ଇତିହାସରେ ପ୍ରଥମ; ପରୀକ୍ଷା ବାତିଲ ପରେ ସ୍ବତନ୍ତ୍ର ପଦ୍ଧତିରେ ମୂଲ୍ୟାୟନ
Advertisement

ଇତିହାସରେ ପ୍ରଥମ; ପରୀକ୍ଷା ବାତିଲ ପରେ ସ୍ବତନ୍ତ୍ର ପଦ୍ଧତିରେ ମୂଲ୍ୟାୟନ

ନବମ ଶ୍ରେଣୀରେ ମିଳଥିବା ମୋଟ ମାର୍କରୁ ୪୦ ପ୍ରତିଶତ ଏବଂ ଦଶମ କ୍ଲାସରୁ ୬୦ ପ୍ରତିଶତ କରି ମୋଟ ମାର୍କ ପ୍ରଦାନ କରାଯିବ। 

ଇତିହାସରେ ପ୍ରଥମ; ପରୀକ୍ଷା ବାତିଲ ପରେ ସ୍ବତନ୍ତ୍ର ପଦ୍ଧତିରେ ମୂଲ୍ୟାୟନ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ବାତିଲ ପରେ ଏବେ ରେଜଲ୍ଟ ଚିନ୍ତା। ଶେଷରେ ଫଳ ପ୍ରକାଶନ ପ୍ରକ୍ରିୟା ନେଇ ସୃଷ୍ଚି ହୋଇଥିବା ଦ୍ବନ୍ଦ୍ୱକୁ ଦୂର କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ସ୍ବତନ୍ତ୍ର ପଦ୍ଧତିରେ ଉଭୟ ନବମ-ଦଶମ ପରୀକ୍ଷା ଫଳ ଉପରେ ନିର୍ଭର କରି ମୂଲ୍ୟାୟନ ହେବା ନେଇ ନିଷ୍ପତ୍ତି ହୋଇଛି। ଏହାପରେ ଗଣଶିକ୍ଷା ମନ୍ତ୍ରୀ ପିଲାଙ୍କୁ ଆଶ୍ବାସନା ଦେଇଛନ୍ତି।  ହେଲେ ଯୁକ୍ତ ଦୁଇ ନାମଲେଖା ପାଇଁ କେଉଁ ପଦକ୍ଷେପ ନିଆଯିବ ତାକୁ ନେଇ ନୂଆ ମୋଡ଼ ସୃଷ୍ଟି ହୋଇଛି।

ନବମ ଶ୍ରେଣୀରେ ମିଳଥିବା ମୋଟ ମାର୍କରୁ ୪୦ ପ୍ରତିଶତ ଏବଂ ଦଶମ କ୍ଲାସରୁ ୬୦ ପ୍ରତିଶତ କରି ମୋଟ ମାର୍କ ପ୍ରଦାନ କରାଯିବ। ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ ଏବଂ ବାର୍ଷିକ ପରୀକ୍ଷାର ପ୍ରତ୍ୟେକ ବିଷୟରେ ପରୀକ୍ଷାର୍ଥୀ ରଖିଥିବା ସର୍ବାଧିକ ନମ୍ବରକୁ ଅଗ୍ରାଧିକାର ଦିଆଯିବାକୁ ଥିବା ବେଳେ ଦଶମ ଶ୍ରେଣୀର ଅଭ୍ୟାସ ପରୀକ୍ଷାର ମୋଟ ମାର୍କ ମଧ୍ୟ ହିସାବକୁ ନିଆଯିବ। ବୋର୍ଡର ଏହି ନିଷ୍ପତ୍ତିକୁ ନେଇ ଦ୍ଵନ୍ଦରେ ରହିଛନ୍ତି ଛାତ୍ରଛାତ୍ରୀ। କିଭଳି ଭାବେ କେତେ ମାର୍କ ମିଳିବ କି ନାହିଁ ତାକୁ ନେଇ ଆଶା ଆଶଙ୍କା ସୃଷ୍ଟିହୋଇଛି। ଏହାସହ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ମୂଲ୍ୟାୟନରେ ଭୂମିକା ରହିଥିବା ବେଳେ ସ୍ବଚ୍ଛତା ସହ ସଠିକ ମାର୍କ ଦେବାକୁ ଦାବି କରିଛନ୍ତି ଅଭିଭାବକ।

Also Read: ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନକୁ ନେଇ ଉଠିଲା ପ୍ରଶ୍ନ

 

ସେପଟେ ଶିକ୍ଷାବିତ୍ ଏହି ପ୍ରକ୍ରିୟାକୁ ନେଇ ନାଖୁସ୍ ଅଛନ୍ତି। କାରଣ ଯେଉଁ ନବମ, ଦଶମ ପରୀକ୍ଷାର ମାର୍କକୁ ବିବେଚନା କରାଯାଉଛି ତାହା ସଠିକ ଭାବେ ହୋଇନଥାଏ। ଯାହା ଫଳରେ ପାତରଅନ୍ତର ସ୍ଥିତି ଉପୁଜିପାରେ। ଅପରପଟେ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ଆସିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ଅଧିକ ସାଧନ କିମ୍ବା ବିକଳ୍ପ ନଥିବାରୁ ବୋର୍ଡ ଏହି ବ୍ୟବସ୍ଥା ଗ୍ରହଣ କରିଥିବା ମନ୍ତ୍ରୀ କହିଛନ୍ତି।

Also Read: ମାଟ୍ରିକ ମୂଲ୍ୟାଙ୍କନ ପଦ୍ଧତି ଚୂଡ଼ାନ୍ତ, ଯୁକ୍ତ ଦୁଇ ନାମଲେଖା ପାଇଁ ହେବ କି ପ୍ରବେଶିକା?

ଛାତ୍ରଛାତ୍ରୀ ଅସନ୍ତୋଷ ହେବେ ନାହିଁ ବରଂ ଦରକାର ହେଲେ ପରବର୍ତୀ ସମୟରେ ସ୍ଥିତି ସୁଧୁରିଲେ ପୁଣି ପରୀକ୍ଷା ଦେଇପାରିବେ। ଏହାସହ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ନେଇ ବର୍ତ୍ତମାନ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇନଥିବା ବେଳେ ଜୁନ ୩୦ ତାରିଖ ବେଳକୁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏ ସମ୍ପର୍କରେ ବିଚାର କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Also Read: ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ଚଳିତ ବର୍ଷ ୬ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବୋର୍ଡ଼ ପରୀକ୍ଷା ପାଇଁ ଆବେଦନ କରିଥିଲେ। ଉଭୟ ନବମ-ଦଶମ ଆଧାରରେ ଫଳ ପ୍ରକାଶ ପାଇଲେ ପାସ ହାର କଣ ହେବ ତାହାରି ଉପରେ ସଭିଙ୍କ ନଜର। ପ୍ରଥମ ଥର ପାଇଁ ଏପରି ପଦ୍ଧତିରେ ଛାତ୍ରଛାତ୍ରୀ କେତେ ସନ୍ତୁଷ୍ଟ ହେବେ ତାହା ଆଗାମୀ ଦିନରେ ଜଣାପଡିବ।