ସାବଧାନ ଯାତ୍ରା ପାଇଁ ଟିକଟ ବୁକିଂ କରୁଛନ୍ତି କି? ତା'ହେଲେ ହୋଇଯାଆନ୍ତୁ ସାବଧାନ।
Trending Photos
ସରୋଜ ବେହେରା,ଭୁବନେଶ୍ବର: ଫ୍ଲାଇଟ ଟିକଟ କ୍ୟାନସଲ କରିବା ହେଲା କାଳ। ସାଇବର ଠକଙ୍କ ହାବୁଡରେ ପଡି ଦେଢ ଲଷ ଟଙ୍କା ହରାଇଲେ ସୁରତରେ ରହୁଥିବା ଓଡିଆ ବ୍ୟବସାୟୀ। ଫେସବୁକ, ଅନ ଲାଇନ ଫ୍ରଡ ପରେ ଏବେ ବିଭିନ୍ନ ବୁକିଂ ସାଇଟ ଉପରେ ଏବେ ଲୋଲୁପ ଦୃଷ୍ଟି ପକାଇଛନ୍ତି ସାଇବର ଲୁଟେରା ନଜର। ଟ୍ରାଭେଲ ବୁକିଂ ଓ୍ବେବସାଇଟରୁ ଡାଟା ଲିକ କରି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଆଉ ହଇରାଣ ହେଉଛନ୍ତି ସାଧାରଣ ଲୋକ।
ସାବଧାନ ଯାତ୍ରା ପାଇଁ ଟିକଟ ବୁକିଂ କରୁଛନ୍ତି କି? ତା'ହେଲେ ହୋଇଯାଆନ୍ତୁ ସାବଧାନ। ଯେଉଁ ସାଇଟରେ ବୁକିଂ କରୁଛନ୍ତି ସେ ସାଇଟର ସତ୍ୟତା ଯାଞ୍ଚ କରନିଅନ୍ତୁ। ନଚେତ ଆପଣଙ୍କ ଆକାଉଣ୍ଟରୁ ଗାଏବ ହୋଇଯିବ ଟଙ୍କା। ଏଭଳି ଏକ ଠକାମୀର ଶୀକର ହୋଇଛନ୍ତି ସୁରତରେ ରହୁଥିବା ଓଡିଆ ବ୍ୟବସାୟୀ ପ୍ରଶାନ୍ତ କୁମାର ବିଦ୍ୟାଧର। ପୂର୍ବରୁ ସେ ଅହମ୍ମଦାବାଦରୁ (Ahmedabad) ଭୁବନେଶ୍ବର (Bhubaneswar) ପାଇଁ ଗୋ ଆଇବିବୋ ୱେବସାଇଟ (Go Ibibo Website) ଜରିଆରେ ଟିକଟ ବୁକିଂ କରିଥିଲେ। ହେଲେ କୋଭିଡ ପାଇଁ ତାହା ବାତିଲ ହୋଇଯାଇଥିଲା।
Also Read: ସିମ କ୍ଲୋନ କରି ବିନା ଓଟିପିରେ ହେଉଛି ଟଙ୍କା ଗାୟବ; କିଭଳି ନିଜ ଆକାଉଣ୍ଟର କରିବେ ସୁରକ୍ଷା
ଟିକେଟ ବାତିଲ ହେବା ପରେ ରିଫଣ୍ଡ ଟଙ୍କା (Refund Money) ତାଙ୍କ ଆକାଉଣ୍ଟକୁ ଆସିନଥିଲା। ଏଥିପାଇଁ ଗୋ ଆଇବିବୋ କଷ୍ଟମର କେୟାର (Customer Care) ସହ ଯୋଗାଯୋଗ କରିଥିଲେ ଓଡିଆ ବ୍ୟବସାୟୀ ପ୍ରଶାନ୍ତ କୁମାର। କଥା ହେବାର କିଛି ସମୟ ପରେ ତାଙ୍କୁ ଫୋନ ଆସିବା ପରେ ତାଙ୍କୁ ଓଲଟା ଟଙ୍କା ମାଗିଥିଲେ ନିଜକୁ କଷ୍ଟମର କେୟାର ଏକ୍ଜିକ୍ୟୁଟିଭ (Customer Care Executive) କହୁଥିବା ବ୍ୟକ୍ତି। ଏହାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ରେଲୱେ, ହୋଟେଲ, ଫ୍ଲାଇଟ ପାଇଁ ଅନ ଲାଇନ ଟିକଟ ବୁକିଂ କ୍ୟାନସଲ କରିବା ପରେ ୭ ଦିନ ଭିତରେ ଟଙ୍କା ଫେରସ୍ତ ହୋଇଥାଏ। ଯେଉଁ ଆକାଉଣ୍ଟରୁ ଟଙ୍କା ଯାଇଥିବ ସେଇ ଆକାଉଣ୍ଟକୁ ଟଙ୍କା ଫେରସ୍ତ ହୋଇଥାଏ। ହେଲେ ଟଙ୍କା ଠକେଇ ହେବାରୁ ରକ୍ଷା ପାଇବା ପାଇଁ ସାମାନ୍ୟ କିଛି ସାବଧାନତା ପରେ ଏହାକୁ ରୋକା ଯାଇପାରିବ। ବିଶେଷ କରି ଯେ କୌଣସି କମ୍ପାନୀ, ୱେବସାଇଟର କଷ୍ଟମର କେୟାର ପାଇଁ ଗୁଗଲ ସର୍ଚ୍ଚ (Google Search) କରିବା ଠିକ ନୁହେଁ।
Also Read: ବଢିଚାଲିଛି ଅନଲାଇନ ଠକେଇ, ଆଇଟି ପ୍ରଫେସନାଲଙ୍କୁ ଚୂନ ଲଗାଇଲେ ସାଇବର ଲୁଟେରା
ଏଭଳି ହେଲେ ଆପଣଙ୍କ ସର୍ଚ୍ଚ ଏଭଳି ସାଇବର ହ୍ୟାକରଙ୍କ (Cyber Hacker) ପାଖରେ ପହଞ୍ଚିବ ଯେଉଁମାନେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରି ନେବେ। ସବୁ ବେଳେ କମ୍ପାନୀ ୱେବସାଇଟରେ ଦିଆଯାଇଥିବା କଷ୍ଟମର କେୟାର ନମ୍ବର ସହ ଯୋଗାଯୋଗ କରି ନିଜ ଅଭିଯୋଗ ଜଣାନ୍ତୁ। ସେଭଳି କଦାପି ଅନ ଲାଇନ ପ୍ଲାଟଫର୍ମରେ ନିଜ ଅଭିଯୋଗକୁ ସାର୍ବଜନୀନ କରନ୍ତୁ ନାହିଁ। ଏଭଳି ହେଲେ ହ୍ୟାକର ଆପଣଙ୍କ ଅସୁବିଧା ଦେଖି ଆପଣଙ୍କୁ ପ୍ରଲୋଭିତ କରି ଆହୁରି ଠକିନେବେ ବୋଲି କହିଛନ୍ତି ସୂର୍ଯ୍ୟନନ୍ଦନ ନିର୍ଦେଶକ ପ୍ରଶାନ୍ତ ସାହୁ। କୁହାଯାଏ ସଚେତନ ରହିଲେ ସୁରକ୍ଷିତ ରହିବେ। ଏଥିପାଇଁ ଅନଲାଇନ ଟ୍ରାଞ୍ଜାକ୍ସନ କରିବା ବେଳେ ଭଲ ଭାବେ ତନଖି କରି ନିଅନ୍ତୁ। ସାଇବର ଠକେଇରୁ ବର୍ତ୍ତିବା ପାଇଁ କେବଳ ସଚେତନତା ଆବଶ୍ୟକ।