ସ୍କୁଲ କଲେଜରେ ପଢାଯିବ ବିପର୍ଯ୍ୟୟ ମୁକାବିଲା ପାଠ; ପିଲାଏ ପଢିବେ ଆଉ ଲଢିବେ
Advertisement

ସ୍କୁଲ କଲେଜରେ ପଢାଯିବ ବିପର୍ଯ୍ୟୟ ମୁକାବିଲା ପାଠ; ପିଲାଏ ପଢିବେ ଆଉ ଲଢିବେ

ପ୍ରାକୃତିକ ବିପର୍ଯ୍ୟୟ ବାବଦରେ ବାବଦରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ଲିଖିତ ସାଙ୍ଗକୁ ବ୍ୟବହାରିକ ତଥା ଗଠନମୂଳକ ତାଲିମ ଦେବାକୁ ଦାବି କରିଛନ୍ତି ଉଭୟ ଶିକ୍ଷାବିତ୍ ଏବଂ ଅଭିଭାବକ।

ସ୍କୁଲ କଲେଜରେ ପଢାଯିବ ବିପର୍ଯ୍ୟୟ ମୁକାବିଲା ପାଠ; ପିଲାଏ ପଢିବେ ଆଉ ଲଢିବେ

ଭୁବନେଶ୍ବର: ପିଲାଏ ପଢ଼ିବେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ମହାମାରୀ ପାଠ। ଓଡ଼ିଶା ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟରେ ଏହାକୁ ଗୁରୁତ୍ବ ଦେଇ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରିଯାଇଛି।

ଏହାର ମଡ୍ୟୁଲ କ'ଣ ରହିବ ଏବଂ କେଉଁ ଶ୍ରେଣୀରୁ ଏହା ଆରମ୍ଭ ହେବ ସେ ନେଇ ଟାସ୍କଫୋର୍ସ ରିପୋର୍ଟ ଦେବା ପରେ ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ଏପରି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଅଭିଭାବକଙ୍କ ସହ ଶିକ୍ଷାବିତ। ବିଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା (Natural Disaster Management) କରିବା କ୍ଷେତ୍ରରେ ରାଜ୍ୟର ଦକ୍ଷତା ବିଶ୍ବ ସମୁଦାୟରେ ପ୍ରଦର୍ଶିତ ହୋଇସାରିଛି। ଏବେ ଓଡିଶା ବିପର୍ଯ୍ୟୟ ପରିଚାଳନା କରିବାରେ ଏକ ମଡେଲ ଭାବେ ଉଭା ହୋଇ ପ୍ରଶଂସିତ ହୋଇସାରିଛି। 

Also Read: ତାଣ୍ଡବ ପରେ "Yaas" ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଜାରି

ଏହି କ୍ରମରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆହରଣ କରାଯାଇଥିବା ଅଭିଜ୍ଞତା ସହ ମହାମାରୀ ପରିଚାଳନା ବାବଦରେ ଜ୍ଞାନ ଆହରଣ କରିବେ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ। ଯାହା ସେମାନଙ୍କ ପାଠ୍ୟକ୍ରମର ଅଂଶବିଶେଷ ହେବ। ଏନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ଏହାର ମଡ୍ୟୁଲ କ'ଣ ରହିବ ଓ ନିର୍ଦ୍ଦିଷ୍ଟ ଭାବେ କେଉଁ ଶ୍ରେଣୀରୁ ଏହା ଆରମ୍ଭ କରାଯିବ ସେ ନେଇ ଟାସ୍କଫୋର୍ସ ରିପୋର୍ଟ ଦେବା ପରେ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। 

Also Read: Cyclone Yass: ମୁକାବିଲ ପାଇଁ ପ୍ରସ୍ତୁତ NDRF-ODRAF ଟିମ ସହ ଅଗ୍ନିଶମ ବିଭାଗ

କୋରୋନା ମହାମାରୀ (Corona Pandemic) ସମଗ୍ର ମଣିଷ ସମାଜ ପାଇଁ ଏକ ନୂତନ ସଂକଟ ଭାବେ ଉଭାହୋଇଛି। ବାତ୍ୟା, ବନ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ଯିବା ଆସିବା ପୂର୍ବରୁ ଜାରି ରହିଛି। ହେଲେ ଏହି ମହାମାରୀ ପାଇଁ ମାନବ ସମାଜକୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଛି। କେତେବେଳେ ଏହି ମହମାରୀ କେଉଁ ରୂପ ଧାରଣ କରିବ ତାହା ଆକଳନ କରିବା ମୁସ୍କିଲ। ଜଣାଶୁଣା ଜରୁରୀ ପରିସ୍ଥିତିର କିପରି ଆମେ ସାମ୍ନା କରିବା ଏବଂ ଅଜଣା ଅଶୁଣା ସଂକଟକୁ ମଧ୍ୟ କିପରି ମୁକାବିଲା କରିବା ସେ ନେଇ ଏହି ପଦକ୍ଷେପ ନିଆଯାଇଛି। 

Also Read: Yaas Alert: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି

ଏପରି ଘଟଣା ବାବଦରେ ବାବଦରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ଲିଖିତ ସାଙ୍ଗକୁ ବ୍ୟବହାରିକ ତଥା ଗଠନମୂଳକ ତାଲିମ ଦେବାକୁ ଦାବି କରିଛନ୍ତି ଉଭୟ ଶିକ୍ଷାବିତ୍ ଏବଂ ଅଭିଭାବକ। ଏନେଇ ଶିକ୍ଷାବିତ୍, ପାଣିପାଗ ବିଶେଷଜ୍ଞ, ବୈଷୟିକ ବିଶେଷଜ୍ଞ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ସମାଜସେବୀଙ୍କ ସହାୟତାରେ ସ୍ବତନ୍ତ୍ର ପାଠ୍ୟ ଖସଡା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି।

Also Read: ମହାମାରୀରେ ମହାବିପତ୍ତି; ଆସୁଛି 'Yaas'

କେବଳ ଛାତ୍ରଛାତ୍ରୀ ନୁହଁନ୍ତି ମହାମାରୀ ସହିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ମୌଳିକ ଦିଗ ଉପରେ ସରକାରୀ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଏହାକୁ ସରକାରୀ ଚାକିରୀ ଏବଂ ନିଯୁକ୍ତି ପାଇଁ ଏକ ବାଧ୍ୟତାମୂଳକ ବିଷୟ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ମିଶନ ଶକ୍ତି ଗୋଷ୍ଠୀ, ବନ ସୁରକ୍ଷା ସମିତି ଏବଂ ଅନ୍ୟ ଗୋଷ୍ଠୀଭିତ୍ତିକ ସଙ୍ଗଠନକୁ ମଧ୍ୟ ଏ ସମ୍ପର୍କରେ ତାଲିମ ଦିଆଯିବ।