Odisha: ୨୨ରୁ ଓଡ଼ିଶା ବିଧାନସଭା ଅଧିବେଶନ, ବାଚସ୍ପତି ନିର୍ବାଚନ ସହ ଅତିରିକ୍ତ ବଜେଟ୍‍ ହେବ ମୁଖ ଆକର୍ଷଣ
Advertisement

Odisha: ୨୨ରୁ ଓଡ଼ିଶା ବିଧାନସଭା ଅଧିବେଶନ, ବାଚସ୍ପତି ନିର୍ବାଚନ ସହ ଅତିରିକ୍ତ ବଜେଟ୍‍ ହେବ ମୁଖ ଆକର୍ଷଣ

Odisha Monsoon session: ଅଧିବେଶନର ପୂର୍ବଦିନ ଅର୍ଥାତ୍‍ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୧୮ ତାରିଖରେ ନାମାଙ୍କନ ଦାଖଲ କରାଯିବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ଜଣାପଡ଼ିଛି । 

ସୌ: ସୋସିଆଲ ମିଡିଆ

Odisha Monsoon Session: ବିଧାନସଭାର ମୌସୁମୀ ଅଧିବେଶନ ୨୨ ତାରିଖରୁ ଆରମ୍ଭ ହେବ । ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୪ ତାରିଖଯାଏ  ଏହି ଅଧିବେଶନ ଚାଲିବ । ୩ ତାରିଖରେ ଅତିରିକ୍ତ ବଜେଟ୍‍ ଉପସ୍ଥାପନ କରିବାକୁ  ନିର୍ଦ୍ଧାରଣ କରାଯାଇଛି ।  ଅଧିବେଶନର ପୂର୍ବଦିନ ଅର୍ଥାତ୍‍ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୧୮ ତାରିଖରେ ନାମାଙ୍କନ ଦାଖଲ କରାଯିବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ଜଣାପଡ଼ିଛି । 

ସୂର୍ଯ୍ୟନାରାୟଣ ପାତ୍ରଙ୍କ ଇପ୍ତଫା ପରେ ଗତବର୍ଷ ଜୁନ୍ ୧୩ ତାରିଖରେ ଶ୍ରୀ ଆରୁଖ ବିଧାନସଭା ବାଚସ୍ପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ । ମାତ୍ର ଏହି ପଦରେ ସେ ବର୍ଷେ ବି ପୂରଣ କରିନଥିଲେ । ଗତ ମେ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କ ପଦରୁ ଇସ୍ତଫା  ଦେବାପରେ ବାଚସ୍ପତି ପଦବୀ ଖାଲି ପଡ଼ିଛି । କିନ୍ତୁ ବିକ୍ରମ କେଶରୀ ଏ ଭିତରେ ରାଜ୍ୟ ମନ୍ତ୍ରିମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ଭାର ଗ୍ରହଣ କରିଛନ୍ତି । ଏ ଭିତରେ ବାଚସ୍ପତି କିଏ ହେବେ ତାହାକୁ ନେଇ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଛି ।

ଏହା ବି ପଢ଼ନ୍ତୁ: Odisha News: ପଦକୁ ନେଇ ସସ୍ପେନ୍ସରେ ପୂର୍ଣ୍ଣେଛଦ, ୨୧ରେ ବାଚସ୍ପତି ନିର୍ବାଚନ

ଏହା ବି ପଢ଼ନ୍ତୁ: Dengue Vaccine: ଏହି ଦିନ ବଜାରକୁ ଆସିବ ଡେଙ୍ଗୁ ଟିକା, ସିରମ ଇନଷ୍ଟିଚ୍ୟୁଟ୍ କଲା ବଡ଼ ଘୋଷଣା