ମହାମାରୀ ଆରମ୍ଭରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ୨୪ଘଣ୍ଟିଆ ହେଲ୍ପଲାଇନ ନମ୍ବର ଭାବେ ୧୦୪ ଖୋଲାଯାଇଥିଲା।
Trending Photos
ଭୁବନେଶ୍ୱର: ମହାମାରୀ ସମୟରେ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ପ୍ରଦାନ କରାଯାଉଥିବ ସେବାର ଉଡାଯାଉଛି ମଜାକ। ଜରୁରୀକାଳୀନ ନମ୍ବରକୁ ଆସୁଛି ଫେକ୍ କଲ୍। କୋରୋନା ସଂକଟ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ୨୪ ଘଣ୍ଟିଆ ହେଲ୍ପ ଲାଇନ ଭାବେ ୧୦୪ ନମ୍ବରୁ ସେବା କାର୍ଯ୍ୟକାରୀ କରାଯାଇଥିଲା। ହେଲେ ଏହି ନମ୍ବରକୁ କିଛି ଅସାମାଜିକ ବ୍ୟକ୍ତି ଅପବ୍ୟବହାର କରିଥିବା ନଜରକୁ ଆସିଛି।
ଫୋନ କରି କିଏ ପ୍ରେମ ନିବେଦନ କରୁଛି ତ କିଏ ମଦ ପିଇବାକୁ ଟଙ୍କା ମାଗୁଛି ତ ପୁଣି ଆଉ କିଏ ଗୀତ ଗାଉଛି। ଏନେଇ ୧୦୪ ହେଲ୍ପଲାଇନ ନମ୍ବର ପରିଚାଳନା ସଂସ୍ଥା ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଛି। ତଥାପି ଦିନକୁ ଦିନକୁ ଏହି ଫେକ୍ କଲ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଚଳିତ ବର୍ଷ ଜାନୁୟାରୀରୁ ଜୁଲାଇ ମଧ୍ୟରେ ୩୨ ହଜାର ୧୧୭ ଫେକ୍ କଲ୍ ଆସିଥିବା ଜଣାପଡିଛି।
ମହାମାରୀ ବେଳେ ଚାଲିଛି ମଜାକ୍। ଜରୁରୀ ନମ୍ବରକୁ ଫେକ୍ କଲରଙ୍କ ନିଶାନା। ଏଠାକୁ ଫୋନ କରି କିଏ ପ୍ରେମ ନିବେଦନ କରୁଛି ତ କିଏ ମଦ ପିଇବାକୁ ଟଙ୍କା ମାଗୁଛି ତ ପୁଣି ଆଉ କିଏ ଗୀତ ଗାଉଛି। ଖାଲି ଏତିକି ନୁହେଁ ଏପରି ଅନେକ ଅଶ୍ଲୀଳ ଏବଂ ମୂଲ୍ୟହୀନ କଲ୍ ଏବେ ଲୋକଙ୍କ ସେବାରେ ବାଧକ ସାଜିଛି। ସାରା ବିଶ୍ବ ଯେତେବେଳେ କୋରୋନା ମହାମାରୀ ସହ ସଂଘର୍ଷ କରୁଛି ସେତେବେଳେ କିଛି ଲୋକ ଏପରି ମଜା ଉଡାଉଛନ୍ତି। ମହାମାରୀ ଆରମ୍ଭରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ୨୪ଘଣ୍ଟିଆ ହେଲ୍ପଲାଇନ ନମ୍ବର ଭାବେ ୧୦୪ ଖୋଲାଯାଇଥିଲା।
Also Read:ମହାମାରୀ ଯୁଦ୍ଧରେ '୧୦୦' ଯୋଦ୍ଧାଙ୍କ କାହାଣୀ
ଯାହାର ଉଦ୍ଦେଶ୍ୟ ଥିଲା ଲୋକଙ୍କ କୋଭିଡ ମହାମାରୀ ତଥା ସ୍ବାସ୍ଥ୍ୟ ସମ୍ଭନ୍ଧୀୟ ସମସ୍ୟାର ସମାଧାନ କରିବା। ହେଲେ ଏହି ଜରୁରୀ ନମ୍ବରରେ କଲ୍ କରି କିଛି ଲୋକ ସମୟ ଅତିବାହିତ କରୁଛନ୍ତି। ଯାହା ଫଳରେ ବାସ୍ତବିକ ଜରୁରୀ ସେବା ଥିବା ବ୍ୟକ୍ତିଙ୍କୁ ସଠିକ ସମୟର ସେବା ପହଞ୍ଚାଇବାରେ ବାଧା ଉପୁଜୁଛି।
ତଥ୍ୟ ମୁତାବକ ଚଳିତ ଜାନୁୟାରୀରୁ ଜୁଲାଇ ମାସ ମଧ୍ୟରେ ୧୦୪ ନମ୍ବରକୁ ମୋଟ ୩୨ହଜାର ୧୧୭ ଫେକ୍ କଲ୍ ଆସିଛି। ଯାହା ଫଳରେ ଏଠାରେ କାମ କରୁଥିବା ବ୍ୟକ୍ତି ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇପଡିବା ସହ ଜରୁରୀକାଳୀନ ସେବା ପାଇଁ ଅପେକ୍ଷା କରିଥିବା ଲୋକ ହଇରାଣ ହେଉଛନ୍ତି। ଯାହାକୁ ନେଇ ଏହାର ପରିଚାଳନା ସଂସ୍ଥା ପକ୍ଷରୁ ବାରମ୍ବାର ନିକଟସ୍ଥ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ଫଳ ଶୂନ। ଆଗାମୀ ଦିନରେ ଜାଣତରେ କୌଣସି ବ୍ୟକ୍ତି ଏପରି ଫେକ୍ କଲ୍ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି।
Also Read: Corona Crisis କାଳରେ 1929 Call Centre ଯୋଗାଉଛି ସହଯୋଗ
ଏଥିପାଇଁ ଦାୟୀ କିଏ। ଲୋକେ ନା କାର୍ଯ୍ୟାନୁଷ୍ଠାନର ଅଭାବ। ସେ ଯାହା ହେଉନା କାହିଁକି ଯଦି ଜନସଚେତନତା ବୃଦ୍ଧି ପାଇବ ତାହେଲେ ଜରୁରୀ କାଳୀନ ସେବାର ଗୁରୁତ୍ୱ ବୃଦ୍ଧି ପାଇବ।