ଏଣିକି ଏଟିଏମରୁ ମିଳିପାରିବ ଔଷଧ !
Advertisement
Article Detail0/zeeodisha/odisha613212

ଏଣିକି ଏଟିଏମରୁ ମିଳିପାରିବ ଔଷଧ !

 ଦୁଇ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରୀ ଉଦ୍ଭାବନ କରିଛନ୍ତି ‘ମେଡିସିନ୍ ଏଟିଏମ୍’

 ଏଣିକି ଏଟିଏମରୁ ମିଳିପାରିବ ଔଷଧ !

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ମେଡିସିନ୍ ଏଟିଏମ୍ । ଟଙ୍କା, ଟିକେଟ ଓ ପାଣି ପରେ ଏବେ ଏଟିଏମରୁ ମିଳିବ ମେଡିସିନ୍ । ଏପରି ଉଦ୍ଦେଶ୍ୟରେ ଦୁଇ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରୀ ଉଦ୍ଭାବନ କରିଛନ୍ତି ‘ମେଡିସିନ୍ ଏଟିଏମ୍’ । ଯାହାର ସହାୟତାରେ ଯେକୌଣସି ବ୍ୟକ୍ତି ସହଜ, ସୁବିଧା ଓ ଶୀଘ୍ର ମେଡିସିନ ଉଠାଇପାରିବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱର ୟୁନିଟ ୧ ପ୍ରଦର୍ଶନୀ ପଡିଆରେ ଆୟୋଜିତ ସର୍ଗିଫୁଲ୍ ମହୋତ୍ସବର ବିଜ୍ଞାନ ମେଳାରେ ଏହି ପ୍ରକଳ୍ପ  ପ୍ରଦର୍ଶନ କରିଛନ୍ତି ସେମାନେ ।

ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଶିଶୁ ମହୋସ୍ତ୍ରବ ସର୍ଗିଫୁଲର ବିଜ୍ଞାନ ମେଳାରେ ସୁନ୍ଦରଗଡ ଜିଲ୍ଲା ତେଲେଣ୍ଡିହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ରୀ ସୁନୁ ମାଝି ଓ ମମତା ମାଝୀ ଏପରି ଏକ ନୂତନ ପ୍ରକଳ୍ପ ଉଦ୍ଭାବନ କରି ପ୍ରଦର୍ଶନ କରିଛନ୍ତି । ଏହାର ବ୍ୟବହାର ଅନୁଯାଇ ରୋଗୀଙ୍କୁ ହେଲଥ କାର୍ଡ ଭଳି ସ୍ୱତନ୍ତ୍ର  କାର୍ଡର ଆବଶ୍ୟକ । ଯାହାକୁ ଏହି ଏଟିଏମରେ ସ୍ୱାଇପ କଲେ ରୋଗୀଙ୍କ ସଂପର୍କରେ ସମସ୍ତ ତଥ୍ୟ ଜଣାପଡିବ ଏବଂ ଡାକ୍ତରଙ୍କ ଦ୍ୱାରା ପରାମର୍ଶ ମେଡିସିନ୍ ବାହାରିବ । ତେବେ ରୋଗ ସଂପର୍କରେ ଡାକ୍ତର ଅବଗତ ହେବା ପରେ ରୋଗୀଙ୍କ ଏହି କାର୍ଡରେ ଏହାକୁ ଉପଲବ୍ଧ କରାଯିବ । ଏଥିରେ ବ୍ୟବହୃତ ସେନସର ସଂପୃକ୍ତ କାର୍ଡରୁ ସମସ୍ତ ତଥ୍ୟ ସଂଗ୍ରହ କରି ଡିସପ୍ଲେ କରିବା ସହ ବ୍ୟବହୃତ ସ୍ପ୍ରିଙ୍ଗ୍ ଦ୍ୱାରା ମେଡିସିନ କାଉଣ୍ଟ ହେବ ଏବଂ ମୋଟର ସର୍କିଟ ଦ୍ୱାରା ସମସ୍ତ କାର୍ଯ୍ୟ ପରିଚାଳିତ ହେବ । ଏହାକୁ ଉଭୟେ ତାଙ୍କ ଗାଇଡ ଶିକ୍ଷୟିତ୍ରୀଙ୍କ ତତ୍ୱାବଧାନରେ ପ୍ରସ୍ତୁତ କରିଥିବା ବେଳେ ଲୋକଙ୍କ ସେବାରେ ଲାଗିପାରିବ ବୋଲି ସେମାନେ କହଛନ୍ତି । 

fallbackଏସବୁକୁ ବର୍ତ୍ତମାନ ଏକ କୁନି ପ୍ରକଳ୍ପ ଭାବେ ସର୍ବନିମ୍ନ ଧାରଣାରେ ପ୍ରସ୍ତୁତ କରାଯାଇଥିବା ବେଳେ ଆବଶ୍ୟକ ଅନୁଯାଇ ଉପଯୁକ୍ତ ଟେକନଲୋଜି ବୃଦ୍ଧି କରି ବୃହତ ଆକାରରେ ବ୍ୟବହୃତ କରିହେବ ।  ଯାହାଦ୍ୱାରା ଅନେକାଂଶରେ ଘଣ୍ଟା ଘଣ୍ଟା ଧରି ମେଡିସିନ ପାଇଁ ଲାଇନ ଲଗାଉଥିବା ରୋଗୀ ଓ ସଂପର୍କୀୟଙ୍କୁ ମୁକ୍ତି ମିଳିବ ବୋଲି ଏହାର ଗାଇଡ ସୁଭାସିନି ପଟେଲ କହିଛନ୍ତି । ଆଗାମୀ ଦିନରେ ଏହାରୁ ସରକାରୀ ସ୍ତରରେ ସ୍ୱୀକୃତି  ମିଳିଲେ ମାଗଣା ମେଡିସିନ ସମେତ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହାର କରିହେବ ବୋଲି ସେ କହିଛନ୍ତି । ସର୍ଗିଫୁଲ ମହୋସ୍ତ୍ରବ ଆସନ୍ତା ୨୧ ତାରିଖରେ ଉଦଯାପିତ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଅନ୍ତନିର୍ହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଏହାର  ଉଦ୍ଦେଶ୍ୟ ।