ରାଜ୍ୟକୁ ଘାରିଛି କୋରନା ମହାମାରୀର ତୃତୀୟ ଲହର ଭୟ।
Trending Photos
ଭୁବନେଶ୍ବର: ରାଜ୍ୟକୁ ଘାରିଛି ସମ୍ଭାବ୍ୟ କରୋନା ମହାମାରୀର ତୃତୀୟ ଲହରୀ। ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। କୋଭିଡ୧୯ ଲଷଣ ଥିବା ୧୮ ବର୍ଷରୁ କମ ଶିଶୁଙ୍କ RTPCR Test କରିବା ସହ ଜିଲ୍ଲା ସ୍ତରରେ ବୈଠକ କରି ICU Bed ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ।
ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବା ଆଶଙ୍କା ନେଇ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ କହିବା ପରେ ଏବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଣ୍ଟା ଭିଡିଛି। କେନ୍ଦ୍ରୀୟ ଗାଇଡ଼ଲାଇନ ଅନୁସାରେ ସଂକ୍ରମିତ ଶିଶୁଙ୍କ ଲାଗି ୬୦୦ ବେଡ଼ ଆବଶ୍ୟକ ପଡିପାରେ। ହେଲେ ୩୦୦୦ ବେଡ଼ ପ୍ରସ୍ତୁତ କରୁଛନ୍ତି ସରକାର। କେବଳ ୬୧୦ ଆଇସିୟୁ-ଏଚଡ଼ିୟୁ ବେଡ଼ (ICU-HDU Bed) ରହିଛି। ଆବଶ୍ୟକ ସ୍ଥଳେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ କରାଯିବ ବୋଲି ଯୋଜନା କରାଯାଇଛି।
ସେପଟେ କୋରୋନା ବିରୁଦ୍ଧରେ ଲଢେଇର ଏକମାତ୍ର ଅସ୍ତ୍ର ଟିକାକରଣ ନେଇ ରାଜଧାନୀ ଭୁବନେଶ୍ବର ମାଇଲଖୁଣ୍ଡ ପାର କରିଛି। ଉଭୟ ସରକାରୀ ବେସରକାରୀ ଚିକିତ୍ସାଳୟରେ ୨୦ ଲକ୍ଷ ଡୋଜ୍ ଟିକା ଦିଆଯାଇସାରିଛି। ଗତ ଗୁରୁବାର ସୁଦ୍ଧା ମୋଟ ୨୦ ଲକ୍ଷ ୪ହଜାର ୬୨୮ ଡୋଜ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୧ ଲକ୍ଷ ୧୯ହଜାର ୬୨୮ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୮ଲକ୍ଷ ୮୪ହଜାର ୯୪୭ ବିଭିନ୍ନ ବର୍ଗ ଓ ବୟସର ବ୍ୟକ୍ତିଙ୍କୁ ଉଭୟ ଡୋଜ ଟିକା ପ୍ରଦାନ କରାଯାଛି। ଗତ ୨୦୧୧ ଜନସଂଖ୍ୟା ଜନଗଣନା ଅନୁସାରେ ରାଜ୍ୟ ରାଜଧାନୀରେ ୮ ଲକ୍ଷ ୪୩ ହଜାର ହିତାଧିକାରୀ ଟାର୍ଗେଟ ଥିଲେ। ଏ ପର୍ଯ୍ୟନ୍ତ ୯ ଲକ୍ଷ ଲୋକଙ୍କୁ ଡବଲ ଡୋଜ୍ ଦିଆଯାଇସାରିଛି।
Also Read: କୋରୋନା ସମୟରେ ଜରୁରୀକାଳୀନ ସେବାର ଉଡୁଛି ମଜାକ; କାରାନାମା ଶୁଣିଲେ ଉଡ଼ିଯିବ ହୋସ
ରାଜ୍ୟକୁ ଘାରିଛି ତୃତୀୟ ଲହର ଭୟ। ଏହାର ପ୍ରଭାବ କେଉଁ ସମୟରେ ରାଜ୍ୟରେ ଅନୁଭୂତ ହୋଇପାରେ। ଆଉ ଏଥରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇପାରନ୍ତି ୧୮ ବର୍ଷରୁ କମ ବୟସର ଶିଶୁ। ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛି ସ୍ହାସ୍ଥ୍ୟ ବିଭାଗ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି କୋଭିଡ୧୯ ଲଷଣ ଥିବା ୧୮ ବର୍ଷରୁ କମ ଶିଶୁଙ୍କ RTPCR Test କରିବା ସହ ଜିଲ୍ଲା ସ୍ତରରେ ବୈଠକ କରି ICU Bed ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ। ତୃତୀୟ ଲହରରେ ଶିଶୁ ଅଧିକ ମାତ୍ରାରେ ସଂକ୍ରମିତ ହେବା ଆଶଙ୍କା କରି ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି।
ବିଶେଷଜ୍ଞଙ୍କ କହିବା ମୁତାବକ କେରଳ, ମହାରାଷ୍ଟ୍ର, ମିଜୋରାମ, କର୍ଣ୍ଣାଟକ ଭଳି ରାଜ୍ୟରେ ଏବେ କୋରୋନା ମହାମାରୀର ତୃତୀୟ ଲହରୀ ପ୍ରକୋପ ଆରମ୍ଭ ହୋଇଯିବା ଭଳି ସ୍ଥିତି ଉପୁଜିଲାଣି। ସେପଟେ ସଂକ୍ରମଣ ସ୍ଥିତି ମଧ୍ୟ ରାଜଧାନୀରେ ଅଧିକ ରହୁଛି। କ୍ରମାଗତ ଭାବେ ଦୈନିକ ସଂକ୍ରମଣରେ ଖୋର୍ଦ୍ଧା ଶୀର୍ଷରେ ରହୁଥିବା ବେଳେ ଭୁବନେଶ୍ବରରେ ଏହାର ସଂଖ୍ୟା ଅଧିକ ରହୁଛି। କୋଭିଡ ନିୟମାବଳୀକୁ ପାଳନ କରିବା ପରିବର୍ତ୍ତେ ଖିଲାପ କରିବା କାରଣରୁ ଏହି ସଂଖ୍ୟା ବଢୁଥିବା ଅନୁମାନ କରାଯାଉଛି।
Also Read: ଡେଙ୍ଗୁ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ଆୟୋଜିତ
ରାଜ୍ୟରେ ବର୍ତମାନ ଲୋକ ସଂଖ୍ୟା ପ୍ରାୟ ୪ କୋଟି। ସେମାନଙ୍କ ମଧ୍ୟରୁ ପ୍ରାୟ ଦେଢ କୋଟି ହେଉଛନ୍ତି ୧୮ ବର୍ଷ ବୟସର ଶିଶୁ ଓ କିଶୋର। ବର୍ତ୍ତମାନ ପର୍ଯ୍ୟନ୍ତ ଏ ବର୍ଗ ଟିକା ନେଇ ନଥିବା ବେଳେ ଆଗକୁ ସେମାନଙ୍କ ପାଳି ପଡିବ ବୋଲି ଆଶା କରାଯାଉଛି। ହେଲେ ତୃତୀୟ ଲହର ସମୟରେ ଏହି ବର୍ଗକୁ ସୁରକ୍ଷିତ କିଭଳି ରଖାଯାଇପାରିବ ସେଥିପାଇଁ ଜାରି ରହିଛି ପ୍ରୟାସ।