Advertisement
Article Detail0/zeeodisha/odisha875503

ହଟିବେ ବଞ୍ଜାରା: ରାଜଧାନୀ ଛାଡିବେ, ଘରକୁ ବାହୁଡିବେ

ବିଏମସି ପକ୍ଷରୁ ଚାଲିଥିବା ସର୍ଭେ ଅନୁସାରେ ରାଜଧାନୀରେ ୩ ଶହରୁ ଉର୍ଦ୍ଧ୍ବ ବଞ୍ଜାରା ରହିଛନ୍ତି।

ହଟିବେ ବଞ୍ଜାରା: ରାଜଧାନୀ ଛାଡିବେ, ଘରକୁ ବାହୁଡିବେ

ଭୁବନେଶ୍ବର: ଘର ମୁହାଁ ହୋଇଛନ୍ତି ବଞ୍ଜାରା। ରାଜ୍ୟ ରାଜଧାନୀରୁ ଏବେ ଖସୁଛନ୍ତି ଏହି ସମ୍ପ୍ରଦାୟ। ଭୁବନେଶ୍ୱର ସହରକୁ ଭିକାରୀ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି ବିଏମସି। ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜଧାନୀର ବିଭିନ୍ନ ମନ୍ଦିରକୁ ବିଏମସି ପକ୍ଷରୁ ଭିକାରୀ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯିବା ପରେ ଏବେ ସେମାନଙ୍କ ପାଳି ପଡିଛି। ସର୍ଭେ କହୁଛି ଭୁବନେଶ୍ବରରେ ୩ ଶହରୁ ଉର୍ଦ୍ଧ୍ବ ବଞ୍ଜାରା ରହିଛନ୍ତି।

ଯେଉଁମାନଙ୍କୁ ଗତ ସପ୍ତାହରେ ବୁଝାସୁଝା କରି ଘରକୁ ପଠାଇବାକୁ ଅଣ୍ଟା ଭିଡିଥିଲା  ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC)। ଏହା ପରେ ଧିରେ ଧିରେ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି। ବାହାର ରାଜ୍ୟରୁ ଶତାଧିକ ବଞ୍ଜାରା ସମ୍ପ୍ରଦାୟ ଓଡିଶା ଆସି ରାଜଧାନୀ ତଥା ରାଜ୍ୟର ବିଭିନ୍ନ ସହରରେ ଘୁରି ବୁଲୁଛନ୍ତି। ସେମାନେ କିମ୍ବା ସେମାନଙ୍କ ଶିଶୁଙ୍କ ସହ ବଡ ବଡ ଟ୍ରାଫିକ୍, ଜନଗହଳି ସ୍ଥାନ, ବଜାର, ଛକ ଆଦି ଅଞ୍ଚଳରେ କିଏ ବେଲୁନ ଆଉ କିଏ ପେନ୍ ଆଦି ବିକ୍ରି କରୁଛନ୍ତି। ଆଉ କେହି କେହି ଭିକ୍ଷାବୃତ୍ତିରେ ମଧ୍ୟ ନିୟୋଜିତ ରହୁଛନ୍ତି।

Also Read: ରାତି ପାହିଲେ ଜାଗର; ଏଥର କଟକଣାରେ ହେବ ଯାତ୍ରା

Add Zee News as a Preferred Source

 

ଯାହା ଦ୍ବାରା ସହରର ପରିଚୟ କ୍ଷୁର୍ଣ୍ଣ ହେବା ସହ ଅନେକ ସମୟରେ ଜନସାଧାରଣ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସଠିକ ଥଇଥାନ ଲାଗି ବିଏମସି ପକ୍ଷରୁ ଚାଲିଥିବା ସର୍ଭେ ଅନୁସାରେ ରାଜଧାନୀରେ ୩ ଶହରୁ ଉର୍ଦ୍ଧ୍ବ ବଞ୍ଜାରା ରହିଛନ୍ତି। ସେମାନଙ୍କୁ ବୁଝାସୁଝା କରି ଘରକୁ ଫେରାଇବାକୁ ବିଏମସି ପ୍ରୟାସ ଆରମ୍ଭ କରିଥିବା କହିଛନ୍ତି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ।  

Also  Read: କଟକଣାରେ ସରିଲା ମାଘ ମେଳା, ଆର ବର୍ଷକୁ ଅପେକ୍ଷା

 

ସେପଟେ ବିଏମସିର ଏହି ପଦକ୍ଷେପ ପରେ ଅସ୍ଥାୟୀ ଭାବେ ପଡିରହିଥିବା ଗୋଟିଏ ପରେ ଗୋଟିଏ ଗୋଷ୍ଠୀ ଘରକୁ ବାହୁଡାଛି। ଖଣ୍ଡଗିରି ପାହାଡ ପଛପାଖ ଅଞ୍ଚଳ ବଞ୍ଜାରାଙ୍କ ଠିକଣା ପାଲଟିଥିବା ସ୍ଥାନ ଏବେ ଖାଲି ହେବାରେ ଲାଗିଛି। ଯେଉଁ ମାନଙ୍କ ସାମଗ୍ରୀ ଶେଷ ହୋଇଛି ସେମାନେ ଫେରିଯାଇଥିବା ବେଳେ ଯେଉଁମାନଙ୍କର ବଳକା ରହିଛି ସେମାନେ ସୀମିତ ମଧ୍ୟରେ ବ୍ୟବସାୟ ସାରି ଫେରିଯିବେ ବୋଲି କହିଛନ୍ତି।

Also Read: ମିଳନ ପାଇଁ ମେଳା, ଖଣ୍ଡଗିରିରେ ଏକାଠି ସାଧୁ-ସାଧକ

 

ବିଏମସିର ଏହି ପଦକ୍ଷେପକୁ ସେମାନେ ସ୍ବାଗତ କରିଛନ୍ତି। ପୂର୍ବରୁ ବଞ୍ଜାରାଙ୍କୁ ଟ୍ରେନ ବସ୍ ଯୋଗେ ସେମାନଙ୍କୁ ଅଞ୍ଚଳକୁ ପଠାଇ ଦିଆଯାଇଥିଲା। ହେଲେ କିଛି ବର୍ଷ ପରେ ପୁଣି ସେମାନଙ୍କ ଆସ୍ଥାନ ଜମିବାରେ ଲାଗିଛି। ଏବେ ବିଏମସି ପକ୍ଷରୁ  ଆରମ୍ଭ ହୋଇଥିବା ଏହି ପ୍ରୟାସ ସହରକୁ ବଞ୍ଜାରା ଶୂନ୍ୟ କରିବାରେ କେତେ ସଫଳ ହେଉଛ ତାହା ଆଗାମୀ ଦିନରେ ଜଣାପଡିବ। 

 

 

About the Author