ଠକକୁ ଅପହରଣ; ଅପହୃତଙ୍କ ସହ ଅପହରଣକାରୀ ଗିରଫ
Advertisement

ଠକକୁ ଅପହରଣ; ଅପହୃତଙ୍କ ସହ ଅପହରଣକାରୀ ଗିରଫ

ଅପହୃତ ଠକଙ୍କ ପତ୍ନୀଙ୍କ ଅଭିଯୋଗ ପରେ ଅପହରଣକାରୀଙ୍କ ଠାରୁ ଅପହୃତଙ୍କୁ ଉଦ୍ଧାର କରି ଠକ ସ୍ୱାମୀଙ୍କୁ ବାନ୍ଧିଛି ଚନ୍ଦକା ପୋଲିସ। 

ଠକକୁ ଅପହରଣ; ଅପହୃତଙ୍କ ସହ ଅପହରଣକାରୀ ଗିରଫ

ଭୁବନେଶ୍ବର: ଚାକିରୀ ଦେବା ନାଁରେ ଠକେଇ ପରେ ଠକକୁ ଅପହରଣ। ପୋଲିସ ହାତରେ ଧରା ପଡିବା ପରେ ଉଭୟ ଠକ ଏବଂ ଠକକୁ ଅପହରଣ କରିଥିବା ଯୁବକକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ। ପୋଲିସ ବିଭାଗରେ ଚାକିରୀ କରାଇବାକୁ କହି ଜଣେ ଯୁବକଙ୍କୁ ଠକିଥିବା ବ୍ୟକ୍ତିକୁ ଅପହରଣ ପରେ ଅପହୃତଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରିବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଛି।

ଅପହୃତ ଠକଙ୍କ ପତ୍ନୀଙ୍କ ଅଭିଯୋଗ ପରେ ଅପହରଣକାରୀଙ୍କ ଠାରୁ ଅପହୃତଙ୍କୁ ଉଦ୍ଧାର କରି ଠକ ସ୍ୱାମୀଙ୍କୁ ବାନ୍ଧିଛି ଚନ୍ଦକା ପୋଲିସ। ଏହି ଘଟଣାରେ ଚନ୍ଦକା ଥାନା ପୋଲିସ ତଦନ୍ତ କରିବା ସହ ରବିବାର ଗିରଫ କରିଥିବା ଅଭିଯୁକ୍ତ କୋର୍ଟ ଚାଲାଣ କରିଛି। ଅପହୃତଙ୍କୁ ଅପହରଣ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଦୁଇ ଅପହରଣକାରୀଙ୍କୁ ପୋଲିସ ଚାକିରୀ କରାଇଦେବାକୁ କହି ୩ ଲକ୍ଷ ଟଙ୍କା ଠକିଥିଲା ଏହି ଠକ। 

Also Read: କେୟାରଟେକରଙ୍କ ଦାନ୍ତ ଭାଙ୍ଗି ଦେଲେ ଦୁଇ ଯୁବତୀ

ଖୋର୍ଦ୍ଧା ନିକଟସ୍ଥ ଜଙ୍ଗଲରୁ ଅପହରଣକାରୀଙ୍କ କବଳରୁ ଅପହୃତ ଠକଙ୍କୁ ଉଦ୍ଧାର କରିଥିଲା ପୋଲିସ। ଦୁଇ ଅପହରଣକାରୀ ପ୍ରମୋଦ ମହାନ୍ତି ଓ ସନ୍ତୋଷ ପଟନାୟକ ସମେତ ଠକ ସଦାନନ୍ଦ ବେହେରାଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ।