ଅମାନିଆ ଗାଡି ଚାଳକଙ୍କ ନାଁରେ ଗଡୁଛି ୯ କୋଟି ଟଙ୍କାର ଜୋରିମାନା
Advertisement

ଅମାନିଆ ଗାଡି ଚାଳକଙ୍କ ନାଁରେ ଗଡୁଛି ୯ କୋଟି ଟଙ୍କାର ଜୋରିମାନା

ଟ୍ରାଫିକ ପୋଲିସକୁ ଖାତିର କରୁନାହାଁନ୍ତି ଅମାନିଆ ଗାଡ଼ିଚାଳକ । ଟ୍ରାଫିକ ପୋଲିସ ଉଲ୍ଲଂଘନକାରୀଙ୍କୁ ବାରମ୍ବାର ନୋଟିସ କରୁଥିଲେ ମଧ୍ୟ ସେମାନେ ଜୋରିମାନା ଟଙ୍କା ଦେବାର ନାଁ ଗନ୍ଧ ଧରୁନାହାଁନ୍ତି ।

ଅମାନିଆ ଗାଡି ଚାଳକଙ୍କ ନାଁରେ ଗଡୁଛି ୯ କୋଟି ଟଙ୍କାର ଜୋରିମାନା

ସରୋଜ ବେହେରା, ଭୁବନେଶ୍ବର: ନୂଆବର୍ଷରୁ ବାଇକ୍ ପଛରେ ବସିଲେ ହେଲମେଟ୍ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ଟ୍ରାଫିକ୍ ପୋଲିସ ପକ୍ଷରୁ ଧରପଗଡ଼ ଜୋରଦାର କରାଯାଉଛି । ହେଲେ ଟ୍ରାଫିକ ପୋଲିସକୁ ଖାତିର କରୁନାହାଁନ୍ତି ଅମାନିଆ ଗାଡ଼ିଚାଳକ । ଟ୍ରାଫିକ ପୋଲିସ ଉଲ୍ଲଂଘନକାରୀଙ୍କୁ ବାରମ୍ବାର ନୋଟିସ କରୁଥିଲେ ମଧ୍ୟ ସେମାନେ ଜୋରିମାନା ଟଙ୍କା ଦେବାର ନାଁ ଗନ୍ଧ ଧରୁନାହାଁନ୍ତି । ଫଳରେ ବର୍ଷବର୍ଷ ଧରି କୋଟି କୋଟି ଟଙ୍କା ଏବେ ଚାଲାଣକାରୀଙ୍କ ଉପରେ ଗଡୁଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଟ୍ରାଫିକ ପୋଲିସ । ସବୁଠୁ ବଡ଼ କଥା ହେଲା ଜୋରିମାନା ଦେଉଥିବା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଫାଙ୍କୁଥିବା ବ୍ୟକ୍ତିଙ୍କ ସଂଖ୍ୟା ସବୁଠୁ ଅଧିକ ।  

ଏପଟେ ଚାଲିଛି ଟ୍ରାଫିକ ସଚେତନତା ସପ୍ତାହ (Road Safety week) । ସପ୍ତାହକ ପାଇଁ ନୁହେଁ ଏଥର ଲୋକଙ୍କୁ ସଚେତନ କରିବା ପାଇଁ ମାସକ ପାଇଁ କରାଯାଉଛି କାର୍ଯ୍ୟକ୍ରମ । ହେଲେ ଅମାନିଆଙ୍କୁ ସୁଧାରି ପାରୁନାହିଁ ଟ୍ରାଫିକ ପୋଲିସ (Traffic Police) । ଲାଗୁଛି ଯେପରି ବାଟବଣା ହେଉଛି ଟ୍ରାଫିକ ସଚେତନ କାର୍ଯ୍ୟକ୍ରମ । ଅମାନିଆଙ୍କୁ ସାବାଡ କରିବା ପାଇଁ ଫାଇନ (Fine) କାଟି ଜୋରିମାନା ଆଦାୟ କରାଯାଉଛି । କେତେ ବେଳେ ନଗଦ ଟଙ୍କା ତ ଆଉ କେତେ ବେଳେ ଇ ଚାଲାଣ (E-challan) ମାଧ୍ୟମରେ ଫାଇନ କରି ଅମାନିଆଙ୍କୁ ସାବାଡ କରିବାକୁ ଚେଷ୍ଟା କରାଯାଉଛି । ହେଲେ ଅମାନିଆ ସାବାଡ ହେବେ କଣ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଲେଣି । ଇ ଚାଲାଣରେ ଫାଇନ ଆସୁଥିବା ବେଳେ ଟ୍ରାଫିକ ପୋଲିସ ଉଲ୍ଲଂଘନକାରୀଙ୍କୁ ବାରମ୍ବାର ନୋଟିସ କରୁଥିଲେ ମଧ୍ୟ ସେମାନେ ଜୋରିମାନା ଟଙ୍କା ଦେବାର ନାଁ ଗନ୍ଧ ଧରୁନାହାଁନ୍ତି । ଫଳରେ ବର୍ଷବର୍ଷ ଧରି କୋଟି କୋଟି ଟଙ୍କା ଏବେ ଚାଲାଣକାରୀଙ୍କ ଉପରେ ଗଡୁଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଟ୍ରାଫିକ ପୋଲିସ୍ ।  

fallback

ସରକାରୀ ତଥ୍ୟ ମୁତାବକ ୨୦୨୦ ଅକ୍ଟୋବର ଶେଷ ଯାଏ ୨୯ ହଜାର ୧୨୯ ଜଣ ଅମାନିଆ ଗାଡ଼ି ଚାଳକଙ୍କଠାରୁ ୧ କୋଟି ୧୪ଲକ୍ଷ ୬୯ ହଜାର ୯୫୦ ଟଙ୍କା ଆଦାୟ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୮୫ ହଜାର ୯୯ ଜଣଙ୍କ ନାମରେ ବର୍ତ୍ତମାନ ସୁଦ୍ଧା ୮କୋଟି ୭୮ଲକ୍ଷ ୧୨ ହଜାର ଟଙ୍କାର ଚାଲାଣ ରହିଛି । ଚାଲାଣ ଦେଇନଥିବା ଲୋକଙ୍କ ଘରକୁ ଚାଲାଣ ନୋଟିସ୍ (Challan Notice) ବାରମ୍ବାର ପଠାଯାଉଥିଲେ ମଧ୍ୟ ସେମାନେ ଏହାକୁ ଖାତିର୍ କରୁନାହାଁନ୍ତି, କି ଜୋରିମାନା(Fine) ଦେଉନାହାଁନ୍ତି । 

Also Read: ସେରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ, କୋଭିସିଲ୍ଡ ସୁରକ୍ଷିତ ନା ନାହିଁ ?

କମିଶନରେଟ ପୋଲିସ୍ (Commissionerate Police)  ପକ୍ଷରୁ ଅନ୍‌ଲାଇନ୍‌ (Online)ରେ ଚାଲାଣ କାଟିବାକୁ ଯେଉଁ ବ୍ୟବସ୍ଥା କରାଯାଇଥିଲା ତାହା ଏକପ୍ରକାର ବିଫଳ ହୋଇଛି । ଅନେକ ଲୋକେ ଅନ୍‌ଲାଇନ୍‌ରେ ଜୋରିମାନା ଦେବାକୁ ଚେଷ୍ଟା କଲେ ମଧ୍ୟ ଟ୍ରାଫିକ ପୋଲିସ ମୋବାଇଲକୁ ପଠାଉଥିବା ମେସେଜ (Message) ର ଲିଙ୍କ ଖୋଲୁନଥିବା ଅଭିଯୋଗ ମଧ୍ୟ ହେଉଛି । ଏ ସମ୍ପର୍କରେ ଟ୍ରାଫିକ ଦାୟିତ୍ବରେ ଥିବା ଅଧିକାରୀମାନେ ମଧ୍ୟ ସେଭଳି କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି । ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ନିକଟକୁ ମୋବାଇଲ୍‌କୁ ଚାଲାଣ ଲିଙ୍କ୍ ଓ ଘରକୁ ନୋଟିସ ପଠାଯାଉଛି । ଜୋରିମାନା ଦେବାରେ ବିଳମ୍ବ କଲେ ତାହାକୁ କୋର୍ଟକୁ ପଠାଇ ଦିଆଯାଉଛି । ବେଳେ ବେଳେ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ସମସ୍ୟା ହେଉଛି, ଏହାକୁ ଠିକ୍ କରାଯାଉଛି ବୋଲି ଟ୍ରାଫିକ ଡିସିପି (Traffic DCP) ସୂଚନା ଦେଇଛନ୍ତି । 

ଦେଖିବାକୁ ଗଲେ ପ୍ରତିବର୍ଷ ଟ୍ରାଫିକ୍ ଆଇନ ଉଲ୍ଲଂଘନକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୧୨ରେ ୬୯ ହଜାର ୧୬୪ ଜଣଙ୍କ ଠାରୁ ୧ କୋଟି ୨ଲକ୍ଷ ୪୦ ହଜାର ୮ଶହ ଟଙ୍କା ଜୋରିମାନା ଆଦାୟ ହୋଇଥିବା ବେଳେ,  ୨୦୧୩ରେ ୬୬ହଜାର ୩୦୨ ଜଣ ଉଲ୍ଲଂଘନକାରୀଙ୍କ ଠାରୁ ୧କୋଟି ୫ଲକ୍ଷ ୫୬ ହଜାର ୧୪୦ ଟଙ୍କା ଆଦାୟ ହୋଇଛି । ୨୦୧୪ରେ ଉଲ୍ଲଂଘନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୯୭ ହଜାର ୮୫୯ ଜଣଙ୍କ ଠାରୁ ୨କୋଟି ୫୫ଲକ୍ଷ ୪୧ ହଜାର ୯୦୫ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ୨୦୧୫ରେ ୧ଲକ୍ଷ ୫ହଜାର ୧୬ ଜଣଙ୍କ ଠାରୁ କୋଟି ୫୮ଲକ୍ଷ ୧୧ ହଜାର ୯୦ ଟଙ୍କା ଆଦାୟ ହୋଇଛି ।

Also Read: ଟିକାକରଣ ହେଲା ସହଜ, Zero ସଂକ୍ରମଣ ମୁହାଁ ରାଜଧାନୀ

ସେହିଭଳି ୨୦୧୬ରେ ୧ଲକ୍ଷ ୪୧ ହଜାର ୬୭୪ଜଣଙ୍କ ଠାରୁ ୩କୋଟି ୧୪ ଲକ୍ଷ ୧୭ ହଜାର ୩ଶହ ଟଙ୍କା ଆଦାୟ ହୋଇଛି । ୨୦୧୭ରେ ୯୯ହଜାର ୩୨ ଜଣ ଉଲ୍ଲଂଘନକାରୀଙ୍କ ଠାରୁ ୨କୋଟି ୫୭ଲକ୍ଷ ୭୬ ହଜାର ଟଙ୍କା ଆଦାୟ ହୋଇଛି । ସେଭଳି ୨୦୧୮ରେ ୧ଲକ୍ଷ ୮୦ ହଜାର ୮୩୩ଜଣ ଉଲ୍ଲଂଘନକାରୀଙ୍କ ଠାରୁ ୩ କୋଟି ୭୭ ଲକ୍ଷ ୯ହଜାର ୯ଶହ ଟଙ୍କା ଆଦାୟ ହୋଇଛି । ୨୦୧୯ରେ ୧ଲକ୍ଷ ୧୬ ହଜାର ୭୨୯ ଜଣ ଉଲ୍ଲଂଘନକାରୀଙ୍କ ଠାରୁ ୩କୋଟି ୩ଲକ୍ଷ ୭୪ ହଜାର ୫୫୦ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି ।

Edited: Zee Odisha Desk