ନିଶା ଦିଆ ଲୁଟେରାଙ୍କୁ ମାଡିବସିଲା କମିଶନରେଟ ପୋଲିସ
Advertisement
Article Detail0/zeeodisha/odisha865204

ନିଶା ଦିଆ ଲୁଟେରାଙ୍କୁ ମାଡିବସିଲା କମିଶନରେଟ ପୋଲିସ

ନିଶାଦିଆ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବହୁ ଦିନ ଧରି ଉଦ୍ୟମ ଜାରି ରଖିଥିଲା କମିଶନରେଟ ପୋଲିସ।

ନିଶା ଦିଆ ଲୁଟେରାଙ୍କୁ ମାଡିବସିଲା କମିଶନରେଟ ପୋଲିସ

ଭୁବନେଶ୍ବର: ବିଗତ କିଛି ମାସ ଧରି ରାଜଧାନୀରେ ନିଶା ଦେଇ ଲୁଟପାଟ କରି ଆତଙ୍କ ସୃଷ୍ଟି କରିଥିବା ଏକ ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଉଠାଇନେଇଛି କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ। ନବନିପୁକ୍ତ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନିର୍ଦ୍ଦେଶ ପରେ ପୋଲିସ ସ୍କ୍ୱାର୍ଡ ଲୁଟେରାଙ୍କ ସହ ସେମାନଙ୍କୁ ଲୁଟିବା କାମରେ ସହଯୋଗ କରୁଥିବା ଜଣେ ଔଷଧ ଦୋକାନୀଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ନିଶା ଦିଆ ଲୁଟେରାଙ୍କ ପାଖରୁ ପୋଲିସ ୪୦ ଗ୍ରାମର ସୁନାଗହଣା, ଗୋଟିଏ ବାଇକ, ୬ଟି ମୋବାଇଲ ଫୋନ, ନିଶା ବଟିକା ଜବତ କରିଛି। ଗିରଫ ହୋଇଥିବା ଏହି ଲୁଟେରା ବରମୁଣ୍ଡା ବସଷ୍ଟାଣ୍ଡକୁ ଆସୁଥିବା ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଟାର୍ଗେଟ କରି ଲୁଟପାଟ କରିଥାନ୍ତି। 

Also Read: ରାଜଧାନୀରେ ଚାଞ୍ଚଲ୍ୟ; କଟାମୁଣ୍ଡ ପରେ କାରରୁ ନରକଙ୍କାଳ ଜବତ

 

ବିଗତ କିଛି ମାସ ହେବ ରାଜଧାନୀରେ ଏଭଳି ଗ୍ୟାଙ୍ଗ ସକ୍ରିୟ ହୋଇଉଠିଥିବା ଖବର ମିଳିବା ପରେ କମିସନରେଟ ପୋଲିସ (Commissionrate Police) ସ୍ପେଶାଲ ସ୍କ୍ବାଡକୁ (Special Squard) ଦିଆଯାଇଥିଲା ଏ ଘଟଣାର ତଦନ୍ତ ନିର୍ଦେଶ। ବରିଷ୍ଠ ପୋଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ (Soumendra Priyadarshi) ନୂତନ ପୋଲିସ କମିଶନର (Police Commissioner) ଭାବେ ଦାୟିତ୍ୱ ନେବା ପରେ ଲୋକଙ୍କ ଧନ ଜୀବନ ରକ୍ଷା କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଏଭଳି ଗ୍ୟାଙ୍ଗକୁ ଧରିବାକୁ ଗୁରୁତ୍ୱାରୋପ କରିଥିଲେ। ଏନେଇ ଜାଲ ବିଛାଇ ବସଷ୍ଟାଣ୍ଡରେ ଲୁଟପାଟ କରୁଥିବା ଏହି ଗ୍ୟାଙ୍ଗର ୩ ସଦସ୍ୟ, ନିଶା ବଟିକା ବିକ୍ରି କରୁଥିବା ଔଷଧ ଦୋକାନୀ ଏବଂ ଲୁଟେରାଙ୍କ ପାଖରୁ ଚୋରା ସାମଗ୍ରୀ କିଣୁଥିବା ୨ ଲୋକଙ୍କୁ ଗିରଫ କରିଛି ପୋଲିସ।  

Also Read: ସାବାଡ ହେବେ ଅପରାଧି; ଟ୍ୱିନସିଟି CP ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

 

ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ସୀମାଞ୍ଚଳ ସୁବୁଦ୍ଧି ଓରଫ ସୀମା, ନୟାଗଡ ଜିଲ୍ଳା ଓଡଗାଁର ସୁଶାନ୍ତ ରାଉତ ଓରଫ ଜଟ, ଜଗତସିହପୁରର ବସନ୍ତ ସାହୁ, ଖୋର୍ଦ୍ଧା ରାଜ ସୁନାଖଳାର ସଞ୍ଜୟ ମିଶ୍ର, ଖୋର୍ଦ୍ଧା ବାଣପୁରର ନାଲୁ ସାହୁ, ଟାଙ୍ଗୀ ଖୋର୍ଦ୍ଧାର କାଳିଆ ନାୟକ ଓରଫ ଟୁନା ବୋଲି ଜଣାପଡିଛି। ସେମାନଙ୍କ ନାଁରେ ଭରତପୁର,, ଖଣ୍ଡଗିରି ଆଦି ଥାନାରେ ୫ରୁ ଅଧିକ ଅପରାଧିକ ମାମଲା ରହିଛି।

Also Read: ‘ଶିଶୁଙ୍କ ପାଇଁ ଖୋଲ ସ୍ବତନ୍ତ୍ର ଥାନା’, ଦିନକୁ ନିଖୋଜ ୧୫ ଶିଶୁ

ଗିରଫ ନିଶା ବେପାରୀ ଭରତପୁର, ଖଣ୍ଡଗିରି, ନୂଆପଲ୍ଲୀ, କ୍ୟାପିଟାଲ, ଖାରବେଳନଗର ଥାନା ଅଞ୍ଚଳରେ ନିଶା ଦେଇ ଲୁଟ ପାଟ କରୁଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ। ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବହୁ ଦିନ ଧରି ଉଦ୍ୟମ ଜାରି ରଖିଥିଲା କମିଶନରେଟ ପୋଲିସ। ଯାତ୍ରା କରିବା ବେଳେ କୌଣସି ଅଜଣା ଲୋକଙ୍କୁ ବିଶ୍ବାସ କରିବା ପରେ ଏଭଳି ଘଟଣା ଘଟୁଥିବା ସାମ୍ନାକୁ ଆସୁଛି। ଏଥିପାଇଁ ଯାତ୍ରା କରିବା ବେଳେ କୌଣସି ଅଜଣା ଲୋକଙ୍କ ଠାରୁ କୌଣସି ଖାଦ୍ୟ ଦ୍ରବ୍ୟ ନେବା ଠିକ ନୁହେଁ ବୋଲି ବାରମ୍ବାର ଲୋକଙ୍କୁ ସଚେତନ କରିଚାଲିଛି ପୋଲିସ।