କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରୀୟଦର୍ଶୀ।
Trending Photos
ଭୁବନେଶ୍ୱର: କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରୀୟଦର୍ଶୀ। ଆଜି କମିସନରେଟ ପୋଲିସ କାର୍ଯ୍ୟାଳୟରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ୧୯୯୫ ବ୍ୟାଚ୍ର IPS ଅଫିସର ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ।
ସୁଧାଂଶୁ ଷଡଙ୍ଗୀ (Sudhanshu Sarangi) ଙ୍କ ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ (Soumendra Priyadarshi) ଙ୍କୁ କଟକ-ଭୁବନେଶ୍ୱରର ଆଇନ ଶୃଙ୍ଖଳା ଦାୟୀତ୍ୱ ଦିଆଯାଇଛି। ଦାୟିତ୍ୱ ନେଇଥିବା ନୂଆ ପୋଲିସ କମିଶନର (Police Commissinor)ଙ୍କୁ ଅନେକ ବଡ ଚ୍ୟାଲେଞ୍ଜ ଆସିବ। ସୌମେନ୍ଦ୍ର ପ୍ରୀୟଦର୍ଶୀଙ୍କ କହିଛନ୍ତି ଯେ, 'ରାଜ୍ୟ ସରକାର ମୋତେ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି, ଏହାକୁ ନିଷ୍ଠାର ସହ ପାଳନ କରିବି, ଟ୍ୱିନସିଟିରେ ଅପରାଧକୁ ମୂଳପୋଛ କରିବି।'
Also Read: ଦିବ୍ୟାଙ୍ଗ ବଦାଳାଇଦେଲେ 'ନାରୀ' ଶବ୍ଦର ସାମାଜିକ ଦୃଷ୍ଟିକୋଣ
ଗତକାଲି IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ସିପି ଭାବରେ ଘୋଷଣା କରାଯାଇଥିଲା। ରାଜ୍ୟ ସରକାରଙ୍କ କ୍ରାଇସେସ୍ ମ୍ୟାନେଜମେଣ୍ଟ ଅଫିସର (Crisis Management) ଭାବେ ବେଶ ଜଣାଶୁଣା। ଯେତେବେଳେ ବି କୌଣସି ସଙ୍କଟ ଆସେ, ସେତେବେଳେ ସୌମେନ୍ଦ୍ରଙ୍କ ଖୋଜା ପଡେ। ନବକଳେବର ସମୟରେ ହେଉ ଅବା ରଥଯାତ୍ରା (Ratha Yatra) କିମ୍ବା ରାଜଧାନୀରେ ଆଇନ ପରିସ୍ଥିତି ଢିଲା ପଡିଲେ ସୌମେନ୍ଦ୍ରଙ୍କୁ ଦାୟିତ୍ୱ ଦିଆଯାଏ। ରଥଯାତ୍ରା ସମୟରେ ପଣ୍ଡାଙ୍କୁ ପିଟି ଦିନେ ସୌମେନ୍ଦ୍ର ଚର୍ଚ୍ଚାରେ ଥିଲେ।
ସେପଟେ ପୋଲିସ କମିଶନର ଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କୁ ବଦଳି କରି ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ସତ୍ୟଜିତ ମହାନ୍ତି (Satyajeet Mohanty) ଙ୍କ ଅବସର ପରେ ଖାଲି ପଡ଼ିଥିଲା ଅଗ୍ନିଶମ ଓ ହୋମଗାର୍ଡ ଡିଜି ପଦବୀ ବି ପୁରଣ ହୋଇଛି। ୧୯୮୮ ବ୍ୟାଚ୍ର IPS ଅଧିକାରୀ ଏମ୍. ଅକ୍ଷୟ (M.Akshya) ଙ୍କୁ ଏହି ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।