ESI ବୀମାଭୁକ୍ତ କର୍ମଚାରୀଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର
Advertisement
Article Detail0/zeeodisha/odisha996006

ESI ବୀମାଭୁକ୍ତ କର୍ମଚାରୀଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର

ମୃତ ଶ୍ରମିକଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ବାର୍ଷିକ ୧୨୦ ଟଙ୍କା ଅଂଶଧନରେ ESI ଚିକିତ୍ସାଳୟର ସେବା ମଧ୍ୟ ପାଇପାରିବେ। ଏହା ସହ କୋଭିଡ ୧୯ କ୍ଷୟକ୍ଷତି ନେଇ ଶ୍ରମିକଙ୍କ ମଜୁରୀର କ୍ଷତିପୂରଣ, ମୃତ ଶ୍ରମିକଙ୍କ ଅନ୍ତେଷ୍ଟି କ୍ରିୟା ଦେୟ ପ୍ରଦାନ ଭଳି ସୁବିଧା ମଧ୍ୟ ESI କାର୍ଯ୍ୟାଳୟ ପକ୍ଷରୁ ଯୋଗଇ ଦେବା ଆରମ୍ଭ କରାଯାଇଛି। 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ESI ଅଧୀନିୟମ ଅନୁସାରେ ବୀମାଭୁକ୍ତ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି କିଛି ଭିନ୍ନ ଧରଣର ସ୍କିମ। ଏହି ସ୍କିମ ଯୋଗୁଁ ରାଜ୍ୟରେ ESI ଅଧୀନରେ ଥିବା କର୍ମଚାରୀମାନେ କୋଭିଡ ସମୟରେ ହେଉବା ଦୁର୍ଘଟଣାରେ ମୃତ୍ୟୁ ହେଉ ଅନେକ ସୁବିଧା ସୁଯୋଗ ପାଇପାରିବେ।

କେନ୍ଦ୍ର ସରକାରଙ୍କ ନୂଆ ସ୍କିମରେ ବିଶେଷ କରି କୋଭିଡ ଜନିତ ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟଣାରେ ମୃତ ଶ୍ରମିକଙ୍କ ହାରାହାରି ୯୦ ପ୍ରତିଶତ ବେତନ ପ୍ରତି ମାସ ମୃତ ଶ୍ରମିକ ଯୋଗ୍ୟ ନିର୍ଭରଶୀଳ ପରିବାର ସଦସ୍ୟଙ୍କ ମଧ୍ୟରେ ବଣ୍ଟନ କରାଯିବ। ଏହା ସହ ମୃତ ଶ୍ରମିକଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ବାର୍ଷିକ ୧୨୦ ଟଙ୍କା ଅଂଶଧନରେ ESI ଚିକିତ୍ସାଳୟର ସେବା ମଧ୍ୟ ପାଇପାରିବେ। ଏହା ସହ କୋଭିଡ ୧୯ କ୍ଷୟକ୍ଷତି ନେଇ ଶ୍ରମିକଙ୍କ ମଜୁରୀର କ୍ଷତିପୂରଣ, ମୃତ ଶ୍ରମିକଙ୍କ ଅନ୍ତେଷ୍ଟି କ୍ରିୟା ଦେୟ ପ୍ରଦାନ ଭଳି ସୁବିଧା ମଧ୍ୟ ESI କାର୍ଯ୍ୟାଳୟ ପକ୍ଷରୁ ଯୋଗଇ ଦେବା ଆରମ୍ଭ କରାଯାଇଛି। 

Also Read: ଏହି ସହରରେ ଦେଖିବାକୁ ମିଳେ ନୀଳ ଓ ସବୁଜ ରଙ୍ଗର କୁକୁର

ବର୍ତ୍ତମାନ ସୁଦ୍ଧା କୋଭିଡ ମୃତ୍ୟୁ ହୋଇଥିବା ୬୮ଟି ପରିବାରକୁ କ୍ଷତିପୂରଣ ବାବଦରେ ୧୬ ଲକ୍ଷ ୭୫ ହଜାର ୩୩୫ ଟଙ୍କା ଦିଆଯାଇଛି। କୋଭିଡ ସମୟରେ ESI ଅଧୀନରେ ଥିବା ସମସ୍ତ ଶ୍ରମିକ, କର୍ମଚାରୀଙ୍କ ପାଇଁ ବେକାରୀ ଭତ୍ତା ୩ ମାସ ପାଇଁ ଦିଆଯାଉଥିବା ବେଳେ ବାର୍ଷିକ ମାତ୍ର ୨୪ ହଜାର ଟଙ୍କାରେ ESI ଅଧୀନରେ ଥିବା ଲୋକଙ୍କ ପିଲାଙ୍କୁ ମେଡିକାଲ ପାଠ ପଢିପାରିବେ ବୋଲି ESI ଅତିରିକ୍ତ ନିର୍ଦେଶକ, ପାର୍ଥସାରଥୀ ପଣ୍ଡା କହିଛନ୍ତି।