CHSE plus two result out: କମିଛି ଶତ ପ୍ରତିଶତ ଫଳାଫଳ ମହାବିଦ୍ୟାଳୟର ସଂଖ୍ୟା
Advertisement

CHSE plus two result out: କମିଛି ଶତ ପ୍ରତିଶତ ଫଳାଫଳ ମହାବିଦ୍ୟାଳୟର ସଂଖ୍ୟା

CHSE plus two result out: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଫଳ । ଗତବର୍ଷ ଅପେକ୍ଷା କମିଛି ପାସ୍ ହାର । ବଢିଲା ଶୂନ ପ୍ରତିଶତ, କମିଲା ଶତ ପ୍ରତିଶତ ବିଦ୍ୟାଳୟ ସଂଖ୍ୟା । ଯାହାକୁ ନେଇ ଗଣଶିକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ତେବେ ବହୁ ପ୍ରତିକ୍ଷିତ ପରେ ଶେଷରେ ଯୁକ୍ତ ଦୁଇ ଫଳାଫଳ ପ୍ରକାଶ ପାଇଛି ।

CHSE plus two result out: କମିଛି ଶତ ପ୍ରତିଶତ ଫଳାଫଳ ମହାବିଦ୍ୟାଳୟର ସଂଖ୍ୟା

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର:

CHSE plus two result out: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଫଳ । ଗତବର୍ଷ ଅପେକ୍ଷା କମିଛି ପାସ୍ ହାର । ବଢିଲା ଶୂନ ପ୍ରତିଶତ, କମିଲା ଶତ ପ୍ରତିଶତ ବିଦ୍ୟାଳୟ ସଂଖ୍ୟା । ଯାହାକୁ ନେଇ ଗଣଶିକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ତେବେ ବହୁ ପ୍ରତିକ୍ଷିତ ପରେ ଶେଷରେ ଯୁକ୍ତ ଦୁଇ ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୭୦ ଦଶମିକ ୨୧ ପ୍ରତିଶତ ରହିଛି ପାସ୍ ହାର । ତେବେ ଗତ ପାଞ୍ଚ ବର୍ଷ ତଥ୍ୟ ଅନୁଯାୟୀ କମୁଛି ପାସ୍ ହାର । ଏହାସହ ଶୂନ ପ୍ରତିଶତ ପାସ୍ ଥିବା ବିଦ୍ୟାଳୟ ଗତବର୍ଷ ଅପେକ୍ଷା ବଢିଥିବା ବେଳେ ଚଳିତ ବର୍ଷ ଶତପ୍ରତିଶତ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇଛି । ସେପଟେ ବିଭାଗୀୟ ମନ୍ତ୍ରୀ ଏଥର ଫଳାଫଳାକୁ ଗୁଣାତ୍ମକ ଦୃଷ୍ଟିରୁ ଭଲ ଥିବା କହିଥିବା ବେଳେ ଅପରପଟେ ଫେଲ୍ ହୋଇଥିବା ପରୀକ୍ଷାକୁ ନେଇ ଅଡୁଆରେ ଛାତ୍ରଛାତ୍ରୀ ଓ ଅଭିଭାବକ ।

ଅଧିକ ପଢନ୍ତୁ: Bharatratna Pranab Mukharjee ସୁଧୁରୁନି ସ୍ୱାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

ନିମ୍ନଗାମୀ ପାସ୍ ହାର । ଚଳିତ ବର୍ଷ ୭୦.୨୧% ପାସ୍ ହାର ରହିଛି, ଗତବର୍ଷ ଅପେକ୍ଷା ୨ ପ୍ରତିଶତ କମିଛି ପାସ୍ ହାର । ଚଳିତ ବର୍ଷ ମୋଟ ୯୭,୩୭୭ ଜଣ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୬୮,୩୭୪ ଛାତ୍ରଛାତ୍ରୀ । ଛାତ୍ର ପାସ୍ କରିଛନ୍ତି ୩୮,୩୦୧ ଜଣ ଓ ଛାତ୍ରୀ ପାସ୍ କରିଛନ୍ତି ୩୦,୦୭୩ ଜଣ । ଝିଅଙ୍କ ଅପେକ୍ଷା ପୁଅଙ୍କ ପାସ ହାର ଅଧିକ ରହିଛି । ସେହିଭଳି ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ୨୫ ହଜାର ୩୩୯ ଯାହା । 

ସେହିଭଳି ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୮୬.୫୧ ପ୍ରତିଶତ ପାସ ହାର ରହିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ୪୦.୭୧ ପ୍ରତିଶତ ପାସ ହାର ରହିଛି । ତେବେ ବିଳମ୍ବରେ ହେଲେ ବି ଫଳାଫଳ ପ୍ରକାଶ ପାଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉସ୍ତ୍ରାହ ପରିଲକ୍ଷିତ ହୋଇଛି । ଏହାସହ ହାରାହାରି ଫଳାଫଳକୁ ନେଇ ଅସନ୍ତୋଷ ଓ ଫେଲ ବିଷୟର ପରୀକ୍ଷା ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ଛାତ୍ରୀଛାତ୍ରୀ ଓ ଅଭିଭାବକ । ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଶେଷ ସପ୍ତହଃରେ କଳା ବିଷୟର ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି କୁହାଯାଇଛି । ଏହାସହ ବାଣିଜ୍ୟ ରେଜଲ୍ଟ ପରେ ରି ଚେକିଂ ଓ ରି ଆଡ଼ିସାନ ପାଇଁ ସୂଚନା ଦିଆଯିବ ବୋଲି ଜଣାପଜିଛି  ।  

ଅଧିକ ପଢନ୍ତୁ: ସଚିନଙ୍କ କ୍ୟାମ୍ପର ବିଧାୟକ କହିଲେ ଟେଷ୍ଟ ମ୍ୟାଚ ଥିଲା...

ସେପଟେ ଧୀରେଧୀରେ କମୁଛି ପାସ୍ ହାର । ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଗତ ପାଞ୍ଚ ବର୍ଷର ତଥ୍ୟ ଅନୁଯାଯୀ ୨୦୧୬ ମସିହାରେ ୮୦.୮୦ ପ୍ରତିଶତ ପାସ୍ ହାର ଥିବା ବେଳେ ୨୦୧୭ରେ ୮୧.୧ ପ୍ରତିଶତ, ୨୦୧୮ରେ ୭୬.୯୮ ପ୍ରତିଶତ, ୨୦୧୯ରେ ୭୨.୩୩ ପ୍ରତିଶତ ଏବଂ ଚଳିତ ବର୍ଷ ୭୦.୨୧ ପ୍ରତିଶତ ପାସ୍ ହାର ରହିଛି । ଯାହା ଧୀରେଧୀରେ ହ୍ରାସ ପାଉଛି । ସେହିପରି ଗତବର୍ଷ ୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାସ୍ ହାର ଶୂନ ଥିବା ବେଳେ ଚଳିତ ବର୍ଷ ବୃଦ୍ଧି ପାଇ ୧୫ଟି ବିଦ୍ୟାଳୟରେ ପାସ୍ ହାର ଶୂନ ରହିଛି । ଏହାସହ ଗତବର୍ଷ ୨୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ହୋଇଥିବା ବେଳେ ଏଥର ଆହୁରି ହ୍ରାସ ପାଇ ୨୦ଟି ଉଚ୍ଚ ମାଧ୍ୟମିକ ବିଧ୍ୟାଳୟର ପାସ ହାର ଶତ ପ୍ରତିଶତ ରହିଛି । ସେପଟେ ଶୂନ ପ୍ରତିଶତ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି  । 

ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନା, ଯୁକ୍ତ ଦୁଇ ନାମଲେଖା ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ୨୧ ତାରିଖରୁ ୪ ସେପ୍ଟେମ୍ବର ମଧ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସାମ୍ସ ୱେବସାଇଟରେ କେବଳ ଅନଲାଇନରେ ହିଁ ଅବେଦନ କରିପାରିବେ ଛାତ୍ରଛାତ୍ରୀ । ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ମାନଙ୍କ ଏଥିଲାଗି ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ୯ ସେପ୍ଟେମ୍ବରରେ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି ଆଜି ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ଘୋଷଣା ଅବସରରେ ବିଭାଗୀୟ ମନ୍ତ୍ରୀ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ: Bharatratna Pranab Mukharjee ସୁଧୁରୁନି ସ୍ୱାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା