ରାଜ୍ୟରେ ୩୬ ହଜାର ଛୁଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା
Advertisement
Article Detail0/zeeodisha/odisha722397

ରାଜ୍ୟରେ ୩୬ ହଜାର ଛୁଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଗଞ୍ଜାମରେ ନିୟନ୍ତ୍ରଣ ବାହାରେ କୋରୋନା...

ରାଜ୍ୟରେ ୩୬ ହଜାର ଛୁଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ଆଜି ୨୪ ଘଣ୍ଟା ମଧ୍ୟରେ ୧୩୮୪ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ବାହାରେ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୬୨୯୭ରେ ସଂକ୍ରମିତଙ୍କ ମାମଲା ରହିଛି। 

ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୩୮୪ଟି ମାମଲା ମଧ୍ୟରୁ ୮୭୩ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସମାନ୍ତରାଳ ଭାବରେ ସ୍ଥାନୀୟ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ମାମଲା ୫୧୧ଟି ରହିଛି। ସେପଟେ ଗଞ୍ଜାମ ସହିତ ଖୋର୍ଦ୍ଧାରେ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। 

ସେପଟେ ୨୬ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।  ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଆଜି ସର୍ବାଧିକ ୩୩୧ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୨୧୧ଟି ମାମଲା ସାମ୍ନାକୁ ଆସିଛି। 

ସେହିପରି ଅନୁଗୋଳରେ ୧୩ ଜଣ, ବାଲେଶ୍ୱରରେ ୭୯, ବରଗଡ଼ରେ ୩୩, ଭଦ୍ରକରୁ ୨୫, ବଲାଙ୍ଗୀରରୁ ୫୧, କଟକରୁ ୮୯, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରୁ ୧୧ ଜଣ, ଗଜପତିରୁ ୬୧ ଜଣ, ଜଗତସିଂହପୁରରୁ ୨୨ ଜଣ, ଯାଜପୁରରୁ ୧୮ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ୪ ଜଣ, କୋରାପୁଟରୁ ୯୭ ଜଣ, ମାଲକାନଗିରିରୁ ୩୯ ଜଣ,  ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୨୬ ଜଣ, ନୟାଗଡ଼ରୁ ୨୨ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୧୭ ଜଣ, ରାୟଗଡ଼ାରୁ ୩୮ ଜଣ, ସମ୍ବଲପୁରରୁ ୯୩ ଜଣ, ସୋନପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୪୬ ଜଣଙ୍କ ସମ୍ପର୍କରେ ଜଣାପଡ଼ିଛି।  

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୧୯୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୪୦୯୫ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୬୮୧ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି।