Odisha Bjp: ବିଜେପିର ହିସାବ, ଜାନୁଆରୀରୁ ଜୁନ୍ ଯାଏଁ ୫T ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ ୫୦୦ କୋଟି !
Advertisement

Odisha Bjp: ବିଜେପିର ହିସାବ, ଜାନୁଆରୀରୁ ଜୁନ୍ ଯାଏଁ ୫T ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ ୫୦୦ କୋଟି !

Odisha Bjp: ଲୋକମାନେ ବି ଏ ପ୍ରଶ୍ନ ପଚାରୁଛନ୍ତି ଆମେ ଭୋଟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲୁ। ଯେଉଁଠାରେ ମୁଖ୍ୟମନ୍ତ୍ରୀ ନାହାଁନ୍ତି ସେଠାରେ ତାଙ୍କ କାମ ଆସି କରୁଛନ୍ତି ବ୍ୟକ୍ତିଗତ ସଚିବ । କେବଳ ଏତିକି ନୁହେଁ ପାଖ ପାଖ ଜିଲ୍ଲାକୁ ଜିଲ୍ଲାୱାରୀ ଗସ୍ତ କରିବାକୁ ସଚିବ ସବୁବେଳେ ସରକାରୀ ହେଲିକପ୍ଟର ବ୍ୟବହାର କରୁଛନ୍ତି । ଏହା ପଛରେ ପାଖାପାଖି ୫୦୦ କୋଟି ଖର୍ଚ୍ଚ ହୋଇଛି ପ୍ରେସମିଟ୍ କରି ବର୍ଷିଛି ବିଜେପି। 

Odisha Bjp: ବିଜେପିର ହିସାବ, ଜାନୁଆରୀରୁ ଜୁନ୍ ଯାଏଁ ୫T ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ ୫୦୦ କୋଟି !

Odisha Bjp: 5T ସଚିବ ଭିକେ ପାଣ୍ଡିଆନଙ୍କୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ କରିଛି ରାଜ୍ୟ ବିଜେପି। ଏକ ପ୍ରେସମିଟ୍ କରି ଜୋରଦାର ବର୍ଷିଛି ବିଜେପି । ଜନସାଧାରଣଙ୍କ ପଇସାକୁ ପାଣି ପରି ଖର୍ଚ୍ଚ କରୁଥିବା ପାଣ୍ଡିଆନଙ୍କ ଜାନୁଆରୀରୁ ଜୁନ୍ ଜିଲ୍ଲାୱାରୀ ଗସ୍ତର ହିସାବ ରଖିଛି ବିଜେପି। ବିଜେପିର କହିବା କଥା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସରକାରୀ କାର୍ଯ୍ୟକ୍ରମ ନଥାଇ ମଧ୍ୟ ସରକାରୀ ହେଲିକପ୍ଟର ଧରି ବୁଲୁଛନ୍ତି ଏ ଅଧିକାର ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଛି ବିଜେପି। ସେପଟେ ବିଜେପି ଏକଥା ବି କହିଛି ଯେ, 5T ସଚିବ କେଉଁ ବିଧାୟକଙ୍କ ବିବାହ ଭୋଜି ଓ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସରକାରୀ ହେଲିକପ୍ଟର ବ୍ୟବହାର କରିଛନ୍ତି। 

ଏହାସହ ଏମିତି କାର୍ଯ୍ୟକ୍ରମକୁ କେବଳ ଯେ ବିଜେପି(Odisha BJP) ବିରୋଧ କରୁଛି ତାହା ନୁହେଁ ଓଡ଼ିଶାର ଜନସାଧାରଣ ମାନେ ଫାଇଭ ଟି ସଚିବଙ୍କୁ ବିରୋଧ କରିବା ସହ ନିଜ ଦଳର ବିଧାୟକ ମାନେ ବି ଏହାକୁ ବିରୋଧ କରି ଆର୍ଟିକିଲ୍ ପବ୍ଲିସ କରୁଛନ୍ତି। ସେପଟେ ଲୋକମାନେ ବି ଏ ପ୍ରଶ୍ନ ପଚାରୁଛନ୍ତି ଆମେ ଭୋଟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲୁ। ଯେଉଁଠାରେ ମୁଖ୍ୟମନ୍ତ୍ରୀ ନାହାଁନ୍ତି ସେଠାରେ ତାଙ୍କ କାମ ଆସି କରୁଛନ୍ତି ବ୍ୟକ୍ତିଗତ ସଚିବ ଏହାକୁ ଜନସାଧାରଣ ମାନେ ବି ଘୋର ବିରୋଧ କରୁଛନ୍ତି । ଯେଉଁ ଟଙ୍କାରେ ଫାଇଭ ଟି ସଚିବ (5T Secretary VK Pandian) ଏତେ ମଉଜ ମଜଲିସ୍ କରୁଛନ୍ତି ୟେ ଆମ ମାନଙ୍କ ପରି ସାଧାରଣ ଲୋକଙ୍କ ଟଙ୍କା ବୋଲି ବିଜେପି ଅଭିଯୋଗ କରିଛି।

ଏହାସହ ବିଜେପି ଏହାକୁ ବିରୋଧ କରିବାକୁ ଚେଷ୍ଟା କରିବାରୁ ଆମ ସାଂସଦ ଓ ନେତା ମାନଙ୍କୁ ବିଜେଡି ସମର୍ଥକ ଆକ୍ରମଣ ମଧ୍ୟ କରିବାକୁ ପଛାଇ ନାହାଁନ୍ତି । ଏହାର ଜବାବ୍ ଆଗାମୀ ଦିନରେ ଓଡ଼ିଶା ବାସୀ ଦେବେ ବୋଲି ପ୍ରେସମିଟ୍ କରି ବିଜେପି ଅଭିଯୋଗ କରିଛି। 

ଦେଖନ୍ତୁ ଭିଡିଓ: