ବିଦ୍ୟାଳୟ ପରେ ଏଥର ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ପାଳି। ଆସନ୍ତା ୧୬ ସୋମବାର ଠାରୁ ଆରମ୍ଭ ହେବ ଅଫଲାଇନ ପାଠପଢା।
Trending Photos
ଭୁବନେଶ୍ୱର: ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ। ବିଦ୍ୟାଳୟ ପରେ ଏବେ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଆସନ୍ତା ୧୬ ତାରିଖରୁ ରାଜ୍ୟରେ ୟୁଜି ପ୍ରି ଫାଇନାଲ ଇୟର ଏବଂ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି। ସେହିପରି ୧୬ ତାରିଖରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ଅଫ୍ ଲାଇନ୍ ପାଠପଢ଼ା ଆରମ୍ଭ ହେବ। ସେପଟେ ବର୍ତ୍ତମାନ ୟୁଜି ପିଜି ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟାର ପରୀକ୍ଷା ଅନିଶ୍ଚିତତା ଘେରରେ ରହିଛି।
ବିଦ୍ୟାଳୟ (School) ପରେ ଏଥର ଉଚ୍ଚ ଶିକ୍ଷାନୁଷ୍ଠାନ (Higher Education Institution) ଖୋଲିବା ପାଳି। ଆସନ୍ତା ୧୬ ସୋମବାର ଠାରୁ ଆରମ୍ଭ ହେବ ଅଫଲାଇନ ପାଠପଢା (Off Line Teaching)। ସ୍ନାତକତ୍ତୋର (Post Graduation) ପ୍ରଥମ ବର୍ଷ ୟୁଜି ପ୍ରି-ଫାଇନାଲ୍ (UG Pre Final) ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ଶିକ୍ଷାଦାନ (Class Room Teaching) ହେବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ (Odisha Higher Education Dept) ଅଧିନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ (University), ସ୍ବୟଂଶାସିତ ମହାବିଦ୍ୟାଳୟ (Autonomous College), ଡିଗ୍ରି କଲେଜ (Degree College) ଆସନ୍ତା ୧୬ ତାରିଖରୁ ଖୋଲିବ। କୋରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।
Also Read: ଆସନ୍ତା ସୋମବାର ଠାରୁ ରାଜ୍ୟରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
ଏହା ସହ ହଷ୍ଟେଲ (College Hostel) ମଧ୍ୟ ଖୋଲିବ। ସ୍ନାତକ (Graduation) ତଥା ସ୍ନାତକତ୍ତୋର (Post Graduation) ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନଲାଇନ୍ (On Line Exam) ମାଧ୍ୟମରେ ଅନୁଷ୍ଠିତ ହେବ। ଯାହା ଫଳରେ ସେମାନଙ୍କୁ କ୍ୟାମ୍ପସ ଆସିବାର ଆବଶ୍ୟକତା ରହିବ ନାହିଁ। ହେଲେ ବାକି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ। ଯାହାକୁ ନେଇ ଛାତ୍ରଛାତ୍ରୀ ମଧ୍ୟ ଆଶ୍ବସ୍ତ ଅଛନ୍ତି।
ସେହିପରି ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ଆରମ୍ଭ ହେବ। ଅଗଷ୍ଟ ମାସ ପାଇଁ ଜାରି ହୋଇଥିବା ଗାଇଡ୍ଲାଇନ୍ ଆଧାରରେ ଗଣଶିକ୍ଷା ବିଭାଗ (Odisha Mass Education Dept) ଏହି ନିଷ୍ପତ୍ତି ନେଇଛି। କୋରୋନା କଟକଣା ମଧ୍ୟରେ ପିଲାଙ୍କ ପାଠପଢ଼ା ଚାଲିବା ସହ ସାମାଜିକ ଦୂରତା ରକ୍ଷା (Social Distance), ମାସ୍କ (Mask) ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଏବେ ବିଦ୍ୟାଳୟରେ ଦଶମ ପିଲାଙ୍କ କ୍ଲାସ ଚାଲୁଥିବାରୁ ନବମ ଶ୍ରେଣୀ ପିଲାଙ୍କ ଲାଗି ସକାଳ ୯ଟାରୁ ମଧ୍ୟାନ୍ନ ସାଢେ ୧୨ଟା ପର୍ଯ୍ୟନ୍ତ ପାଠପଢା ହେବ। ହଷ୍ଟେଲ (School Hostel) ମଧ୍ୟ ଖୋଲିବ। ଉଭୟ ଶ୍ରେଣୀର ପିଲାଙ୍କ ଲାଗି ସ୍କୁଲ, ହଷ୍ଟେଲ ପ୍ରସ୍ତୁତ ଥିବା ସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି।
Also Read: ଖୋଲିବ ବିଦ୍ୟାଳୟ; ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ନେଇ ଉଠିଲା ପ୍ରଶ୍ନ
ୟୁଜି-ପିଜି (UG-PG) ଶ୍ରେଣୀର ଗୋଟିଏ ଶିକ୍ଷାବର୍ଷ ଶେଷ ହୋଇଯାଇଥିଲେ ମଧ୍ୟ ପିଲାଙ୍କ ପ୍ରଥମ ସେମିଷ୍ଟର ପାଠପଢ଼ା ସରି ନାହିଁ। ଯେତେବେଳେ କି ଏବେ ତୃତୀୟ ସେମିଷ୍ଟର ପାଠପଢ଼ା ଆରମ୍ଭ ହେବା କଥା ସେତେବେଳେ ପରୀକ୍ଷା ସମ୍ପର୍କରେ ବିଭାଗ କୌଣସି ସ୍ପଷ୍ଟ ସୂଚନା ଦେଉନାହିଁ। ଆସନ୍ତା ୧୨ ମାସ ମଧ୍ୟରେ ପିଜି ଛାତ୍ରଛାତ୍ରୀଙ୍କ ୩ଟି ସେମିଷ୍ଟର ପରୀକ୍ଷା କିଭଳି ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ନବମ ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ସ୍କୁଲ୍ ଖୋଲିବ ନା ନାହିଁ ସେନେଇ ତର୍ଜମା ଚାଲିଛି।