କୋଭିଡ ମୁକାବିଲାରେ ସାମିଲ ହେଲେ ଆୟୁଷ ଡାକ୍ତର
Advertisement
Article Detail0/zeeodisha/odisha879622

କୋଭିଡ ମୁକାବିଲାରେ ସାମିଲ ହେଲେ ଆୟୁଷ ଡାକ୍ତର

କୋଭିଡ ନିୟମ ଉଲଂଘନ ହେବାରୁ ପୁଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମସି।

କୋଭିଡ ମୁକାବିଲାରେ ସାମିଲ ହେଲେ ଆୟୁଷ ଡାକ୍ତର

ଭୁବନେଶ୍ବର: କଠୋର ହେଲା କୋଭିଡ ମୁକାବିଲା। ସାମିଲ ହେଲେ ଆୟୁଷ ଡାକ୍ତର। ରାଜ୍ୟ ରାଜଧାନୀରେ କୋଭିଡ୧୯ ସଂକ୍ରମଣ ତଥା ମହାମାରୀର ଦ୍ଵିତୀୟ ଲହରକୁ ନଜରରେ ରଖି ମଙ୍ଗଳବାର ଠାରୁ ଆୟୁଷ ଡାକ୍ତର କୋରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଭୁବନେଶ୍ୱରରେ ବଢି ଚାଲୁଥିବା ଦ୍ରୁତ ସଂକ୍ରମଣ ହାର ହେତୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ସେମାନେ ଏହି କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୁଷ ଡାକ୍ତରଙ୍କୁ (Ayush Doctor) ରାଜଧାନୀରେ କୋଭିଡ୧୯ (Covid19) ମୁକାବିଲା କ୍ଷେତ୍ରରେ ନିୟୋଜିତ କରାଯିବ। ସେପଟେ ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) ପକ୍ଷରୁ ସଚେତନତା ଜାରି ରହିଥିବା ବେଳେ କୋରୋନା ପ୍ରକୋପକୁ ନଜରରେ ରଖି  ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ସିଲ୍ କରାଯାଇଛି।

Also Read: କୋରୋନା ମୁକାବିଲା: ଆସନ୍ତା ଏପ୍ରିଲ ପହିଲାରୁ ହେବ ବ୍ୟାପକ ଟୀକାକରଣ

 

ରାଜଧାନୀ ଭୁବନେଶ୍ବରରେ ବର୍ଦ୍ଧିତ ସଂକ୍ରମଣକୁ ଦେଖି ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ କୋଭିଡ ମୁକାବିଲାରେ ସାମିଲ ହେଲେ ଆୟୁଷ ଡାକ୍ତର। ବିଏମସି  କାର୍ଯ୍ୟାଳୟରେ ଏପ୍ରିଲ ୬ ତାରିଖ ମଙ୍ଗଳବାର ଠାରୁ କାର୍ଯ୍ୟରେ ଯୋଗ ଦେଇ ଚିକିତ୍ସାଜନିତ କାମ ଆରମ୍ଭ କରିଛନ୍ତି। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେମାନଙ୍କୁ ବିଭିନ୍ନ କୋଭିଡ ମୁକାବିଲା ବିଶେଷ କରି କଣ୍ଟାକ୍ଟ ଟ୍ରେସିଂ, ହୋମ ଆଇସଲେସେନ, ଟେଷ୍ଟିଂ, ଟୀକାକରଣ କେନ୍ଦ୍ରରେ ନିୟୋଜିତ କରାଯିବ।

ରାଜଧାନୀରେ ପ୍ରାୟ ୨୫ ଜଣ ଆୟୁଷ ଡାକ୍ତରଙ୍କ ପାଇଁ ବିଭାଗ ନିର୍ଦ୍ଦେଶ ଦେଇଥିବା ବେଳେ ସମସ୍ତେ ଯୋଗ ଦେବା ପରେ ବିଏମସିର ତିନୋଟି ଜୋନରେ ଆବଶ୍ୟକତା ଅନୁଯାୟୀ ଦାୟିତ୍ଵ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଆୟୁଷ ଡାକ୍ତରଙ୍କ ସହ ଏବେ ପୁଣି କାର୍ଯ୍ୟକ୍ଷମ ହେବ ରାପିଡ ରେସପନ୍ସ ଟିମ୍-ଆରଆରଟି (Rapid Response Team-RRT)। ଘର ଘର ବୁଲି ସଙ୍ଗରୋଧ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସହ ସଚେତନତା ବୃଦ୍ଧି କରିବ। 

Also Read: ମହାଦେବଙ୍କ ରଥଯାତ୍ରା ଉପରେ କୋରୋନାର କଳା ବାଦଲ

 

ଏଥିପାଇଁ ଆବଶ୍ୟକୀୟ ମେଡିସିନ ମହଜୁଦ ଥିବା ବିଏମସି କହିଛି। ସେପଟେ ଆୟୁଷ ଡାକ୍ତର ଗତ ବର୍ଷ କୋଭିଡ ମୁକାବିଲାର ଅଭିଜ୍ଞତାକୁ ନେଇ ବିଏମସି ନିର୍ଦ୍ଦେଶ ମୁତାବକ ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି। କୋଭିଡ ନିୟମ ଉଲଂଘନ ନେଇ ପୁଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମସି। ନିୟମ ଖିଲାପ କରିବା ଅଭିଯୋଗରେ ଭୁବନେଶ୍ବର ସିଲିକନ୍ ଇନଷ୍ଟିଚ୍ୟୁଟ୍କୁ ସିଲ୍ କରିଛି ବିଏମସି।

Also Read: ରାଜ୍ୟରେ କୋରୋନାର ଦ୍ୱିତୀୟ ଲହର! ମୁକାବିଲା ପାଇଁ ତତ୍ପର ସରକାର

 

ଅପରପଟେ ବିଏମସିର ପରିବର୍ତ୍ତିତ ଗାଇଡଲାଇନ ଏପ୍ରିଲ ୬ ତାରିଖ ମଙ୍ଗଳବାର ଠାରୁ ଲାଗୁ ହୋଇଛି। ଏଣିକି ବିବାହ ଉତ୍ସବରେ ସର୍ବାଧିକ ୧୦୦ ଏବଂ ଶେଷକୃତ୍ୟରେ ୫୦ ଲୋକ ସାମିଲ ହୋଇପାରିବେ। ଏହାସହ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ, ସମ୍ମିଳନୀ କିମ୍ବା ସମାବର୍ତ୍ତନ ଭଳି କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ଲାଗୁ କରାଯାଇଛି। କୋରୋନା ଗାଇଡଲାଇନ ପୂର୍ବବତ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜଣାଇଦେଇଛି ବିଏମସି।