ବର୍ଷ ୨୦୨୩ ସୁଦ୍ଧା ରାଜ୍ୟରେ କୌଣସି ସ୍ଥାନରେ ରହିବ ନାହିଁ ବସ୍ତି
Advertisement
Article Detail0/zeeodisha/odisha928479

ବର୍ଷ ୨୦୨୩ ସୁଦ୍ଧା ରାଜ୍ୟରେ କୌଣସି ସ୍ଥାନରେ ରହିବ ନାହିଁ ବସ୍ତି

ବସ୍ତିର ଉନ୍ନତି କରିବା ସହ ଏହାର 'ଡି ନୋଟିଫାଏଡ୍'  କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜ୍ୟ ପୌର ପରିଷଦ ବ୍ୟୟବରାଦର ୨୫ ପ୍ରତିଶତ ଅର୍ଥ ବସ୍ତିର ଉନ୍ନତି ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି । 

ବର୍ଷ ୨୦୨୩ ସୁଦ୍ଧା ରାଜ୍ୟରେ କୌଣସି ସ୍ଥାନରେ ରହିବ ନାହିଁ ବସ୍ତି

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ରାଜ୍ୟରେ ରହିବ ନାହିଁ ବସ୍ତି । ସବୁଠି ହେବ ବିକାଶ । ବଦଳିକ ବସ୍ତିର ନକ୍ସା । ବସ୍ତିର ଉନ୍ନତି କରାଯିବା ସହ ଏହାର 'ଡି ନୋଟିଫାଏଡ୍' କରାଯିବ। ରାଜ୍ୟର ସମସ୍ତ ପୌରାଞ୍ଚଳକୁ ମିଳୁଥିବା ବ୍ୟୟ ବରାଦର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ହେବ ଖର୍ଚ୍ଚ । ଏଭଳି ପରିକଳ୍ପନା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପ୍ରାୟ ୩ ହଜାର ବସ୍ତି ରହିଛି । ସବୁ ବସ୍ତିର କାୟା ପରିବର୍ତ୍ତନ କରିବା ପାଇଁ ଏବେ ନକ୍ସା ପ୍ରସ୍ତୁତ କରିବା ଆରମ୍ଭ କରିଛି ରାଜ୍ୟ ନଗର ଉନ୍ନୟନ ବିଭାଗ । ତେବେ ବିରୋଧୀଙ୍କ କହିବା ଅନୁସାରେ ଆଗକୁ ପୌର ନିର୍ବାଚନକୁ ଆଖିରେ ରଖି ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି । ଏହାର ବାସ୍ତବତା କିଛି ନାହିଁ।

ରାଜ୍ୟରେ ବର୍ତ୍ତମାନ ଥିବା ୨, ୯୯୨ ବସ୍ତିର ବଦଳିବ କାୟାକଳ୍ପ । ବସ୍ତି( Slums) କୁ ବିଜୁଳି, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ପରିମଳ ବ୍ୟବସ୍ଥା କରିବେ ରାଜ୍ୟ ସରକାର । ବସ୍ତିର ବିକାଶ ନକ୍ସା ପ୍ରସ୍ତୁତ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୦୨୩ ସୁଦ୍ଧା ରାଜ୍ୟର କୌଣସି ଅଞ୍ଚଳରେ ରହିବ ନାହିଁ ବସ୍ତି । ସହରର ସମସ୍ତ ଅଞ୍ଚଳ ସହିତ ବସ୍ତି ହେବ ସମାନ । ରାଜ୍ୟର ବିଭିନ୍ନ ବସ୍ତିରେ ବାସ କରୁଥିବା ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସ୍ଥାୟୀ ସରକାରୀ ପଟ୍ଟା । ବସ୍ତିର ଉନ୍ନତି କରିବା ସହ ଏହାର 'ଡି ନୋଟିଫାଏଡ୍'  କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜ୍ୟ ପୌର ପରିଷଦ ବ୍ୟୟବରାଦର ୨୫ ପ୍ରତିଶତ ଅର୍ଥ ବସ୍ତିର ଉନ୍ନତି ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି । 

Also Read: Delta Plus Variant ରେ କେତେ କାମ ଦେଉଛି Corona Vaccine? ଜାଣନ୍ତୁ କଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ତେବେ ରାଜ୍ୟ ସରକାର (Odisha Government) ଙ୍କ ଏଭଳି ଘୋଷଣାକୁ ତୁଚ୍ଛା ଧୂଆଁବାଣ କହିଛନ୍ତି ବିରୋଧୀ । ବିଜେପିର ଯୁକ୍ତି, ରାଜ୍ୟ ସରକାର ପୂର୍ବରୁ ପୁରୀ ଓ ଛତ୍ରପୁର ଅଞ୍ଚଳରେ ବସ୍ତି ଲୋକଙ୍କୁ ପଟ୍ଟା ଦେଇଥିଲେ । ହେଲେ ଲୋକମାନେ ଏବେ କେବଳ କାଗଜ ସଦୃଶ ସେହି ପଟ୍ଟାକୁ ଧରି ବସିଛନ୍ତି । ପଟ୍ଟା ଅନୁସାରେ ନା ଜମି ଅଛି ନା ତାହା କେଉଁ କାମରେ ଆସୁଛି । ତେଣୁ ଆଗକୁ ପୌର ନିର୍ବାଚନକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ଏଭଳି ଅବାସ୍ତବ ଘୋଷଣା । କଂଗ୍ରେସ (Congress) ମଧ୍ୟ ସମାନ ଅଭିଯୋଗ କରିଛି । ଦଳର କହିବା କଥା, ଏଠି ବର୍ଷା ହେଲେ ଯାଇ ଜଳ ନିଷ୍କାସନ କଥା ମନେପକାନ୍ତି ସରକାର । ଲୋକଙ୍କୁ ଭଣ୍ଡେଇବା ପାଇଁ ରାଜ୍ୟ ସରକାରଙ୍କର ଏ ଘୋଷଣା ।

Also Read: ଗର୍ଭବତୀ ମହିଳା ଟିକା ନେବେ ନା ନେବେନି, ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ

ବସ୍ତିବାସିନ୍ଦାଙ୍କ ବିକାଶ ପାଇଁ ପୂର୍ବରୁ ରାଜୀବ ଆବାସ ଯୋଜନା (Rajiv Gandhi Yojana) ରେ ଘର ଯୋଗାଇ ଦିଆଯାଉଛି । ହେଲେ ଏହି ଯୋଜନାରେ ଅନେକ ପରିବାର ଏବେ ବି ସାମିଲ ହୋଇପାରି ନାହାଁନ୍ତି ।