ପାର୍ବଣରେ ଶ୍ବେତ ଶାଢ଼ୀ ପିନ୍ଧି ହସୁଛି କାଶତଣ୍ଡି
Advertisement

ପାର୍ବଣରେ ଶ୍ବେତ ଶାଢ଼ୀ ପିନ୍ଧି ହସୁଛି କାଶତଣ୍ଡି

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଚିଳା ନଇ ପଠାରେ ଖିଲିଖିଲି ହୋଇ ହସୁଛି କାଶତଣ୍ଡି। ଫୁଲର ସୁଗନ୍ଧ ନଥାଏ ସିନା, କିନ୍ତୁ ରୂପ ତାର ଭାରି ମନଲୋଭା। ଭ୍ରମରକୁ ଆକର୍ଷିତ କରିପାରେନି ସିନା, କିନ୍ତୁ କବି, ଭାବୁକ ଓ ବାଟରେ ଗଲା ଆସିଲା ଲୋକକୁ ଆନମନା କରିଦିଏ।

ଫାଇଲ ଫଟୋ

ବିବେକାନନ୍ଦ ସାମଲ, ଭଦ୍ରକ: ଶରତ ଆସୁଛି ମୋ ଗାଁ ହସୁଛି, ହସେ ପୁଣି ଗାଁ ନଇ। ଶ୍ବେତ ଶାଢ଼ୀ ପିନ୍ଧି କାଶତଣ୍ଡି ହସି ଆନନ୍ଦେ ଅଧିର ହୋଇ। ଋତୁ ଚକ୍ରର ତାଳେ ତାଳେ ବଦଳି ଥାଏ ପ୍ରକୃତିର ଚିତ୍ର। ବିଶେଷ କରି ଶରତ ଋତୁରେ ଧରଣୀର ଶୋଭା ବଢାଇଥାଏ କାଶତଣ୍ଡି ଫୁଲ। ମନେହୁଏ ସତେଯେମିତି ଧଳା ଚାଦର ବିଛାଇ ଦେଇଛନ୍ତି ସ୍ୱର୍ଗର କେଉଁ ଦେବଦୂତ।

ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି ରାଣୀ କାଶତଣ୍ଡି। ହାଲୁକା ହାଲୁକା ପବନର ଛୁଆଁରେ ଖିଲିଖିଲି ହୋଇ ହସି ଉଠୁଛି ପ୍ରକୃତିର ଏଇ ଅପୁର୍ବ ସୃଷ୍ଟି। ଆଉ କୋହୁଛି ହେ ମଣିଷମାନେ ପୃଥିବୀକୁ ପାର୍ବଣ ଆସିଗଲା। ଶରତ ଋତୁରେ ମା ଦୁର୍ଗାଙ୍କୁ ସ୍ବାଗତ କରିବା ପାଇଁ ସତେ ଯେମିତି ଧରାପୃଷ୍ଠକୁ ଓହ୍ଲାଇ ଆସିଛି କାଶତଣ୍ଡି । 

Also Read: Dubai Expo 2020: ବିଶ୍ୱ ସମୁଦାୟକୁ ଆର୍ଥିକ ତାକତ ଦେଖାଇବ ଭାରତ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଚିଳା ନଇ ପଠାରେ ଖିଲିଖିଲି ହୋଇ ହସୁଛି କାଶତଣ୍ଡି (kans grass) । ଫୁଲର ସୁଗନ୍ଧ ନଥାଏ ସିନା, କିନ୍ତୁ ରୂପ ତାର ଭାରି ମନଲୋଭା। ଭ୍ରମରକୁ ଆକର୍ଷିତ କରିପାରେନି ସିନା, କିନ୍ତୁ କବି, ଭାବୁକ ଓ ବାଟରେ ଗଲା ଆସିଲା ଲୋକକୁ ଆନମନା କରିଦିଏ।

fallback

କାଶତଣ୍ଡି ଫୁଲ ପାର୍ବଣର ପୂର୍ବାଭାସ ହୋଇଥାଏ। ଶାରଦୀୟ ଶୋଭାବର୍ଦ୍ଧନ ପାଇଁ ଆଣିଥାଏ ଅପୂର୍ବ ସମ୍ଭାର। ଜଗତ ଜନନୀଙ୍କ ଆଗମନରେ ପୁଲକିତ ହେବ ଧରଣୀ ରାଣୀ। ସେଇଥିପାଇଁ ତ କବି କୁହେ, କାଶତଣ୍ଡି କାଳେ ଏମିତି ଧୋବ ଫରଫର ଗାଲିଚା ବିଛେଇ ଚାହିଁ ରହିଥାଏ ମାଙ୍କୁ।

Also Read: ଦଶହରା ରଙ୍ଗକୁ ରଙ୍ଗହୀନ କରିବ ମହାମାରୀ; ଲାଗୁ ହେବ ନାଇଟକର୍ଫ୍ୟୁ

'ଝିପି ଝିପି ମେଘ ସରିଗଲା ଏବେ ବରଷା ବିଦାୟ ନେଲା। ଟିକି ଟିକି ଟୋପା ଶିଶିର ବିନ୍ଦୁ ଯେ ମରତକୁ ଛୁଇଁଗଲା। ଦୁନିଆଟା ଆଜି ସୁନ୍ଦର ଲାଗୁଛି ଶରତର ଆଗମନେ। କାଶତଣ୍ଡି ଫୁଲ ନଦୀ ପଠା ପରେ ମୁରୁକି ହସୁଛି ମନେ।'