ସତର୍କତାର ସହ Unlock କରିବାକୁ ମତ ଦେଲେ ବିଶେଷଜ୍ଞ
Advertisement
Article Detail0/zeeodisha/odisha921155

ସତର୍କତାର ସହ Unlock କରିବାକୁ ମତ ଦେଲେ ବିଶେଷଜ୍ଞ

ପ୍ରଥମ ଲହର ସଂକ୍ରମଣକୁ ନଜରରେ ରଖି ଯେଉଁ ୨-୩ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ କଟକଣା କୋହଳ ନ କରିବାକୁ ପରାମର୍ଶ ଦେଇଛନ୍ତି।

ସତର୍କତାର ସହ Unlock କରିବାକୁ ମତ ଦେଲେ ବିଶେଷଜ୍ଞ

ଭୁବନେଶ୍ବର: ଦିନକ ପରେ ରାଜ୍ୟରେ ଆରମ୍ଭ ହେବ ଅନଲକ ପ୍ରକ୍ରିୟା। ଏନେଇ ସମସ୍ତ ଜିଲ୍ଲାର କୋରୋନା ସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର। ସ୍ଥିତିକୁ ନଜରରେ ରଖି କିଭଳି ଅନଲକ ଆରମ୍ଭ କରାଯିବ ତାହା ଉପରେ ନିଷ୍ପତ୍ତି ନିଆଯିବ। ଦିନେ ଦୁଇ ଦିନ ମଧ୍ୟରେ ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ। 

ଗୋଟିଏ ପଟେ ରାଜ୍ୟରେ ଅନଲକ (Unlock) ପାଇଁ ସରକାର (Govt of Odisha) ପ୍ରସ୍ତୁତ ହେଉଥିବା ବେଳେ ଯେଉଁ ଜିଲ୍ଲାରେ କୋରୋନା ସଂକ୍ରମଣ (Corona Infection) ହାର ଅଧିକ ରହିଛି ସେଠାରେ କଟକଣା କୋହଳ ନକଲେ ଭଲ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ।  

Also Read: ଅନଲକ୍ ପ୍ରକ୍ରିୟାରୁ ବାଦ୍ ପଡ଼ିବେ କି ୭ ଜିଲ୍ଲା?

କୋରୋନା ମାହମାରୀର (Corona Pandemic) ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ କାରଣରୁ ପ୍ରାୟ ୨ ମାସ ଧରି ଘରେ ବନ୍ଦ ହୋଇ ରହିଛନ୍ତି ରାଜ୍ୟବାସୀ। ଏବେ ସାରା ରାଜ୍ୟରେ ଖସିବାରେ ଲାଗିଛି କୋରୋନା ଗ୍ରାଫ। ଆଉ ଏହା ସହ ଆରମ୍ଭ ହୋଇଛି ଅନଲକ ପାଇଁ ଯୋଜନା। କିଭଳି ଆଉ କେଉଁ ପ୍ରକ୍ରିୟାରେ ଅନଲକ କରାଗଲେ ସଂକ୍ରମଣ ରୋକାଯାଇପାରିବ ସେ ନେଇ ଚାଲିଛି ବିଚାରବିମର୍ଶ। ଉଚିତ ସମୟରେ ସରକାର ନିଷ୍ପତ୍ତି  ନେବେ ବୋଲି ସ୍ବାସ୍ଥ୍ୟ ବିଭାଗ (Odisha Health Dept) ପକ୍ଷରୁ କୁହାଯାଇଛି।

ଦିନେ କିମ୍ବା ଦୁଇ ଦିନ ମଧ୍ଯରେ ସ୍ୱତନ୍ତ୍ର ରିଲିଫ କମିଶନର-ଏସଆରସି (Sprcial Relief Commissioner-SRC) ଏନେଇ ମାର୍ଗଦର୍ଶିକା (Guidelines) ତିଆରି କରିବେ। ସବୁ ଜିଲ୍ଲାର କୋରୋନା ସ୍ଥିତି ଉପରେ ନଜର ରଖାଯାଇଛି। ସ୍ଥିତିକୁ ଦେଖି ଅନଲକ ପାଇଁ ସରକାର ନିଷ୍ପତ୍ତି ନେବେ। ଗତ ୧୫ ଦିନର ସମସ୍ତ ତଥ୍ୟକୁ ମଧ୍ୟ ବିଚାରକୁ ନିଆଯିବ ବୋଲି ଜଣାଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ। ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମି ୩୪୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟ (Local Contact) କାରଣରୁ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କମି ୧୪୬୩ ରହିଛି। ଟେଷ୍ଟ ପଜିଟିଭିଟି ରେଟ (Test Positivity Rate) ମଧ୍ୟ ୬ ତଳକୁ ଖସିଛି। 

Also Read: Covid19 Vaccination: 45 Plus ପରେ ଏବେ ନଜରରେ 18 Plus

ଯାହା ଫଳରେ ରାଜ୍ୟର ସମସ୍ତ ହସ୍ପିଟାଲ (Hospital) ଉପରେ ଚାପ କମିବାରେ ଲାଗିଛି। ବିଭିନ୍ନ ଚିକିତ୍ସାଳୟର ଆଇସିୟୁ (Medical ICU) ୫୬% ବ୍ୟବହାର ହେଉଥିବା ବେଳେ ସାଧାରଣ ବେଡ଼ ୟୁଟିଲାଇଜେସନ (General Bed Utilisation) ବହୁତ କମିଛି।  

ଏତେ ସବୁ ଆଶ୍ବସ୍ତିକର ଖବର ପରେ ମଧ୍ୟ ରାଜ୍ୟରେ ସମ୍ପୂର୍ଣ୍ଣ ଅନଲକ ନକରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ପ୍ରଥମ ଲହର ସଂକ୍ରମଣକୁ ନଜରରେ ରଖି ଯେଉଁ ୨-୩ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ କଟକଣା କୋହଳ ନ କରିବାକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଭଦ୍ରକ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାରେ ଲାଗୁ ହୋଇଥିବା କଟ୍ଟକଣା ଆଉ ଗୋଟିଏ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିଲେ। ସାପ୍ତାହକ ସଟ ଡାଉନ (Weekend Shutdown) ସହ ସନ୍ଧ୍ୟାକାଳୀନ କର୍ଫ୍ୟୁ (Evening Curfew) ଜାରି ରହିବା ଦରକାର ବୋଲି ମତ ଦେଇଛନ୍ତି ବିଶେଷଜ୍ଞ। ଇନଡୋର ଗ୍ୟାଦରିଙ୍ଗ୍ (Indoor Gathering) ସହ ରାଜନୈତିକ ସଭା ସମିତି (Political Meeting) ଉପରେ କଟକଣା ରହିବା ଦରକାର। ସମ୍ପୂର୍ଣ୍ଣ ସଂକ୍ରମଣ କମିଲେ ଜିମ (Gym) କିମ୍ବା ଧାର୍ମିକ ଅନୁଷ୍ଠାନ (Religious Place) ଭଳି ସର୍ବସାଧାରଣସ୍ଥାନ ଖୋଲାଯିବା ଆବଶ୍ୟକ। 

Also Read: କଙ୍କାଳମୟ କବରସ୍ତାନ; ଶବ ଉପରେ ଶବ ସତ୍କାର!

କୋରନା ମହମାରରୀର ତୃତୀୟ ଲହର (Corona Third Wave) ସମୟରେ କୌଣସି ନୂଆ ଭେରିଏଣ୍ଟ (New Variant) କିମ୍ବା ଡେଲଟା ଭେରିଏଣ୍ଟର ନୂଆ ମ୍ୟୁଟେସନ (New Delta Variant Mutation) ଯୋଗୁଁ ଆସିପାରେ। ବର୍ତ୍ତମାନ ଡେ଼ଲ୍ଟା ଭେରିଏଣ୍ଟର ମ୍ୟୁଟେସନ ବଦଳି ନୂଆ ଭାରିଆଣ୍ଟ ଆସିଛି। ଯାହାକୁ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ (Delta plus Variant) କୁହାଯାଉଛି। ଦେଶରେ ଏ ପର୍ଯ୍ୟନ୍ତ ଏହି ଭ୍ୟାରିଆଣ୍ଟର ୬ଟି ମାମଲା ଚିନ୍ନଟ ହୋଇଛି। ରାଜ୍ୟରେ ବହୁ ପରିଶ୍ରମ ଫଳରେ ଟୋଟାଲ ପଜିଟିଭିଟି ରେଟ (Total Positivity Rate) ୬ ତଳକୁ ଖସିଛି। ଏଭଳି ପରିସ୍ଥିତିରେ ପରିସ୍ଥିତିକୁ ହାତ ଛଡା କରାଗଲେ ପୁଣି ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି।