ଅଭୟଙ୍କ ଦକ୍ଷତା ଉପରେ ନବୀନଙ୍କ ଅତୁଟ ବିଶ୍ୱାସ, ଟେକି ଦେଲେ ଦୁଇ ଦୁଇଟି ବିଭାଗ
Advertisement
Article Detail0/zeeodisha/odisha1152239

ଅଭୟଙ୍କ ଦକ୍ଷତା ଉପରେ ନବୀନଙ୍କ ଅତୁଟ ବିଶ୍ୱାସ, ଟେକି ଦେଲେ ଦୁଇ ଦୁଇଟି ବିଭାଗ

୨୦୨୧ ଡିସେମ୍ବର ୩୧ ତାରିଖରେ ପୋଲିସ ଡିଜି ଅଭୟ ଅବସର ଗ୍ରହଣ କଲେ। ସେହି ଦିନ ରାଜ୍ୟ ସରକାର ତାଙ୍କୁ ରାଜ୍ୟ ନାର୍କୋଟିକ୍ ଡ୍ରଗ୍ସ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବରେ ନୂଆ ଦାୟିତ୍ୱ ଦେଲେ। ତେବେ ରାଜ୍ୟ ସରକାର ଅଭୟଙ୍କ କାର୍ଯ୍ୟ ଦକ୍ଷତା ଉପରେ ବେଶ ଭରସା କରିଛନ୍ତି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ତଥା ବର୍ତ୍ତମାନର ରାଜ୍ୟ ନାର୍କୋଟିକ୍ ଡ୍ରଗ୍ସ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ କାର୍ଯ୍ୟକରୁଥିବା ଅଭୟଙ୍କୁ ରାଜ୍ୟ ସରକାର ଅଉ ଏକ ନୂଆ ଦାୟିତ୍ୱ ଦେଇଛନ୍ତି। ଅଭୟଙ୍କୁ ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତିର ୫ବର୍ଷ କିମ୍ବା ୬୨ ବର୍ଷ ବୟସ ଯାଏ ସେ ଏହି ଦାୟିତ୍ବରେ ରହିବେ ବୋଲି ଜଣାପଡିଛି। ତେବେ ଅଭୟଙ୍କ ଏହି ଦୁଇ ବଡ ବିଭାଗର ଦାୟିତ୍ୱ ମିଳିବାକୁ ନେଇ ଏବେ ରାଜ୍ୟ ପ୍ରଶାସନିକ କ୍ଷତ୍ରରେ ଅନେକ ପ୍ରଶ୍ନ ଉଠିଛି। 

୨୦୨୧ ଡିସେମ୍ବର ୩୧ ତାରିଖରେ ପୋଲିସ ଡିଜି ଅଭୟ ଅବସର ଗ୍ରହଣ କଲେ। ସେହି ଦିନ ରାଜ୍ୟ ସରକାର ତାଙ୍କୁ ରାଜ୍ୟ ନାର୍କୋଟିକ୍ ଡ୍ରଗ୍ସ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବରେ ନୂଆ ଦାୟିତ୍ୱ ଦେଲେ। ତେବେ ରାଜ୍ୟ ସରକାର ଅଭୟଙ୍କ କାର୍ଯ୍ୟ ଦକ୍ଷତା ଉପରେ ବେଶ ଭରସା କରିଛନ୍ତି। ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଅଭୟ ଓଡିଶାରେ ପୋଲିସ ଡିଜି ଭାବରେ କାର୍ଯ୍ୟ ଭାର ତୁଲାଇ ଥିଲେ। ଏହା ମଧ୍ୟରେ ରାଜ୍ୟ ପୋଲିସକୁ ବିଭିନ୍ନ କ୍ଷେତ୍ରରେ ମିଳିଥିଲା ଅନେକ  ସଫଳତା। ମାଓ ଦମନ, ରାଜ୍ୟରେ ସୀମା ସୁରକ୍ଷା, ବିଶେଷ ଭାବରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କିଭଳି ସୁରକ୍ଷିତ ରଖାଯାଇ ପାରିବ ସେନେଇ ଅନେକ କାର୍ଯ୍ୟ କରିଛନ୍ତି ଅଭୟ। 

Also Read: ଅଖଣ୍ଡ ଭାରତକୁ ନେଇ RSS ମୁଖ୍ୟ ମୋହନ ଭାଗବତଙ୍କ ବଡ଼ ବୟାନ

ବିଶେଷ ଭାବରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ କରିବା ଅଭୟଙ୍କ ପାଇଁ ସେତେବେଳେ ବଡ ଚ୍ୟାଲେଞ୍ଜ ଥିଲା। ଏହାସହ କନ୍ଧମାଳ, ବୌଦ୍ଧ ଭଳି ଜିଲ୍ଲାରେ ମାଓ ଦମନ ଓ ପୋଲିସ, ବିଏସଏଫ ସୁରକ୍ଷାରେ ପୋଲିସ ଡିଜି ଅଭୟ ସଫଳ ହୋଇଥିଲେ। ତେବେ ଏହି ସଫଳତାକୁ ଅଖିରେ ରଖି ରାଜ୍ୟ ସରକାର ଅଭୟଙ୍କୁ ରାଜ୍ୟ ନାର୍କୋଟିକ୍ ଡ୍ରଗ୍ସ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବରେ ନୂଆ ଦାୟିତ୍ୱ ଦେଲେ। ଅଭୟ ଦାୟିତ୍ୱ ନେବାର ଚାରି ମାସ ପୁରିଲାଣି। ଏହାଭିତରେ ରାଜ୍ୟ ନାର୍କୋଟିକ୍ ଡ୍ରଗ୍ସ ବିଭାଗର କାର୍ଯ୍ୟକାରିତାକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ଏହି କିଛି ମାସ ମଧ୍ୟରେ ରାଜ୍ୟରେ ଡ୍ରଗ୍ସ କାରବାର ରୋକିବା ସହ ଡ୍ରଗ୍ସ ମାଫିଆଙ୍କୁ ଘେରିବା ପାଇଁ ଅନେକ ଉଦ୍ୟମ କରାଯାଇଛି। କିନ୍ତୁ ସେଥିରେ ନାର୍କୋଟିକ୍ ଡ୍ରଗ୍ସ ବିଭାଗ କେତେ ସଫଳ ହୋଇଛି ତାହା ସମସ୍ତଙ୍କୁ ଜଣା। 

ପୂର୍ବରୁ ପୋଲିସ ଡିଜି ଥିବା ଅଭୟ ନିଜ ବିଭାଗର ସଫଳତା ନେଇ ଅନେକ ଥର ଗଣମାଧ୍ୟମରେ ପ୍ରତିକ୍ରିୟା ମଧ୍ୟ ଦେଉଥିଲେ। କନ୍ତୁ ରାଜ୍ୟ ନାର୍କୋଟିକ୍ ଡ୍ରଗ୍ସ ଟାସ୍କଫୋର୍ସର ଅଧ୍ୟକ୍ଷ ହେବାପରେ ଅଭୟ କେଉଁଠି ଅଛନ୍ତି? ନିଜ ବିଭାଗ ସଫଳତା ବଖାଣିବା ପାଇଁ ସେ କଣ ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସୁନାହାନ୍ତି? କେବଳ ରାଜ୍ୟ ସରକାର ଅଭୟଙ୍କୁ ଥଇଥାନ କରିବା ପାଇଁ ଏହି ପଦବି ତିଆରି କରିଛନ୍ତି ସତ କିନ୍ତୁ ଅଭୟଙ୍କୁ ନିଜ ଦାୟିତ୍ୱ ବଖାଣିବା ପାଇଁ ବୋଧ ହୁଏ ଭୁଲି ଯାଇଛନ୍ତି। ତେବେ ରାଜ୍ୟ ନାର୍କୋଟିକ ଅଧ୍ୟକ୍ଷ ପଦରେ ରହିବାର ଚାରି ମାସ ନ ପୁରୁଣୁ ପୁଣି ରାଜ୍ୟ ସରକାର ତାଙ୍କୁ ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ର ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି।

Also Read: କର୍ତ୍ତବ୍ୟ, ଦାୟିତ୍ୱ ପାଇଁ ପୋଲିସ ଓ ଚନ୍ଦ୍ରଶେଖରଙ୍କୁ ପ୍ରଶଂସା

 ଅଭୟ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ହେବା ପର୍ଯ୍ୟନ୍ତ ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ର ଅଧ୍ୟକ୍ଷ ଦାୟିତ୍ୱରେ ରହିବେ। ଆସନ୍ତା ବର୍ଷ ଜୁନ୍‌ରେ ଅଭୟଙ୍କ ବୟସ ୬୨ ବର୍ଷ ପୁରିଯିବ, ତେଣୁ ସେ ପାଞ୍ଚ ବର୍ଷ ସେହି ପଦବିରେ କାମ କରିବାର ସମ୍ଭାବନା ନାହିଁ। କମିସନ୍‌ର ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳ ମାତ୍ର ୧୪ ମାସ ରହିବ। ଦୁଇ ଦୁଇଟି ବଡ ବିଭାଗର ଦାୟିତ୍ୱ ଅଭୟଙ୍କୁ ରାଜ୍ୟ ସରକାର କେଉଁ କାରଣ ଦେଇଛନ୍ତି? ପୋଲିସ ବିଭାଗର ସଫଳତାର ରିଫଲେକ୍ସନ ବୋଲି ଧରା ଯାଇପାରେ ସତ। କିନ୍ତୁ ରାଜ୍ୟ ନାର୍କୋଟିକ୍ ଡ୍ରଗ୍ସ ଟାସ୍କଫୋର୍ସର ସଫଳତାରେ ଅଭୟଙ୍କ ଭୁମିକା କେତେ? ଏହାପରେ ଏବେ ପୁଣି ପୁଣି  ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ ବିଭାଗରେ ତାଙ୍କ କାର୍ଯ୍ୟ କଣ ରହିବ ତାହାକୁ ନେଇ ପ୍ରଶ୍ନ  ଉଠିଛି।

ଅନ୍ୟପଟେ ୧୯୮୬ ବ୍ୟାଚର ଆଇପିଏସ ଅଭୟଙ୍କୁ ଅବସର ପରେ ରାଜ୍ୟ ସରକାର ଦୁଇ ଦୁଇଟି ବିଭାଗର ଗୁରୁଦାୟିତ୍ୱ କଣ ପାଇଁ ଦେଇଛନ୍ତି? ଯାହାକୁ ନେଇ ରାଜ୍ୟ ପ୍ରଶାସନିକ ସ୍ତରରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଏବେ ବି ଅନେକ ଆଇପିଏସ ଓ ଆଇଏସ କେନ୍ଦ୍ର ଡେପୁଟେସମରେ ଅଛନ୍ତି। ସେମାନଙ୍କୁ କଣ ପାଇଁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି?