ଆସନ୍ତା ସୋମବାର ଠାରୁ ରାଜ୍ୟରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
Advertisement

ଆସନ୍ତା ସୋମବାର ଠାରୁ ରାଜ୍ୟରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

କଣ୍ଟେନମେଣ୍ଟ ଜୋନ କ୍ଷେତ୍ରରେ ରହିଥିବାଲ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ କରାଯିବା ସହ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ଆସିବାକୁ ବାରଣ କରାଯାଇଛି।

ଆସନ୍ତା ସୋମବାର ଠାରୁ ରାଜ୍ୟରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଏବଂ ବିଶ୍ୱବିଦ୍ୟାଳୟ। ଆସନ୍ତା ୯ ତାରିଖ ସୋମବାର ଠାରୁ ରାଜ୍ୟରେ କୋରୋନା କଟକଣା ତଥା ସ୍ବତନ୍ତ୍ର ଏସଓପି ଆଧାରରେ କଲେଜ, ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ପ୍ରଫେସନାଲ କଲେଜ୍, ପଲିଟେକନିକ୍, ଡିପ୍ଲୋମା, ଆଇଟିଆଇ ଭଳି ବୈଷୟିକ ଶିକ୍ଷାନୁଷ୍ଠାନ। କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଅଫଲାଇନ କ୍ଲାସ ହେବ। 

ଏହା ପୂର୍ବରୁ କଲେଜ ପରିସର, ଶ୍ରେଣୀ ଗୃହ (Class Room), ଲାବୋରଟୋରୀ (Laboratory), ହଷ୍ଟେଲ (Technical Education Institution Hostel) ଆଦିକୁ କୋଭିଡ୧୯ ମାର୍ଗଦର୍ଶିକା (Covid19 Guidelines) ମୁତାବକ ବିଶୋଧନ (Sanitization) କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ (Odisha Technical Education Dept)। କୋଭିଡ୧୯ ଏସଓପି ଅନୁଯାୟୀ ଅଫଲାଇନ ପାଠପଢାରେ ଅନଲାଇନ ପାଠପଢା କୋର୍ସ ବ୍ୟତୀତ ସମସ୍ତ ସିଲାବସ୍ ପଢାଯିବ। ଆବଶ୍ୟକ ସ୍ଥଳେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଲାଗି ଅଫଲାଇନ ପାଠପଢାର ରେକର୍ଡିଂ ରଖାଯିବ। 

Also Read: ମହାବିଦ୍ୟାଳୟ-ବିଶ୍ବବିଦ୍ୟାଳୟ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି: ବୈଷୟିକ ଶିକ୍ଷା ମନ୍ତ୍ରୀ

କଣ୍ଟେନମେଣ୍ଟ ଜୋନ କ୍ଷେତ୍ରରେ ରହିଥିବାଲ ବୈଷୟିକ ଶିକ୍ଷାନୁଷ୍ଠାନ (Technical Education Institution) ବନ୍ଦ କରାଯିବା ସହ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ଆସିବାକୁ ବାରଣ କରାଯାଇଛି। ମାସ୍କ ପିନ୍ଧିବା, ପରସ୍ପର ମଧ୍ୟରେ ୬ ଫୁଟ ଦୂରତା ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଅଚାନକ ଅସୁସ୍ଥତା ଲାଗି ହଷ୍ଟେଲ ପରିସରରେ ସଙ୍ଗରୋଧ ଗୃହ (Isolation Room) ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।