ସମ୍ବଲପୁର ପୋଲିସ ପଞ୍ଝାରେ ଦିଲ୍ଲୀ ଠକ, ଲଗାଇଥିଲା ସାଢେ ୨୬ ଲକ୍ଷର ଚୂନ
Advertisement

ସମ୍ବଲପୁର ପୋଲିସ ପଞ୍ଝାରେ ଦିଲ୍ଲୀ ଠକ, ଲଗାଇଥିଲା ସାଢେ ୨୬ ଲକ୍ଷର ଚୂନ

ସମ୍ବଲପୁରର (Sambalpur) ମନୋଜ ବରାଳ ନାମକ ବ୍ୟବସାୟୀଙ୍କ ଠାରୁ ଦିଲ୍ଲୀର ଜଣେ ସାଇବର ଠକ (Cyber fraud) ୨୬ ଲକ୍ଷ ୫୦ ହଜ଼ାର ଟଙ୍କା ଅନଲାଇନରେ ଠକେଇ କରି ନେଇଥିବା ବେଳେ ସମ୍ବଲପୁର ସାଇବର ଥାନା ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। 

ସମ୍ବଲପୁର ପୋଲିସ ପଞ୍ଝାରେ ଦିଲ୍ଲୀ ଠକ, ଲଗାଇଥିଲା ସାଢେ ୨୬ ଲକ୍ଷର ଚୂନ

ସମ୍ବଲପୁର: ଜିଲ୍ଲା ସାଇବର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ୯ ମାସ ତଳେ ହୋଇଥିବା ଠକେଇର ହେଇଛି ପର୍ଦ୍ଦାଫାଶ। ଜଣେ ବ୍ୟବସାୟୀଙ୍କୁ ସାଢେ ୨୬ ଲକ୍ଷ ଟଙ୍କା ଚୂନ ଲଗାଇଥିଲା ଅଭିଯୁକ୍ତ। ଏ ବାବଦରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଉତ୍ତରାଞ୍ଚଳ IG ନରସିଂହ ଭୋଳ ସୂଚନା ଦେଇଛନ୍ତି।    

ଉତ୍ତରାଞ୍ଚଳ IG ନରସିଂହ ଭୋଳଙ୍କ କହିବା ଅନୁସାରେ, ସମ୍ବଲପୁରର (Sambalpur) ମନୋଜ ବରାଳ ନାମକ ବ୍ୟବସାୟୀଙ୍କ ଠାରୁ ଦିଲ୍ଲୀର ଜଣେ ସାଇବର ଠକ (Cyber fraud) ୨୬ ଲକ୍ଷ ୫୦ ହଜ଼ାର ଟଙ୍କା ଅନଲାଇନରେ ଠକେଇ କରି ନେଇଥିବା ବେଳେ ସମ୍ବଲପୁର ସାଇବର ଥାନା ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। ଗତବର୍ଷ ଜୁନ ୧୬ରେ ମନୋଜ, ଫେସବୁକ (Facebook) ରେ ଯତୀନ ସେହେଗଲ ନାମକ ଜଣେ ବ୍ୟବସାୟୀଙ୍କ ଏକ ବିଜ୍ଞାପନ ଦେଖି ତାଙ୍କୁ ଯୋଗାଯୋଗ କରି ଟ୍ରିପଲ ଲେୟର ମାସ୍କ (Mask) ପାଇଁ  ଅର୍ଡର କରିଥିଲେ। ଏହାପରେ ଯତୀନ, ମନୋଜଙ୍କୁ ଅନଲାଇନରେ ଅଗ୍ରୀମ ଟଙ୍କା ପଇଠ କରିବା ପାଇଁ କହିଥିଲେ। ମୋନଜ ୫ଟି ପର୍ଯ୍ୟାୟରେ ୨୬,୫୦,୦୦୦ ଟଙ୍କା ପଇଠ କରିଥିଲେ।

Also Read: VIMSARରେ ଚୋରି; ଚୋରଙ୍କୁ ଅଡୁଆରେ ପକାଇବ ଏହି ସାମଗ୍ରୀ

ତେବେ ଏତେ ପରିମାଣର ଟଙ୍କା ପଇଠ କରିସାରିଲା ପରେ ମଧ୍ୟ ମୋନଜ ନିକଟକୁ ମାଲ ନଆସିବାରୁ ମନୋଜ ସନ୍ଦେହ କରିଥିଲେ। ସେ ଯତୀନଙ୍କୁ ବାରମ୍ବାର ଯୋଗାଯୋଗ କଲା ପରେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ଏହା ପରେ ମନୋଜ ସାଇବର ଠକେଇ ଶିକାର ହୋଇଥିବା ଜାଣି ପାରିଥିଲେ। ତୁରନ୍ତ ସେ ସମ୍ବଲପୁର ସାଇବର ଥାନା (Cyber Police) ରେ ଏତଲା ଦେଇଥିଲେ। ଦୀର୍ଘ ୯ ମାସ ପରେ ପୋଲିସ ରାଜ୍ୟ ବାହାରକୁ ଯାଇ ଦିଲ୍ଲୀ, ଫରିଦାବାଦ (Faridabad) ପୋଲିସର ସହାୟତାରେ ଯତୀନକୁ ଧରିବାରେ ସଫଳ ହୋଇଥିଲା। ଯତୀନ ପାଖରୁ ପୋଲିସ ଦଶ ଲକ୍ଷ ଟଙ୍କା କେସ, ମୋବାଇଲ ଫୋନ, ୧୦ଟି ସିମ କାର୍ଡ ଏବଂ ଏଟିଏମ କାର୍ଡ ଜବତ କରିଛି।