ନାବାଳିକାଙ୍କୁ ଥାନା ଅଧିକାରୀ ଦୁର୍ବ୍ୟବହାର ଅଭିଯୋଗ, ମହିଳା କମିଶନଙ୍କ ଦ୍ୱାରସ୍ଥ
Advertisement
Article Detail0/zeeodisha/odisha615066

ନାବାଳିକାଙ୍କୁ ଥାନା ଅଧିକାରୀ ଦୁର୍ବ୍ୟବହାର ଅଭିଯୋଗ, ମହିଳା କମିଶନଙ୍କ ଦ୍ୱାରସ୍ଥ

ଯାଜପୁର ବିଂଝାରପୁର ଥାନା ବାସୁଦେବପୁର ଗାଁର ଜଣେ ନବାଳିକାଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଘଟଣା । ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପୀଡିତା । ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ କଲା କଂଗ୍ରେସ । 

ଫାଇଲ ଫଟୋ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଯାଜପୁର ବିଂଝାରପୁର ଥାନା ବାସୁଦେବପୁର ଗାଁର ଜଣେ ନବାଳିକାଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଘଟଣା । ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପୀଡିତା । ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ କଲା କଂଗ୍ରେସ । 

ମଙ୍ଗଳବାର କଂଗ୍ରେସର ଏକ ପ୍ରତିନିଧି ଦଳ ସହ ପୀଡିତା ଏବଂ ପରିବାରବର୍ଗ ମହିଳା କମିଶନଙ୍କ ନିକଟକୁ ଯିବା ସହ ବିଂଝାରପୁର ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ଅଭିଯୋଗ କରିଛନ୍ତି । ଏପରିକି ଏ ପ୍ରସଙ୍ଗରେ ଯାଜପୁର ଏସପିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ନ୍ୟାୟ ନ ମିଳିବାରୁ ମହିଳା କମିଶନଙ୍କ ନିକଟରେ ନ୍ୟାୟ ପାଇଁ ଆବେଦନ କରାଯାଇଥିବା କୁହାଯାଇଛି । 

ପୂର୍ବରୁ ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାରେ ପୋଲିସର ଅବହେଳା ଅଭିଯୋଗ ହୋଇଥିଲା । ଏବେ ଏଭଳି ଆଉ ଏକ ଘଟଣା ସାମନାକୁ ଆସିବା ପୋଲିସର ପାରିବାପଣିଆକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେଣୁ ଏ ପ୍ରସଙ୍ଗରେ ତୁରନ୍ତ ମହିଳା କମିଶନ ପଦକ୍ଷେପ ନେବାକୁ ଦାବି କରାଯାଇଛି ।b