ଏବେ ଅପେକ୍ଷା ବାସ୍ତବିକ କେବେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶିତ ହେଉଛି ଆଉ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କ ମନ ମୁତାବକ ସିଟ୍ ପାଉଛନ୍ତି କି ନାହିଁ।
Trending Photos
ଭୁବନେଶ୍ୱର: ପରୀକ୍ଷା ଫଳ ପରେ ଆଡମିଶନ ଚିନ୍ତା। ଚଳିତ ବର୍ଷ କୋଭିଡ କଟକଣାରେ ପରୀକ୍ଷା ବାତିଲ ହୋଇ ବିକଳ୍ପ ମୂଲ୍ୟାୟନ ଆଧାରରେ ଫଳ ପ୍ରକାଶ ପାଇଛି। ହେଲେ ସଂଖ୍ୟାଧିକ ପାସ୍ ହାରକୁ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପାଇଁ ଛିଡା ହୋଇଥିବା ଆଉ ଏକ ଆହ୍ୱାନର ମୁକାବିଲା କରିବା ଲାଗି ଆରମ୍ଭ ହୋଇଥିବା ସିଟ୍ ବୃଦ୍ଧି ନେଇ ଆବେଦନ କରିବା ପ୍ରକ୍ରିୟା।
ପ୍ରଥମତଃ ମାଟ୍ରିକ ପରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଏବଂ ଦ୍ବିତୀୟତଃ ସିଟ୍ ବୃଦ୍ଧି ନେଇ ଦ୍ବନ୍ଦ୍ୱ ଦୂର କରିଛନ୍ତି ବିଭାଗୀୟ ମନ୍ତ୍ରୀ। ଯାହାକୁ କଲେଜ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ଅପେକ୍ଷାର ସହ ଚାହିଁ ରହିଛନ୍ତି।
Also Read: ଖୋଲିବ ବିଦ୍ୟାଳୟ; ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ନେଇ ଉଠିଲା ପ୍ରଶ୍ନ
ଆରମ୍ଭ ହେବ ଆବେଦନ, ଖୁବଶ୍ରୀଘ୍ର ବାହାରିବ ବିଜ୍ଞପ୍ତି। ଯୁକ୍ତ ଦୁଇ ନାମଲେଖା (Plus Two Admission 2021) ପାଇଁ ଆସନ୍ତା ୧୪-୧୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଗତ ବର୍ଷ ଅଗଷ୍ଟ ୨୧ ତାରିଖରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଚଳିତ ବର୍ଷ ସପ୍ତାହ ପୂର୍ବରୁ ଆରମ୍ଭ ହେବ। ଏହା ସହ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମସ୍ତ ବିଭାଗରେ ୫୫ ହଜାରରୁ ଅଧିକ ସିଟ ବୃଦ୍ଧି ପାଇଁ ଆବେଦନ ହୋଇଛି।
ବିଜ୍ଞାନ (Plus Two Science Stream) ପାଇଁ ଲାବୋରେଟୋରି ସମସ୍ୟା ସହ ସେଲ୍ଫ ଫାଇନାନ୍ସିଂ କଲେଜରେ (Self Financing College) ମଧ୍ୟ ସମାନ ସମସ୍ୟା ନେଇ ଭିତ୍ତିଭୂମି (College Admission) ଯାଞ୍ଚ ଚାଲିଛି। ଏସବୁ ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବା ସହ ଆବେଦନ ପୂର୍ବରୁ ସିଟ ବୃଦ୍ଧି ନେଇ ସାମ୍ସ ଓ୍ବେବସାଇଟ (SAMS Website) ଜରିଆରେ ତଥ୍ୟ ଉପଲବ୍ଧ ହେବ ବୋଲି ଗଣଶିକ୍ଷା ବିଭାଗ ମନ୍ତ୍ରୀ (Odisha Mass Education Minister) ସମୀର ରଞ୍ଜନ ଦାଶ (Minister Samir Ranjan Dash) ଜଣାଇଛନ୍ତି।
Also Read: କୋରୋନା କାଳେ ସମସ୍ତ ବର୍ଷର ରେକର୍ଡ଼ ଭାଙ୍ଗିଲା ଶିକ୍ଷା ବୋର୍ଡ ପାସ୍ ହାର
ଚଳିତ ବର୍ଷ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ (Board Scondary Education) ବିଏସଇ (BSE Odisha) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ (Matric Exam 2021) ରେଗୁଲାର (Regualr Matric Exam Candidate), ଏକ୍ସ-ରେଗୁଲାର (Ex-Regualr Matric Exam Candidate) ବିଭାଗରେ ମୋଟ ୬ ଲକ୍ଷ ୨୯ ହଜାର ୯୧୯ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (Central Board of Secondary Education) ସିବିଏସଇ (CBSE Board) ଦ୍ବାରା ପରିଚାଳିତ ଦଶମ ପରୀକ୍ଷାରେ ଓଡିଶାରୁ ୩୪ ହଜାର ୩୩୩ ଜଣ ପିଲା ପାସ୍ କରିଛନ୍ତି। ଏହା ସହ ଇଣ୍ଡିଆନ ସାର୍ଟିଫିକେଟ (Indian Certificate of Secondary Education) ଆଇସିଏସଇ ବୋର୍ଡ (ICSE Board) ପିଲାଙ୍କ ପାସ୍ ହାର ମଧ୍ୟ ରହିଛି।
ସଂଖ୍ୟାଧିକ ପାସ୍ ହାର ପିଲା ହେତୁ ସଠିକ ଭାବେ ସିଟ୍ ମିଳିବ କି ନାହିଁ ଏବଂ ମେଧାବୀ ଛାତ୍ରଛାତ୍ରୀ ଆବଶ୍ୟକୀୟ କଲେଜରେ ନାମଲେଖାଇ ପାରିବେ କି ନାହିଁ ତାକୁ ନେଇ ଦ୍ବନ୍ଦ ଦୂର ହୋଇଥିଲା। ଏବେ ମନ୍ତ୍ରୀଙ୍କ ଘୋଷଣା ପରେ ସିଟ୍ ବୃଦ୍ଧି ପାଇଁ ଆବେଦନ କରିଥିବା କଲେଜ କର୍ତ୍ତୃପକ୍ଷ ଏବଂ ନାମଲେଖା ପାଇଁ ଚାହିଁରହିଥିବା ଛାତ୍ରଛାତ୍ରୀ ଆଶ୍ବସ୍ତ ହୋଇଛନ୍ତି।
Also Read: ବିଦ୍ୟାଳୟ ପରେ ଏବେ ରାଜ୍ୟରେ ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ
ଏବେ ଅପେକ୍ଷା ବାସ୍ତବିକ କେବେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶିତ ହେଉଛି ଆଉ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କ ମନ ମୁତାବକ ସିଟ୍ ପାଉଛନ୍ତି କି ନାହିଁ। ସିଟ୍ ସଂଖ୍ୟା ଧାର୍ଯ୍ୟ ଲକ୍ଷ ଅନୁସାରେ ପୂରଣ ହେଉଛି କି ନାହିଁ ତାହାକୁ ଅପେକ୍ଷା।