ଆସନ୍ତାକାଲି ମଧ୍ୟ ୯ ଜିଲ୍ଲାକୁ ଶୀତ ଲହରି (Cold Wave) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି ।
Trending Photos
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ରାଜ୍ୟରେ ଲାଗି ରହିଛି ଶୀତର ପ୍ରକୋପ । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ୧୬ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡା ଏବଂ ନବରଙ୍ଗପୁରର କିଛି ସ୍ଥାନରେ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏସବୁ ସ୍ଥାନ ଗୁଡିକରେ ରାତି ଓ ପାହାନ୍ତିଆ ସମୟରେ ଥଣ୍ଡାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
ତେବେ ଏହି ସମୟରେ ଥଣ୍ଡାକୁ ଅନୁଭବ କରିବା ପାଇଁ କନ୍ଧମାଳ ଦାରିଙ୍ଗିବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଚଳିତ ଥର ଥଣ୍ଡାର ପ୍ରକୋପ ସାମାନ୍ୟ କମ ଥିଲେ ମଧ୍ୟ ଶୀତ ସରିବାକୁ ଆଉ କିଛିଟା ଦିନ ରହିଛି । ଏହି ସମୟରେ ପୁଣିଥରେ ଥଣ୍ଡା ଫେରିବାରୁ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି ।
Also Read:ସବୁ ସ୍ପଷ୍ଟ, ରାଜ୍ୟରେ ସ୍ବାଭାବିକ ହେବାକୁ ଯାଉଛି ଶିକ୍ଷାନୁଷ୍ଠାନ
ଆସନ୍ତାକାଲି ମଧ୍ୟ ୯ ଜିଲ୍ଲାକୁ ଶୀତ ଲହରି (Cold Wave) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି । ଆଗାମୀ ୨ ରୁ ୩ ଦିନ ଯାଏଁ ରାତିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଅନେକ ଜିଲ୍ଲାରେ ସ୍ୱାଭାବିକ ତାପମାତ୍ରା (Normal Tempreture) ଠାରୁ ୩ ରୁ ୫ ଡିଗ୍ରୀ ସେଲସିୟସ ତଳେ ରହିବା ନେଇ ଆକଳନ କରାଯାଇଛି । ପରବର୍ତ୍ତୀ ସମୟରେ ଜିଲ୍ଲାଗୁଡିକରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।
Also Read: CBSE Exam 2021: ଦଶମ-ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା
୫ ତାରିଖ ସକାଳୁ କିଛି ଜିଲ୍ଲାରେ ହାଲୁକା କୁହୁଡି (Light Fog) ଆରମ୍ଭ ହେବା ନେଇ କେନ୍ଦ୍ର ପୂର୍ବାନୁମାନ କରିଛି । ସେପଟେ କେନ୍ଦ୍ରର ପୂର୍ବାନୁମାନକୁ ନେଇ ସତର୍କ ରହିବାକୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି (SRC) ।
Edited: Zee Odisha Desk