Odisha ପାଇଁ ମହଙ୍ଗା ପଡି଼ଛି Tripura Delta Plus variant
Advertisement
Article Detail0/zeeodisha/odisha940141

Odisha ପାଇଁ ମହଙ୍ଗା ପଡି଼ଛି Tripura Delta Plus variant

ଅନ୍ୟ ରାଜ୍ୟରେ ଦେଖା ଦେଉଥିବା ଲାମ୍ବଡା, ଡେଲଟା ପ୍ଲସ ଭ୍ୟାରିଏଣ୍ଟ ତୃତୀୟ ଲହରର କାରଣ ହୋଇପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। 

Odisha ପାଇଁ ମହଙ୍ଗା ପଡି଼ଛି Tripura Delta Plus variant

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ସମୀକ୍ଷା କରି ଫେରିଛି କେନ୍ଦ୍ର ସରକାରଙ୍କ ଟିମ୍। ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଫେରିବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗକୁ ଦିଆଯାଇଛି କିଛି ପ୍ରସ୍ତାବ। କିଭଳି ଦ୍ବିତୀୟ ଲହରକୁ ରୋକାଯିବ ଏବଂ ତୃତୀୟ ଲହର ଆସିବା ପୂର୍ବରୁ କେଉଁ କେଉଁ ବ୍ୟବସ୍ଥା କରାଯିବ ତାହା ଉପରେ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଥିବା ଜଣାପଡିଛି। ସେପଟେ ତୃତୀୟ ଲହର ରାଜ୍ୟ ସରକାରଙ୍କୁ ପୁଣି ଚେତାଇଛନ୍ତି ବିଶେଷଜ୍ଞ।

ଅନ୍ୟ ରାଜ୍ୟରେ ଦେଖା ଦେଉଥିବା ଲାମ୍ବଡା (Lambda Covid Variant), ଡେଲଟା ପ୍ଲସ ଭ୍ୟାରିଏଣ୍ଟ (Delta Plus Variant) ତୃତୀୟ ଲହରର (Corona Third Wave) କାରଣ ହୋଇପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ତ୍ରିପୁରା ଭଳି ରାଜ୍ୟରେ ୯୦ ପ୍ରତିଶତ ଡେଲଟା ପ୍ଲସ୍ ଭ୍ୟାରିଏଣ୍ଟ ଚିହ୍ନଟ ହେଇଥିବା ବେଳେ କେନ୍ଦ୍ର ସରକାରଙ୍କ ନଜରରେ ତ୍ରିପୁରା (Tripura) ସହ ଓଡିଶା (Odisha) ଉପରେ ମଧ୍ୟ ରହିଛି। ଗୋଟିଏ ରାଜ୍ୟରେ ବଢୁଛି, ଏହାର ପ୍ରଭାବ ଅନ୍ୟ ରାଜ୍ୟକୁ ଏହା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥିବା ବିଶେଷଜ୍ଞ ମତ ଦେଇଛନ୍ତି।  

Also Read: ଦୁଆର ମୁହଁରେ କରୋନା ମହାମାରୀର ତୃତୀୟ ଲହର

କେରଳ (Kerala), ମହାରାଷ୍ଟ୍ର (Maharastra) ପରେ ଏବେ ପୁଣି ଏକ ରାଜ୍ୟ ତ୍ରିପୁରା ଚିନ୍ତା ବଢାଇବାରେ ଲାଗିଛି। ଦେଶର ଏହି ଉତ୍ତର-ପୂର୍ବ ରାଜ୍ୟରେ ଚିହ୍ନଟ ହେଉଥିବା କୋରୋନା ସଂକ୍ରମିତ (Corona Infected Patient) ରୋଗୀଙ୍କ ମଧ୍ୟରୁ ୯୦ ପ୍ରତିଶତ ରୋଗୀଙ୍କ ମଧ୍ୟରେ ଡେଲଟା ପ୍ଲସ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Health Ministry) ନଜରରେ ରହିଥିବା ୬ ଜିଲ୍ଲା ମଧ୍ୟରେ ତ୍ରିପୁରା ରହିଥିବା ବେଳେ ଏହି ତାଲିକାରେ ଓଡିଶା ମଧ୍ୟ ରହିଛି। 

ଏଭଳି ପରିସ୍ଥିତିରେ ରାଜ୍ୟକୁ ମଧ୍ୟ ସତର୍କ ରହିବା ଦରକାର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ବର୍ତ୍ତମାନ ତ୍ରିପୁରାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗୋଟିଏ ରାଜ୍ୟରେ ସଂକ୍ରମଣ ବଢୁଛି ତେଣୁ ଅନ୍ୟ ରାଜ୍ୟକୁ ଏହା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ନଜରରେ ରଖି କୋଭିଡ୧୯ ଗାଇଡ଼ ଲାଇନ (Covid19 Guidelines) କଡାକଡି କିଭଳି ପାଳନ ହୋଇପାରିବ ତାହା ଉପରେ ସରକାର ନଜର ରଖିବା ଦରକାର।

Also Read: ସତର୍କତାର ସହ Unlock କରିବାକୁ ମତ ଦେଲେ ବିଶେଷଜ୍ଞ

ତ୍ରିପୁରା ସମେତ ଓଡିଶା ଭଳି ୬ ରାଜ୍ୟର ସଂକ୍ରମଣ ସ୍ଥିତି ସମୀକ୍ଷା କରିବା ନେଇ ଭୁବନେଶ୍ବର ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍ ରାଜ୍ୟ ବିଭିନ୍ନ ଜିଲ୍ଲା ଅନୁଧ୍ୟାନ କରି ଫେରିଯାଇଛି। ଫେରିବା ପୂର୍ବରୁ ଟିମ୍ ରାଜ୍ୟ ଜନ ସ୍ବାସ୍ଥ୍ୟ ବିଭାଗ (Odisha Public Health Department) ସହ ଆଲୋଚନା କରିଛି। ରାଜ୍ୟରେ ଯଦିଓ ସଂକ୍ରମଣ ହାର କମୁଛି ତଥାପି ଏହାକୁ କିଭଳି ଭାବେ ସମ୍ପୂର୍ଣ୍ଣ ହ୍ରାସ କରାଯାଇ ପାରିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗକୁ (Odisha Health Department) କିଛି ପରାମର୍ଶ ଦିଆଯାଇଛି। ରବିବାର ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ ଚେଷ୍ଟ ପଜିଟିଭ ରେଟ (Test Positive Rate) ୩ ପ୍ରତିଶତକୁ ଖସି ଆସିଥିବା ବେଳେ କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମୁନାହିଁ। ଏଥିପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇପାରିବ ତାହା ଉପରେ ଟିମ୍ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛି। 

Also Read: 'ତୃତୀୟ ଲହର ରୋକିବାକୁ ହେଲେ ଟିକାକରଣ ଜରୁରୀ'

ଲାମ୍ବାଡ଼ା ଭ୍ୟାରିଏଣ୍ଟ ଲାଟିନ ଆମେରିକୀୟ ଦେଶ (Latin America Nation) ଚିଲି (Chile) ଠାରେ ଅଧିକ ଚିହ୍ନଟ ହୋଇଛି। ହେଲେ ଏହି ଭ୍ୟାରିଏଣ୍ଟ ଦ୍ୱାରା ପଡୋଶୀ ପେରୁ (Peru) ଦେଶରେ ଅଧିକ ମୃତ୍ୟୁ ହୋଇଛି। ଦେଶର କେତେକ ସ୍ଥାନରେ ମଧ୍ୟ ଏଭଳି ଭ୍ୟାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ଏହା ଦେଖା ଯିବା ପରେ ବର୍ତ୍ତମାନ ବିସ୍ତୃତ ଅନୁଧ୍ୟାନ ହୋଇପାରିନାହିଁ। ବର୍ତ୍ତମାନ ଏହି ଭ୍ୟାରିଏଣ୍ଟ ରୋଗୀ ୟୁରୋପୀୟ ଦେଶ (European Nation) ବ୍ରିଟେନ (Britain) ଠାରେ ମଧ୍ୟ ଦେଖାଗଲାଣି। ଏଠାରୁ ଦେଶକୁ ଅଧିକ ଲୋକ ଯାତାୟାତ କରୁଥିବାରୁ ଏହା ଦ୍ୱାରା ସଂକ୍ରମଣ ଅଧିକ ହେବା ଆଶଙ୍କା ରହିଛି।