Cyclone Yaas; ଗଭୀର ଅବପାତର ରୂପ ନେଲା ଅବପାତ, ମଧ୍ୟାହ୍ଣ ସୁଦ୍ଧା ବାତ୍ୟାରେ ପରିଣତ
Advertisement

Cyclone Yaas; ଗଭୀର ଅବପାତର ରୂପ ନେଲା ଅବପାତ, ମଧ୍ୟାହ୍ଣ ସୁଦ୍ଧା ବାତ୍ୟାରେ ପରିଣତ

ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଏବେ ଗଭୀର ଅବପାତ (deep depression) ରେ ପରିଣତ ହୋଇଛି। ପୋର୍ଟ ବ୍ଲେୟର ଠାରୁ ୬୦୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇ...

Cyclone Yaas; ଗଭୀର ଅବପାତର ରୂପ ନେଲା ଅବପାତ, ମଧ୍ୟାହ୍ଣ ସୁଦ୍ଧା ବାତ୍ୟାରେ ପରିଣତ

ଭୁବନେଶ୍ୱର: ମାଡି ଆସୁଛି Cyclone Yaas। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହୋଇଛି। ଏହାପରେ ପାରାଦ୍ଵୀପର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରୁ ୫୪୦ କିଲୋମିଟର ଏବଂ ବାଲେଶ୍ବରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରୁ ୬୫୦ କିଲୋମିଟର ଦୂରରେ ରହିଛି। 

ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଏବେ ଗଭୀର ଅବପାତ (deep depression) ରେ ପରିଣତ ହୋଇଛି। ପୋର୍ଟ ବ୍ଲେୟର ଠାରୁ ୬୦୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଥିବା ବେଳେ ପାରାଦ୍ଵୀପର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରୁ ୫୪୦ କିଲୋମିଟର ଏବଂ ବାଲେଶ୍ବରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରୁ ୬୫୦ କିଲୋମିଟର ଦୂରରେ ରହିଛି। ମଧ୍ୟାହ୍ଣ ସୁଦ୍ଧା ଅବପାତ, ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Also Read: Cyclone Yaas: ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍, ରଚିପାରେ ତାଣ୍ଡବ

ବରିଷ୍ଠ ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ବଙ୍ଗୋପସାଗର (Bay Of Bengal) ରେ ଗଭୀର ଅବପାତ କିଛି ସମୟ ପରେ ବାତ୍ୟା ରୂପ ନେବ। ଏହା ଏବେ ଘଣ୍ଟାକୁ ୪ରୁ ୫ କିମି ବେଗରେ ଗତିକରୁଛି। ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ପାରାଦୀପ (Paradeep) ଓ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଅତି ଭୀଷଣ ବାତ୍ୟା (Severe Cyclone) ହେବାକୁ ଯାଉଛି ଥିବାରୁ ପ୍ରକୋପ ବହୁତ ରହିବ। ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ବେଶି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

ସେପଟେ ସମୁଦ୍ରରେ ଏବେ ବଡ ବଡ ଜୁଆର ଉଠିବା ଆରମ୍ଭ ହୋଇଗଲାଣି। ଫଳରେ ଉପକୂଳିଆ ଅଞ୍ଚଳରେ ଜଳ ଜମା ହେବା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି। ପବନର ଗତି ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଏବଂ ପ୍ରବଳ ବର୍ଷା ଆଶଙ୍କା ଥିବାକୁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟା (Cyclone) କୁ ଦେଖି ରାଜ୍ୟର ସବୁ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି।