Advertisement
Article Detail0/zeeodisha/odisha866416

ନିଶା ବଳୟରେ ଯୁବପିଢି; ଦେହ କାଟି ମାଗିଲା...

ନିଶା ପାଇଁ ସେ ଏଭଳି ପାଗଳ ହୋଇପଡିଛି ଆବଶ୍ୟକ ପଡିଲେ ସେ ନିଜ ଜୀବନକୁ ମଧ୍ୟ ହାରି ଦେବ ବୋଲି କହୁଛି।

ନିଶା ବଳୟରେ ଯୁବପିଢି; ଦେହ କାଟି ମାଗିଲା...

ଭୁବନେଶ୍ବର: ରାଜ୍ୟରେ ବ୍ରାଉନସୁଗର ଭଳି ନିଶା ଯେଭଳି କାୟା ବିସ୍ତାର କରୁଛି ତାହାର ପ୍ରଭାବ ଏବେ ଗଳିକନ୍ଦିରେ ଦେଖିବାକୁ ମିଳିଲାଣି। କିଛି ଦିନ ହେବ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।  ଯେଉଁଠି ଜଣେ ନିଶାଡି ନିଶା ନପାଇବା ପରେ ନିଜ ଦେହକୁ କ୍ଷତାକ୍ତ କରିବାକୁ ପଛାଇନାହିଁ।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଭିଡିଓ ରାଜଧାନୀ ଭୁବନେଶ୍ବର କେଦାରପଲ୍ଲୀ ବସ୍ତି ଅଞ୍ଚଳର ବୋଲି କୁହାଯାଉଛି। ବ୍ରାଉନସୁଗର ଯାହାକୁ ସ୍ଥାନୀୟ ଭାଷାରେ ନିଶାଡି ଲେକେ ପାୱ ବୋଲି କହିଥାନ୍ତି। ଏଭଳି ପାଉଡର ଭଳି ନିଶା ନପାଇ ନିଜ ଦେହକୁ ବ୍ଲେଡରେ କାଟି ପକାଇଛି ଜଣେ ନିଶାଡି। ନିଶା ପାଇଁ ସେ ଏଭଳି ପାଗଳ ହୋଇପଡିଛି ଆବଶ୍ୟକ ପଡିଲେ ସେ ନିଜ ଜୀବନକୁ ମଧ୍ୟ ହାରି ଦେବ ବୋଲି କହୁଛି।

Also Read: ବ୍ରାଉନ ସୁଗାର ଜବତ, ମହିଳା ଗିରଫ

Add Zee News as a Preferred Source

ଭାଇରାଲ ହୋଇଥିବା ଏହି ନିଶାଡିର ଭିଡିଓ କେଉଁଠାରୁ ଆସିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହା ଭୁବନେଶ୍ବର କେଦାରପଲ୍ଲୀ ବସ୍ତି ଅଞ୍ଚଳର ବୋଲି କୁହାଯାଉଛି। ଗତ କିଛି ଦିନ ହେବ ରାଜ୍ୟ କ୍ରାଇମବ୍ରାଞ୍ଚ ଅଧିନସ୍ଥ ଏସଟିଏଫ ବ୍ରାଉନସୁଗର କାରାବାରକୁ ରୋକିବାକୁ ଚଢାଉ ଜାରି ରଖିଛି। ଯାହା ଫଳରେ ନିଶା ଖାଉଥିବା ଲୋକଙ୍କୁ ପାଉଡର ମିଳିପାରୁନାହିଁ। ଅନ୍ୟପଟେ କମ ଦାମରେ ମିଳୁଥିବା ପାଉଡର ଏବେ ତିନି ଗୁଣ ଅଧିକ ଦରରେ ବିକ୍ରି ହେଉଛି। ଯାହା ଫଳ ସ୍ୱରୂପ ନିଶାଡି ଚୋରି କରି ଏହାକୁ ସେବନ କରିବାକୁ ପଛାଉନାହାଁନ୍ତି। କେବେଳ ଜଣେ ଅଧେ ନୁହେଁ ଅନେକ ଯୁବକ ଏବେ ନିଶା ଦ୍ୱାରା କବଳିତ ହୋଇସାରିଛନ୍ତି।

About the Author
author img
Saroj Kumar Behera

ଜୀ ଓଡ଼ିଶା, ଭୁବନେଶ୍ୱର

...Read more