Delta Plus Variant ରେ କେତେ କାମ ଦେଉଛି Corona Vaccine? ଜାଣନ୍ତୁ କଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ
Advertisement
Article Detail0/zeeodisha/odisha928456

Delta Plus Variant ରେ କେତେ କାମ ଦେଉଛି Corona Vaccine? ଜାଣନ୍ତୁ କଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଦେଶର ବହୁ ବିଶେଷଜ୍ଞ ଏ ଘଟଣା ଉପରେ ଏବେ ଠାରୁ ଗବେଷଣା ଆରମ୍ଭ କରିଦେଲେଣି ଯେ, ଏବେ ଦେଶରେ ଉପଲବ୍ଧ ଥିବା କୋରୋନା ଭ୍ୟାକସିନକୁ ନେଇ ଏହି ଚିନ୍ତା ଯେ, ଏହି ଭ୍ୟାକସିନ ଏବେ ଡେଲ୍ଟା ପ୍ଲସକୁ କେତେ ମାତ୍ ଦେଇପାରିବ ।    

 

Delta Plus Variant ରେ କେତେ କାମ ଦେଉଛି Corona Vaccine? ଜାଣନ୍ତୁ କଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ କୋରୋନାର ଦ୍ୱିତୀୟ ଲହର ପରେ ଚିନ୍ତା ବଢାଇଲାଣି କୋରୋନାର Delta Plus Variant। ଭାରତରେ ୪୮ଟି ଡେଲ୍ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଏବେ ଏହାକୁ ନେଇ ସବୁ ରାଜ୍ୟ ସତର୍କତା ଅବଲମ୍ବନ ଆରମ୍ଭ କରିଦେଲେଣି । ସେପଟେ ଦେଶର ବହୁ ବିଶେଷଜ୍ଞ ଏ ଘଟଣା ଉପରେ ଏବେ ଠାରୁ ଗବେଷଣା ଆରମ୍ଭ କରିଦେଲେଣି ଯେ, ଏବେ ଦେଶରେ ଉପଲବ୍ଧ ଥିବା କୋରୋନା ଭ୍ୟାକସିନକୁ ନେଇ ଏହି ଚିନ୍ତା ଯେ, ଏହି ଭ୍ୟାକସିନ ଏବେ ଡେଲ୍ଟା ପ୍ଲସକୁ କେତେ ମାତ୍ ଦେଇପାରିବ ।    

ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) Indian Council Of Medical Research ର ନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ ଶୁକ୍ରବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ କନଫରେନ୍ସ ଜରିଆରେ କହିଛନ୍ତି ଯେ, କୋଭିଡ 19ର ଦୁଇ ସ୍ୱଦେଶୀ ଟିକା କୋଭିସିଲ୍ଡ (Covishield) ଓ କୋଭାକ୍ସିନ (Covaxin) ସାର୍ସ-ସିଓବି-2 ର ଆଲଫା, ବିଟା, ଗାମା ଏବଂ ଡେଲ୍ଟା ଭାରିଆଣ୍ଟ ବିରୁଦ୍ଧରେ କାମ କରୁଛି । ତେବେ ଆମ ବିଶେଷଜ୍ଞ ଏବେ ଏହା ଗବେଷଣା କରିବାରେ ଲାଗିଛନ୍ତି ଯେ, କୋରୋନା ଭ୍ୟାକସିନ ଏହି ନୂଆ ଭ୍ୟାରିଆଣ୍ଟ ପ୍ରତି କେତେ ପ୍ରଭାବଶାଳୀ । ଆଗାମୀ ୭ରୁ ୧୦ ଦିନ ମଧ୍ୟରେ ଏହି ରିସର୍ଚ୍ଚ ଶେଷ ହେବ । କେବଳ ଏତିକି ନୁହେଁ, ଆମେ ଭ୍ୟାକସିନ କୁ ବଦଳାଇବା ସହ କେମିତି ଅଧିକ ପ୍ରଭାବଶାଳୀ ହୋଇପାରିବ ତା ଉପରେ ମଧ୍ୟ ଜୋରଦାର ପରୀକ୍ଷା କରାଯାଉଛି ।

Also Read: ଗର୍ଭବତୀ ମହିଳା ଟିକା ନେବେ ନା ନେବେନି, ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ

ସେପଟେ ଏକଥା ବି (ICMR) ର ନିର୍ଦ୍ଦେଶକ କହିଛନ୍ତି ଯେ, କୋରୋନାର ଦ୍ୱିତୀୟ ଲହର ଏବେ ସୁଦ୍ଧା ଶେଷ ହୋଇନାହିଁ । ଏଥିପାଇଁ ଲୋକମାନେ କୋଭିଡ ଗାଇଡଲାଇନ କଟକଣା କଡ଼ାକଡ଼ି ଭାବେ ପାଳନ କରିବା ଦରକାର । ଏବେ ୯୨ ଜିଲ୍ଲାରେ ପ୍ରାୟ ୫ ରୁ ୧୦ ପ୍ରତିଶତ ପଜିଟିଭିଟି ରେଟ୍ ରହିଛି । ଯଦି ଲୋକ ମାନେ ସଚେତନ ହେବେ ତେବେ ଏହି ରେଟ ହ୍ରାସ ପାଇବ ନହେଲେ ପୁଣିଥରେ ଗୁରୁତର ଅବସ୍ଥାକୁ ଦେଶ ଯିବ ବୋଲି ସେ କହିଛନ୍ତି । ଏହାଛଡ଼ା ସେପ୍ଟେମ୍ବର ମଧ୍ୟରେ ଛୋଟ ଶିଶୁଙ୍କ ପାଇଁ କୋରୋନା ଭ୍ୟାକସିନ (Corona Vaccine) ଆଣିବା ନେଇ ଚେଷ୍ଟା ଜାରି ରହିଛି । ଭ୍ୟାକସିନର ଟ୍ରାଏଲ ଚାଲିଛି ଯଥାଶୀଘ୍ର ଏହା ପୁରା ହେବ ବୋଲି ଜଣାପଡ଼ିଛି ।

Also Read: ଓଡ଼ିଶାର ଦେବଗଡ଼ରୁ ଚିହ୍ନଟ ହେଲା ପ୍ରଥମ Delta Plus Variant

ଆପଣଙ୍କୁ କହିରଖୁଛୁ ଯେ, ଏବେ ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ (Delta Plus) ଭାରିଆଣ୍ଟ କୁ ଚିନ୍ତାଜନକ ଭାରିଆଣ୍ଟ ବୋଲି ଘୋଷଣା କରିଛି । ମନ୍ତ୍ରାଳୟର ମୁତାବିକ, ଡେଲ୍ଟା ପ୍ଲସ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବା କାରଣ ଏହା ବହୁତ ଶୀଘ୍ର ସଂକ୍ରମଣ ହେବାର କ୍ଷମତା ରଖିଛି। ଏହି ଭାଇରସ ଫୁସଫୁସ ସେଲ୍ସ ରେ ରହିଯାଏ ତା ସହ ଏବଂ ମୋନୋକ୍ଲୋନାଲ ଆଣ୍ଟିବଡି ଥେରାପି (Monoclonal antibody therapy) ଏହି ଭାରିଆଣ୍ଟରେ ନିରପେକ୍ଷ ବୋଲି ଜଣାପଡି଼ଛି । ମହାରାଷ୍ଟ୍ରରେ ସର୍ବାଧିକ ଏହି (Delta Plus) ଭାରିଆଣ୍ଟ ରୋଗୀ ଚିହ୍ନଟ ହୋଇଛନ୍ତି ।