ରାତି ପାହିଲେ ଗଣେଶ ପୂଜା; ଘରେ ପୂଜା କରିବାକୁ ନେଇ ବଢୁଛି ଆଦର
Advertisement
Article Detail0/zeeodisha/odisha982955

ରାତି ପାହିଲେ ଗଣେଶ ପୂଜା; ଘରେ ପୂଜା କରିବାକୁ ନେଇ ବଢୁଛି ଆଦର

 ଗଣେଶ ପୂଜା ପାଳନ ନେଇ ଜାରି ହୋଇଥିବା ନିର୍ଦ୍ଦେଶ ଉଲଂଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି। 

ରାତି ପାହିଲେ ଗଣେଶ ପୂଜା; ଘରେ ପୂଜା କରିବାକୁ ନେଇ ବଢୁଛି ଆଦର

ଭୁବନେଶ୍ୱର: ବିରାଜିବେ ବିଘ୍ନ ବିନାଶକ। ରାତି ପାହିଲେ ଗଣେଶ ଚତୁର୍ଥୀ। ଚଳିତ ବର୍ଷ କଟକଣା ମଧ୍ୟରେ ପାଳନ ହେବ ଗଣେଶ ପୂଜା। ସରକାରଙ୍କ ପାର୍ବଣ ଗାଇଡଲାଇନ ମାନି ପୂଜା କରିବାକୁ ସଭିଏଁ ପ୍ରସ୍ତୁତ। ରାଜଧାନୀରେ ବିଏମସି ପକ୍ଷରୁ ଜାରି ମାର୍ଗଦର୍ଶିକା ମୁତାବକ ବିଭିନ୍ନ ଶିକ୍ଷାନୁଷ୍ଠାନ, ସଙ୍ଗଠନ ତଥା ସଂଘ ପକ୍ଷରୁ ପୂଜା ପାଳନ ହେବ। ୪ ଫୁଟ୍ ଉଚ୍ଚର ମୂର୍ତ୍ତୀ ଏବଂ ବିନା ଭକ୍ତରେ ଆବଦ୍ଧ ପୂଜା ହେତୁ ମଣ୍ଡପରେ ଖାଁ ଖାଁ ପରିବେଶ ରହିଛି। 

ହେଲେ କଟକଣାକୁ ଦେଖି ଅନଲାଇନ ମାଧ୍ୟମରେ ଦର୍ଶନ କରେଇବାକୁ ନିଷ୍ପତ୍ତି ନେଇଛନ୍ତି ମଣ୍ଡପ କର୍ତ୍ତୃପକ୍ଷ। ସେପଟେ ଶେଷ ଦିନରେ ବଜାରରୁ ମୂର୍ତ୍ତୀ କିଣିବାକୁ ନେଇ ହୋଇଛି ଭାରୀ ଗହଳି। ଏଥର ମଧ୍ୟ କଟକଣା ଆଉ ଅନଲାଇନ ମାଧ୍ୟାମରେ ହେବ ଗଣେଶ ପୂଜା। ବିଘ୍ନ ବିନାଶକଙ୍କୁ ସ୍ବାଗତ କରିବାକୁ ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବ ମୁଖର। ପୂଜା ପାଳନରେ ଦୁଇ ବର୍ଷ ହେବ କୋରୋନା ବାଡ ବାନ୍ଧିଥିଲେ ମଧ୍ୟ ସମୟ ଅନୁସାରେ ତାଳ ଦେଇ ପରମ୍ପରାକୁ ବଦଳାଉଛନ୍ତି ଯୁବପିଢି। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା ପାଳନ ପାଇଁ ସରକାର ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି।

Also Read: ଫିକା ପଡିବ ପାର୍ବଣ ଋତୁ; କଟକଣାରେ ପାଳନ ହେବ ଗଣେଶ ପୂଜା

ଏନେଇ ରାଜଧାନୀରେ ଭୁବନେଶ୍ବର ମହାନଗର ନିଗମ ବିଏମସି ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ମୁତାବକ ସର୍ବାଧିକ ୪ ଫୁଟ ଉଚ୍ଚତାର ମୂର୍ତ୍ତି ଏବଂ କମିଶନରେଟ ପୋଲିସ ଠାରୁ ଅନୁମତି ନେଇ ବିନା ଭକ୍ତରେ ସର୍ବସାଧାରଣ ଦର୍ଶନକୁ ବାରଣ କରି ପୂଜା କରିବାକୁ ନିର୍ଦ୍ଦେଶ ରହିଛି। ପ୍ରସାଦ ସେବନ କିମ୍ବା ଭୋଜିଭାତ ଆୟୋଜନ ଉପରେ ରୋକ ଲାଗିଥିବା ବେଳେ ପୂଜା ମଣ୍ଡପରେ ପୂଜକଙ୍କ ସହ କର୍ତ୍ତାଙ୍କୁ ମିଶାଇ ସର୍ବାଧିକ ୭ ଜଣଙ୍କ ଉପସ୍ଥିତିରେ ପୂଜା କରିବାକୁ ମିଳିଛି ନିର୍ଦ୍ଦେଶ। ଯାହା ଫଳରେ ପୂଜା ମଣ୍ଡପରେ ଖାଁ ଖାଁ ପରିବେଶ ସୃଷ୍ଟି ହୋଇଛି।  

ସେହିପରି ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଇଁ ମଧ୍ୟ ଏହି ସମାନ ନିୟମ ରହିଥିବା ବେଳେ ସର୍ବାଧିକ ୨୦ ଜଣଙ୍କ ଉପସ୍ଥିତିରେ ପୂଜା କରିବାକୁ ଅନୁମତି ରହିଛି। ସେପଟେ ପୂଜା ମଣ୍ଡପରେ ଦର୍ଶନ ମନା ହେତୁ ଏଥର ଘରେ ପୂଜା କରିବାକୁ ନେଇ ଆଦର ବଢିଛି। ଏହାକୁ ଦୃଷ୍ଟିରେ ରଖି ମୂତ୍ତୀ ଆଉ ପୂଜା ସାମଗ୍ରୀ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ହେଲେ ପରିବହନ ଖର୍ଚ୍ଚ ହେତୁ ଏଥର ଦର ସାମାନ୍ୟ ଅଧିକ ରହିଛି। ତଥାପି ପୂଜା ପାଇଁ ସରକାର ଅନୁମତି ଦେଇଥିବାରୁ ଆଶ୍ବସ୍ତ ଅଛନ୍ତି ବ୍ୟବସାୟୀ। ସେପଟେ ନିର୍ଦ୍ଦେଶ ଉଲଂଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି। 

Also Read: ଆସନ୍ତା ଶୁକ୍ରବାର ଗଣେଶ ପୂଜା; ଲଘୁଚାପ ଜନିତ ବର୍ଷାକୁ ନେଇ ଚିନ୍ତାରେ ବ୍ୟବସାୟୀ

ଏହାସହ ବିଏମସି ଦ୍ୱାରା ନିର୍ମାଣ ହେବାକୁ ଥିବା କୃତ୍ରିମ ପୋଖରୀରେ ମୂର୍ତ୍ତୀ ବିସର୍ଜନ କରିବାକୁ କୁହାଯାଇଛି। ବିଗତ ବର୍ଷ ପ୍ରତିଯୋଗିତା ଭିତ୍ତିରେ ସୁଉଚ୍ଚ ମୂର୍ତ୍ତ  ଆଉ ତୋରଣ ମାଧ୍ୟମରେ ସାଜସଜ୍ଜା କରାଯାଉଥିବା ବେଳେ ଏଥର କୋଭିଡ କଟକଣା ଏଥିରେ ବାଧା ସୃଷ୍ଟି କରିଛି।