ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷାରେ ୬ ଲକ୍ଷରୁ ଉର୍ଦ୍ଧ୍ବ ପାସ୍ ପରେ ଯୁକ୍ତ ୨ ନାମଲେଖାକୁ ନେଇ ଛାତ୍ରଛାତ୍ରୀଙ୍କ ଚିନ୍ତା ଦୂର ହୋଇଛି।
Trending Photos
ଭୁବନେଶ୍ୱର: ବଢ଼ିଲା ଯୁକ୍ତ ୨ ସିଟ୍। ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ନାମଲେଖା ଆବେଦନ ପ୍ରକ୍ରିୟା। ସାରା ରାଜ୍ୟରେ ଚଳିତ ବର୍ଷ ମାତ୍ରାଧିକ ପାସ୍ ହାର ପରେ ଛାତ୍ରଛାତ୍ରୀଙ୍କୁ ଆଡ଼ମିଶନ ଚିନ୍ତାରୁ ମିଳିଛି ମୁକ୍ତି। ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଭାଗରେ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ପ୍ରାୟ ୫୫ ହଜାର ସିଟ୍ ବୃଦ୍ଧି କରାଯିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ବିଭାଗୀୟ ଅଧିକାରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏହା ସହ ଆସନ୍ତା ୧୨ ତାରିଖ ଗୁରୁବାର ଠାରୁ ଏଥିଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ନେଇ ଘୋଷଣା ହୋଇଛି। ଯାହା ଫଳରେ ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେବା ସହ ଛାତ୍ରଛାତ୍ରୀଙ୍କ ମନରେ ଥିବା ଦ୍ବନ୍ଦ୍ୱ ଦୂର ହୋଇଛି।
Also Read: ଆସନ୍ତା ୧୪ ତାରିଖରୁ ଯୁକ୍ତ ଦୁଇ ନାମଲେଖା; ସିଟ୍ ବୃଦ୍ଧି ଚିନ୍ତା ଦୂର କଲେ ମନ୍ତ୍ରୀ
ଦୂର ହେଲା ନାମଲେଖା ଚିନ୍ତା, ବଢିଲା ସିଟ୍, ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷାରେ (Matric Exam Result 2021) ୬ ଲକ୍ଷରୁ ଉର୍ଦ୍ଧ୍ବ ପାସ୍ ପରେ ଯୁକ୍ତ ୨ ନାମଲେଖାକୁ (Plus Two Admission 2021) ନେଇ ଛାତ୍ରଛାତ୍ରୀଙ୍କ ଚିନ୍ତା ଦୂର ହୋଇଛି। ଶେଷରେ ସାରା ରାଜ୍ୟରେ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ୭୨ ହଜାର ଆବେଦନ ମଧ୍ୟରୁ ମୋଟ ୫୪,୯୦୦ ସିଟ ବୃଦ୍ଧି କରାଯିବ ବୋଲି ଜଣାଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (Odisha School & Mass Education Dept) ମନ୍ତ୍ରୀ ସମୀର ରଞ୍ଜନ ଦାଶ (Samir Ranjan Dash)।
ବଢାଯିବାକୁ ଥିବା ସିଟ ମଧ୍ୟରେ କଳା (Plus Two Arts Stream) ବିଭାଗରେ ୪୦ ହଜାର ଆବେଦନରୁ ୩୮ହଜାର, ବିଜ୍ଞାନ (Plus Two Science Stream) ବିଭାଗରେ ୨୫ ହଜାର ଆବେଦନରୁ ୧୩ ହଜାର ଏବଂ ବାଣିଜ୍ୟ (Plus Two Commerce Stream) ବିଭାଗରେ ୪୦ ହଜାର ଆବେଦନ ମଧ୍ୟରୁ ୩୯୦୦ ସିଟ୍ ବୃଦ୍ଧି କରାଯାଇଛି। ସିଟ୍ ବୃଦ୍ଧି ହେଲେ ମଧ୍ୟ କୌଣସି ଆଡ଼ମିଶନ ଫି (Plus Two Admission Fee) ବୃଦ୍ଧି ହେବନାହିଁ। ଏହାସହ ଯୁକ୍ତ ଦୁଇ ନାମଲେଖା ପାଇଁ ଆସନ୍ତା ୧୨ ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବା ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ। ନାମ ଲେଖା ପାଇଁ ସ୍ୱତନ୍ତ୍ର ଡେସ୍କ ଖୋଲିବେ ବୋଲି କହିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ।
Also Read: ବିଦ୍ୟାଳୟ ପରେ ଏବେ ରାଜ୍ୟରେ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ
ସିଟ୍ ବୃଦ୍ଧି ପରେ ଏବେ ଯୁକ୍ତ ଦୁଇରେ ମୋଟ୍ ସିଟ୍ ସଂଖ୍ୟା ପ୍ରାୟ ୫ ଲକ୍ଷକୁ ବୃଦ୍ଧି ପାଇଛି। ଚଳିତ ମାସ ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ୍ (SAMS Portal) ଜରିଆରେ ଅନଲାଇନ ମାଧ୍ୟମରେ ନିଜ ଇଚ୍ଛା ମୁତାବକ ବିଭିନ୍ନ ଜୁନିଅର କଲେଜରେ ଆଡ଼ମିଶନ (Junior College Admission 2021) ପାଇଁ ଆବେଦନ କରିପାରିବେ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏବେ ନାମଲେଖା ଦ୍ୱନ୍ଦ୍ୱ ଦୂର ହୋଇଥିବାରୁ ଆଶ୍ୱସ୍ତ ହୋଇଛନ୍ତି ଛାତ୍ରଛାତ୍ରୀ।
ଚଳିତ ବର୍ଷ ରାଜ୍ୟ ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀରେ ୬ଲକ୍ଷରୁ ଉର୍ଦ୍ଧ୍ବ ପିଲା ପାସ କରିଥିବାବେଳେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (Central Board of Secondary Education) ସିବିଏସଇ ଦଶମ ଶ୍ରେଣୀରେ ପାସ (CBSE 10th Board Exam Result 2021) କରିଛନ୍ତି ପ୍ରାୟ ୩୪ ହଜାର ଛାତ୍ରଛାତ୍ରୀ। ଏବେ ପିଲାଙ୍କ ଆଡ଼ମିଶନ ପାଇଁ କୌଣସି ମତେ ସିଟ ଅଭାବ ହେବ ନାହିଁ ଏବଂ ନାମଲେଖା ପରେ ୟୁଜିସି ଗାଇଡଲାଇନ (UGC Guidelines) ମୁତାବକ ପାଠପଢ଼ା ଆରମ୍ଭ ହେବା ବୋଲି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
Also Read: ଆସନ୍ତା ସୋମବାର ଠାରୁ ରାଜ୍ୟରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
ସେହିପରି ଚଳିତ ସପ୍ତାହ ସୁଦ୍ଧା ପ୍ରକାଶ ଯୁକ୍ତ ଦୁଇ କଳା (Plus Two Arts Result 2021) ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ (Vocational Exam Result 2021) । ପୂର୍ବରୁ ବିଜ୍ଞାନ-ବାଣିଜ୍ୟ ଫଳ (Plus Two Science-Commerce 2021) ପ୍ରକାଶ ପାଇଥିବା ବେଳେ ଏହି ସପ୍ତାହ ଅର୍ଥାତ ୧୪ ତାରିଖ ଶେଷ ସୁଦ୍ଧା ବାକି ଦୁଇଟି ବିଭାଗର ପରୀକ୍ଷା ଫଳ ବାହାରିବ ବୋଲି ବିଭାଗୀୟ ମନ୍ତ୍ରୀ ଜଣାଇଛନ୍ତି। ଏନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ।