ମହାବିଦ୍ୟାଳୟ-ବିଶ୍ବବିଦ୍ୟାଳୟ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି: ବୈଷୟିକ ଶିକ୍ଷା ମନ୍ତ୍ରୀ
Advertisement

ମହାବିଦ୍ୟାଳୟ-ବିଶ୍ବବିଦ୍ୟାଳୟ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି: ବୈଷୟିକ ଶିକ୍ଷା ମନ୍ତ୍ରୀ

ବୈଷୟିକ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ଅଫଲାଇନ ପାଠପଢା କରିବାକୁ ବିଭାଗୀୟ ବୈଠକ ଡାକି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ବୈଷୟିକ ଶିକ୍ଷା ମନ୍ତ୍ରୀ।

ମହାବିଦ୍ୟାଳୟ-ବିଶ୍ବବିଦ୍ୟାଳୟ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି: ବୈଷୟିକ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ପରେ ବୈଷୟିକ କଲେଜ ଖୋଲିବାକୁ ନେଇ ଚିନ୍ତା। ରାଜ୍ୟରେ ଦଶମ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଶ୍ରେଣୀଗୃହ ପାଠପଢା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ପରେ ବୈଷୟିକ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ଅଫଲାଇନ ପାଠପଢା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ବୈଷୟିକ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ଅଫଲାଇନ ପାଠପଢା କରିବାକୁ ବିଭାଗୀୟ ବୈଠକ ଡାକି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାଏକ। ଏହା ସହ ସିଇଟି କଲେଜକୁ ବିଶ୍ବବିଦ୍ୟାଳୟର ମାନ୍ୟତା ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସେ। ଏହା ସହ ବର୍ତ୍ତମାନ ଆଉ ସେଭଳି କୌଣସି କଲେଜକୁ ବିଶ୍ୱବିଦ୍ୟାଳୟ କରିବା ଲାଗି ଯୋଜନା ନଥିବା କହିଛନ୍ତି ମନ୍ତ୍ରୀ। 

Also Read: SOP ପାଳନ କରି ଖୋଲିବ ସ୍କୁଲ; ଆରମ୍ଭ ହେବ ଶ୍ରେଣୀଗୃହ ପାଠପଢା

ରାଜ୍ୟରେ ଦ୍ବିତୀୟ ଲହର ଆଂଶିକ ତାଲାବନ୍ଦ ଅବଧି ଭିତରେ ଆସନ୍ତା ୨୬ ତାରିଖ ସୋମବାର ଠାରୁ ଉଭୟ ଦଶମ-ଦ୍ବାଦଶ ପାଇଁ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ। ଏନେଇ ଶନିବାର ଗଣଶିକ୍ଷା ବିଭାଗ ଘୋଷଣା କରିବା ପରେ ଏବେ ୨୦୨୧-୨୨ ଶିକ୍ଷା ବର୍ଷକୁ ସଜାଡ଼ିବା ଲାଗି ବିଭାଗ କସରତ ଆରମ୍ଭ କରିବା ସହ ରବିବାର ଅପରାହ୍ନରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି। କଡା ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ବର୍ତ୍ତମାନ ପରିପ୍ରେକ୍ଷୀରେ ହଷ୍ଟେଲ ଖୋଲିବାକୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। 

ସ୍କୁଲ ଖୋଲିବ ହେଲେ ହଷ୍ଟେଲ ଖୋଲିବାକୁ ମନା। ପିଲାଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ, ଦେଇ କଠୋର ଭାବେ ଷ୍ଟାଣ୍ଟାର୍ଡ ଅପରେଟିଂ ପ୍ରୋସିଜ୍ୟୋର (Standard Operating Procedure) ଏସଓପି (SOP) ପାଳନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ରାଜ୍ୟରେ ୨୦୨୧-୨୨ ଶିକ୍ଷାବର୍ଷରେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହ ପାଠପଢା (Classroom Teaching) ଲାଗି ଗଣଶିକ୍ଷା ବିଭାଗ (Mass Education Department) ପ୍ରସ୍ତୁତି ଆରମ୍ଭ କରିଛି। 

Also Read: ଜୀବନ ବନାମ ଭବିଷ୍ୟତ; କୋରୋନା ସଂକଟ କାଳରେ ହେବ Offline NEET Exam

ସେପଟେ ସ୍କୁଲ ଖୋଲୁଥିବା ବେଳେ ହଷ୍ଟେଲ ବନ୍ଦ ହେତୁ ଏହା ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ ଅଫଲାଇନ ପାଠପଢାରୁ ବଞ୍ଚିତ ରହିବାର ସମ୍ଭାବନା ଦେଖାଦେଇଛି। ଏହା ସହ ଆଗକୁ କୋରୋନା ମହମାରୀର ତୃତୀୟ ଲହର ଏବଂ ଭିନ୍ନ ଭିନ୍ନ କୋରୋନା ଭାରିଏଣ୍ଟ (Corona Variant) ଚିନ୍ତା ବଢାଇଛି। କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।  

Also  Read: ବଢୁଛି ମାଟ୍ରିକ ପାସ ହାର; ବଢିବ ଯୁକ୍ତ ଦୁଇ କଲେଜ ସିଟ୍

ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ। ଅନ ଲାଇନ୍ ପାଠ ପଢା (On Line Teaching) ଜାରି ରହୁଥିବା ବେଳେ ଏହା ସମ୍ପୂର୍ଣ୍ଣ ରୂପେ ଫଳପ୍ରଦ ହୋଇପାରୁନଥିଲା। ଅଫ ଲାଇନ ଅର୍ଥାତ ଶ୍ରେଣୀ ଗୃହ ପାଠପଢାର (Off Line Teaching) ଗୁରୁତ୍ଵ ରହିଛି। କଡା ଏସଓପି ପାଳନ ହେଲେ ବିଦ୍ୟାଳୟ ଯିବାକୁ ପ୍ରସ୍ତୁତ ଅଛନ୍ତି ଛାତ୍ରଛାତ୍ରୀ। ନିୟମିତ ଭାବେ ମାଗଣା ମାସ୍କ (Mask) ଯୋଗାଇଦେବାକୁ ଦାବି ହୋଇଛି। ସେହିପରି ସବୁ ବିଦ୍ୟାଳୟରେ ଥିବା ଅଭିଭାବକ କମିଟି କୋରୋନ ନିୟମ ପାଳନ କରାଯାଉଛି କି ନାହିଁ ସେ ଦିଗରେ ଗୁରୁତ୍ଵ ଦେବା ଉଚିତ୍ ବୋଲି ଅଭିଭାବକ କହିଛନ୍ତି।