Advertisement
Article Detail0/zeeodisha/odisha873512

ରାଜ୍ୟରେ ପ୍ରତିଦିନ ଘଟୁଛି ୮ ଦୁଷ୍କର୍ମ, ୪ ହତ୍ୟା

ବିଧାନସଭାରେ ଦିଆଯାଇଥିବା ତଥ୍ୟ ମୁତାବକ ୨୦୨୦ ମସିହାରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିଲା। 

ରାଜ୍ୟରେ ପ୍ରତିଦିନ ଘଟୁଛି ୮ ଦୁଷ୍କର୍ମ, ୪ ହତ୍ୟା

ସରୋଜ ବେହେରା, ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧର ସ୍ଥିତି ଏଥିରୁ ବାରି ହେଉଛି ଯେ, ରାଜ୍ୟରେ ପ୍ରତିଦିନ ୮ ଜଣଙ୍କୁ ଦୁଷ୍କର୍ମ ହେଉଥିବା ବେଳେ ୪ ଜଣ ନିଜ ଜୀବନ ହରାଉଛନ୍ତି । ଏକଥା ଆମେ ନୁହେଁ ଓଡିଶା ପୋଲିସ ରାଜ୍ୟ ସରକାରଙ୍କ ଜରିଆରେ ବିଧାନସଭାରେ ଦେଇଥିବା ଶ୍ବେତ ପତ୍ରର ଏ ତଥ୍ୟ କହୁଛି । ବିଧାନସଭାରେ ଦିଆଯାଇଥିବା ତଥ୍ୟ ମୁତାବକ ୨୦୨୦ ମସିହାରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିଲା। 

ଆଉ ଏଥିମଧ୍ୟରୁ ଆଇପିସି (IPC) ର ବିଭିନ୍ନ ଦଫାରେ ୧ ଲକ୍ଷ ୧୦ ହଜାର ୭୪୧ଟି ମାମଲା ପଞ୍ଜିକୃତ ହୋଇଛି। ସେହିପରି ୧ଲକ୍ଷ ୩୪ ହଜାର ୨୩୦ଟି ଧର୍ତ୍ତବ୍ୟ ଅପରାଧରୁ ୧ ଲକ୍ଷ ୨୯ ହଜାର ୩୦୫ଟି ସତ୍ୟ ରହିଛି । ଆଉ ଏଥିରୁ ୯୩ ହଜାର ୨୨୯ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ସେହିପରି ୧୪ ଶହ ୭୦ଟି ହତ୍ୟା ମାମଲାରୁ ୧୩ ଶହ ୯୨ଟି ମାମଲା ସତ୍ୟ ହୋଇଥିବା ବେଳେ ୬୯୪ଟି ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ ହୋଇଛି। 

Also Read: ଶ୍ୱେତପତ୍ରରେ ଲାଲ୍ ଛିଟା

Add Zee News as a Preferred Source

୫୧୪ଟି ଡକାୟତି ମାମଲାରୁ ୫୦୨ଟି ସତ୍ୟ ଥିବା ବେଳେ ୨୫୪ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ସେହିପରି ୨୧୬୭ଟି ଲୁଣ୍ଠନ ମାମଲା ରୁଜୁ ହୋଇଛି ଏବଂ ଲୁଣ୍ଠନ ମାମଲାରେ ୧୮ ଶହ ୧୬ ଜଣ ଅପରାଧୀ ଗିରଫ ହୋଇଛନ୍ତି ୧୦,୪୧୨ ଚୋରି ମାମଲାରୁ ୧୦,୨୦୭ ମାମଲା ସତ୍ୟ ଅଟେ ବୋଲି ଜଣାପଡିଛି।

Edited: Zee Odisha Desk  

About the Author