ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ସାରା ଦେଶରେ ଟିକା ଉତ୍ସବ ଆରମ୍ଭ ହୋଇଯାଇଛି।
Trending Photos
ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଟିକା ଉତ୍ସବ। ଏପ୍ରିଲ ୧୧ ତାରିଖ ରବିବାର ଠାରୁ ସାରା ଦେଶରେ ଆରମ୍ଭ ହୋଇଛି ଗଣ ଟିକାକରଣ। ଏହି କ୍ରମରେ ପୂର୍ବତଟ ରେଳବାଇର ମୁଖ୍ୟାଳୟ ରେଳ ସଦନ ଠାରେ ବିଏମସି ସହାୟତାରେ ଟିକା ନେଇଛନ୍ତି ବିଭାଗୀୟ ଅଧିକାରୀଙ୍କ ସହ କର୍ମଚାରୀ। ଚାରି ଦିନ ଧରି ଚାଲିବାକୁ ଥିବା ଏହି ଉସ୍ତ୍ରବରେ ଶହେରୁ ଅଧିକ କର୍ମଚାରୀ ଥିବା କାର୍ଯ୍ୟାଳୟରେ ଟିକା ଦିଆଯିବ।
ସେପଟେ କୋରୋନା କଟକଣା ପାଇଁ ଆସନ୍ତାକାଲି ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଚେକିଂ କଡାକଡି ହୋଇ ବାହାର ରାଜ୍ୟର ଯାତ୍ରୀଙ୍କ ଉପରେ ନଜର ରଖାଯିବ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) ଏବଂ ଷ୍ଟେସନ ଅଧିକାରୀ (Bhubaneswar Railway Station Authority) ମିଳିତ ଭାବେ ରବିବାର ସ୍ଥିତି ଅନୁଧ୍ୟାନ କରିବା ସହ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ପରିବର୍ତ୍ତନ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ସାରା ଦେଶରେ ଟିକା ଉତ୍ସବ (Tika Utsav) ଆରମ୍ଭ ହୋଇଯାଇଛି। ରାଜ୍ୟ ରାଜଧାନୀରେ ବିଏମସି ସହାୟତାରେ ପୂର୍ବତଟ ରେଳବାଇ ମୁଖ୍ୟାଳୟ (East Coast Railway Headquarter) ରେଳସଦନ (Rail Sadan) ଠାରେ ଏହି ଉତ୍ସବ ପାଳନ ହୋଇଛି। ୪୫ ବର୍ଷରୁ ଉର୍ଦ୍ଧ୍ବ ରେଳବାଇ ଅଧିକାରୀ ଏବଂ କର୍ମଚାରୀ କୋରୋନା ଟିକା (Corona Vaccine) ନେଇଛନ୍ତି। ଚାରି ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଦୈନିକ ୧୦୦ ଖୋରାକ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ରେଳବାଇ ଜନସମ୍ପର୍କ ଅଧିକାରୀ ନିରାକାର ଦାସ କହିଛନ୍ତି। ସେପଟେ ନିଜ କାର୍ଯ୍ୟସ୍ଥଳୀରେ ଟିକା ବ୍ୟବସ୍ଥାକୁ ନେଇ ବିଭାଗୀୟ କର୍ମଚାରୀ ଖୁସି ପ୍ରକଟ କରିଛନ୍ତି।
Also Read: ବଢୁଛି ସଂକ୍ରମଣ ଘଟଣା; ଲାଗୁହେବ ପୁରୁଣା କଟକଣା
ସେପଟେ କରୋନା କଟକଣା ପାଇଁ ଆସନ୍ତାକାଲି ଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ପରିସରରେ କଡାକଡି ଚେକିଂ କରାଯିବ। ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାଯିବ। ଏଥିପାଇଁ ବିଏମସି ସହ ରେଳଷ୍ଟେସନ ଅଧିକାରୀ ମିଳିତ ଭାବେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯାତ୍ରୀଙ୍କ ପାଇଁ ଏଣିକି ପ୍ରବେଶ, ପ୍ରସ୍ଥାନ ପଥକୁ ବଦଳା ଯାଇଛି। ପ୍ରବେଶ ପାଇଁ ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡ ପଟେ ଏବଂ ଷ୍ଟେସନ ଭିତରୁ ପ୍ରସ୍ଥାନ କରିବା ନିମନ୍ତେ ଷ୍ଟେସନ ସମ୍ମୁଖ କିମ୍ବା ଡାହାଣ ପଟେ ବାହାରକୁ ବାହାରିବା ପାଇଁ କୁହାଯାଇଛି।
Also Read: କୋଭିଡ ମୁକାବିଲାରେ ସାମିଲ ହେଲେ ଆୟୁଷ ଡାକ୍ତର
ଏହାସହ ଯେଉଁ ଯାତ୍ରୀ ରାଜ୍ୟ ବାହାରୁ ଆସିବେ ସେମାନଙ୍କୁ ୭୨ ଘଣ୍ଟା ପୂର୍ବର ଆରଟିପିସିଆ ନେଗେଟିଭ୍ ରିପୋର୍ଟ (RTPCR Negetive Report) କିମ୍ବା କୋଭିଡ ଟିକା ଦ୍ବିତୀୟ ଖୋରାକ ସାର୍ଟିଫିକେଟ୍ (Corona Vaccine Second Dose Certificate) ଦେଖାଇବାକୁ ହେବ। ଏସବୁ ନଥିଲେ ଷ୍ଟେସନରେ ନାମ ପଞ୍ଜୀକରଣ କରିବେ। ସେମାନଙ୍କ ଉପରେ ବିଏମସି ପକ୍ଷରୁ ତୀକ୍ଷ୍ଣ ନଜର ରଖାଯିବ। ବିଏମସି ପକ୍ଷରୁ ୬ଟି ଟିମ୍ ୨୪ ଘଣ୍ଟିଆ ଯାତ୍ରୀଙ୍କୁ ଜଗିବେ ବୋଲି ଡେପୁଟି କମିଶନର କହିଛନ୍ତି।
Also Read: କୋରୋନା ମୁକାବିଲା: ଆସନ୍ତା ଏପ୍ରିଲ ପହିଲାରୁ ହେବ ବ୍ୟାପକ ଟୀକାକରଣ
ରାଜଧାନୀକୁ ପ୍ରତିଦିନ ସ୍ଥାନୀୟ ଏବଂ ରାଜ୍ୟ ବାହାରୁ ମିଶି ପାଖାପାଖି ୬୦ ଟ୍ରେନ ଯାତାୟାତ କରୁଥିବା ବେଳେ ୨୦ ଟ୍ରେନ ରାଜ୍ୟ ବାହାରକୁ ଯାଉଛି। ପ୍ରତିଦିନ ୨୦ ହଜାର ଯାତ୍ରୀଙ୍କ ସମାଗମ ହେଉଥିବା ବେଳେ ୧୦ ହଜାର ଯାତ୍ରୀ ରାଜ୍ୟ ବାହାରୁ ଆସୁଛନ୍ତି। ରେଳ ଷ୍ଟେସନରେ ଜଗିବା ଏବେ ନିହାତି ଜରୁରୀ ହୋଇପଡିଛି। ସେପଟେ ଟିକା ଉତ୍ସବ ଲାଗି ଟିକା ନିଅଣ୍ଟ ହେଲେ ଲକ୍ଷ୍ୟ ପୂରଣ କରିବା ଅସମ୍ଭବ ହୋଇପଡିବ।