ଡରାଇଲାଣି ଖରା, ଆକାଶରୁ ଅଗ୍ନିବର୍ଷା
Advertisement
Article Detail0/zeeodisha/odisha873528

ଡରାଇଲାଣି ଖରା, ଆକାଶରୁ ଅଗ୍ନିବର୍ଷା

ଖରା ମୁକାବିଲା ପାଇଁ ଏସଆରସି ବାରମ୍ବାର ଚିଠି ଲେଖୁଥିବା ବେଳେ ଏଯାବତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇନାହିଁ। ନା ଜଳଛତ୍ର ନା ପାନୀୟ ଜଳ ର ବ୍ୟବସ୍ଥା ହୋଇଛି, ଯାହାକୁ ନେଇ ଜନସାଧାରଣ ଉଦବେଗ ପ୍ରକାଶ କରିଛନ୍ତି ।

 

ଡରାଇଲାଣି ଖରା, ଆକାଶରୁ ଅଗ୍ନିବର୍ଷା

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବ : ତାତିର ଲେଉଟାଣି, ଜଳୁଛି ସହର । ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗତକାଲି ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଏହାସହ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ୪୮ ଘଣ୍ଟା ତିନି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଖରା ମୁକାବିଲା ପାଇଁ ଏସଆରସି ବାରମ୍ବାର ଚିଠି ଲେଖୁଥିବା ବେଳେ ଏଯାବତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇନାହିଁ। ନା ଜଳଛତ୍ର ନା ପାନୀୟ ଜଳ ର ବ୍ୟବସ୍ଥା ହୋଇଛି, ଯାହାକୁ ନେଇ ଜନସାଧାରଣ ଉଦବେଗ ପ୍ରକାଶ କରିଛନ୍ତି ।

ରାଜ୍ୟରେ କ୍ରମାଗତ ତିନିଦିନ ଧରି ଦିନର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ କଟକ, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Metrological Department) । ଏହି ଜିଲ୍ଲା ଗୁଡିକରେ ସକାଳ ୧୧ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ଅସହ୍ୟ ତାତି ପରିଲକ୍ଷିତ ହେବ । ଏହାପରେ ୨୭ ତାରିଖରୁ ଧିରେ ଧିରେ ପାଗରେ ପରିବର୍ତ୍ତନ ହୋଇ କାଳବୈଶାଖୀର ସମ୍ଭାବନା ରହିଛି । ୨୮ ତାରିଖରୁ ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ଘଡଘଡି ବଜ୍ରପାତ ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

Also Read: ରାଜ୍ୟରେ ପ୍ରତିଦିନ ଘଟୁଛି ୮ ଦୁଷ୍କର୍ମ, ୪ ହତ୍ୟା

୨୯ ତାରିଖରେ ମଧ୍ୟ ମୟୂରଭଂଜ,ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ଜନିତ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହାସହ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଦିନର ସର୍ବୋଚ୍ଚ ତାପମାତ୍ରା (High Tempreture) ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଉଚ୍ଚା ରହିବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିବା ନିର୍ଦ୍ଦେଶକ ଏଚ. ଆର ବିଶ୍ବାସ କହିଛନ୍ତି । ଏହାସହ ଆସନ୍ତା ୨୯ ଓ ୩୦ ତାରିଖରେ ସମୁଦ୍ର ଅଶାନ୍ତ ରହିବା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ହେତୁ ଧୀବର ମାନଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି ।

Also Read: ସମ୍ବଲପୁର ପୋଲିସ ପଞ୍ଝାରେ ଦିଲ୍ଲୀ ଠକ, ଲଗାଇଥିଲା ସାଢେ ୨୬ ଲକ୍ଷର ଚୂନ

ତେବେ କ୍ରମାଗତ ଭାବେ ରାଜ୍ୟ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ମାତ୍ରାଧିକ ତାତିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ମାନଙ୍କୁ ଚିଠି ଯୋଗେ ଅବଗତ କରୁଛନ୍ତି ଏସଆରସି (SRC) ବା Special Relief Commissioner । ହେଲେ ବିଡମ୍ବନାର ବିଷୟ ରାଜଧାନୀ ଭୁବନେଶ୍ବରେ ଏଯାବତ ଜଳଛତ୍ର ଖୋଲିପାରିଲା ନାହିଁ । କୋଭିଡ (Covid) ସମୟରେ ସ୍ବଚ୍ଛ ନିରାମୟ ପାଣି ମିଳିବା ଲୋକ ଙ୍କ ପାଇଁ କଷ୍ଟସାଧ୍ୟ । ତେବେ ୧୦ରୁ ଉର୍ଦ୍ଦ୍ବ ଏନଜିଓ (NGO) ଙ୍କ ସହ ଆଲୋଚନା କରି ଜଳଛତ୍ର ଖୋଲାଯିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ବିଏମସି କମିଶନର ।

Edited: Zee Odisha Desk