା କଷ୍ଟ ରହିଥାଏ । ଠିକ ସେହିଭଳି ଶବ୍ଦ ଗୁଡିକୁ ପ୍ରତିଟି ସମୟରେ ମାଙ୍କ ପାଖେ ପାଖେ ରହି ଶୁଣି ଶୁଣି ନିଜ ସ୍ମରଣ ସକ୍ତି ମାଧ୍ୟମରେ ମନେ ରଖିବା ସହ ସ୍ବଳ୍ପ ସମୟରେ ଉଚାରଣ କରିବାରେ ସଫଳ ହୋଇଛନ୍ତି ହରିକ୍ରୀଷ୍ଣା । ଏତେ କମ ବୟସରେ ନିଜ ଶିଶୁର ଏଭଳି ଦକ୍ଷତାକୁ ନେଇ ଗର୍ବ ଅନୁଭବ କରନ୍ତି କ୍ରିଷ୍ଣାଙ୍କ ବାପା ମା ।  ସର୍ବଗୁଣ ସମ୍ପନ୍ନା ହରିକ୍ରୀଷ୍ଣାଙ୍କ ଏଭଳି ସଫଳତା ଅନ୍ୟ ଶିଶୁଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ।