ତାଣ୍ଡବ ପରେ "Yaas" ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଜାରି
Advertisement
Article Detail0/zeeodisha/odisha908041

ତାଣ୍ଡବ ପରେ "Yaas" ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଜାରି

ବାତ୍ୟାର ପ୍ରକୋପକୁ ନଜରରେ ରଖି ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୫ ଲକ୍ଷ ୮୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। 

ତାଣ୍ଡବ ପରେ "Yaas" ପ୍ରଭାବିତ ଅଞ୍ଚଳରେ  ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଉପକୂଳରେ ତାଣ୍ଡବ ମଚାଇଛି ବଙ୍ଗୋପ ସାଗରରେ ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ "ୟାସ"। ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପୁନରୁଦ୍ଧାର କାର୍ଯ୍ୟ। ଏନଡିଆରଏଫ, ଓଡ୍ରାଫ, ପୋଲିସ ସମେତ ଅଗ୍ନିଶମ ବାହିନୀ ପ୍ରମୁଖ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳରେ (Cyclone Affected Area) ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ (Cyclone Restoration Work) ବାବଦରେ ଜଣାଇଛନ୍ତି ଏସଆରସି (Odisha SRC) ପ୍ରଦୀପ ଜେନା (Pradeep Jena)। 

Also Read: Cyclone Yaas: ବାତ୍ୟା ତାଣ୍ଡବ ପରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ

ବାତ୍ୟାର ପ୍ରକୋପକୁ ନଜରରେ ରଖି ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୫ ଲକ୍ଷ ୮୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପବନ କମିବା ପରେ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର  କାର୍ଯ୍ୟ ଆରମ୍ଭ ହୋଇଛି। ଉତ୍ତର ଓଡ଼ିଶା ସମେତ ଅନ୍ୟାନ୍ୟ ସ୍ଥାନକୁ ମିଶାଇ ମୋଟ ୬ ଲକ୍ଷ ୫୦ ହଜାର ଲୋକ ସ୍ଥାନାନ୍ତରିତ ହୋଇଥିଲେ। ବାରିପଦାରେ ଆସନ୍ତାକାଲି ପୁନରୁଦ୍ଧାର କାର୍ଯ୍ୟ କରାଯିବ।

ବାତ୍ୟା ପ୍ରଭାବରେ କେତେକ ସ୍ଥାନରେ ଗଛ ଉପୁଡି ଯିବା ସହ  ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡି଼ଛି। ଟେଲିଫୋନ ଲାଇନର କୌଣସି କ୍ଷତି ହୋଇନାହିଁ। କିଛି ବିଦ୍ୟୁତ ଖୁଣ୍ଟ ଶୋଇବା ଅବସ୍ଥାରେ ରହିଥିବା ବେଳେ କିଛି ତଳେ ପଡ଼ିଛି। ବାଲେଶ୍ୱରରେ ବିଦ୍ୟୁତ ମରାମତି କାମ ଆରମ୍ଭ ହୋଇଗଲାଣି। ଭଦ୍ରକ ସହରରେ ମଧ୍ୟ କାମ ଚାଲିଛି। କେନ୍ଦ୍ରାପଡାରେ ବିଦ୍ୟୁତ ବିଭାଗର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ଜଗତସିଂହପୁର ଜିଲ୍ଲାରେ ଶେଷ ହୋଇଛି। 

Also Read: Yaas Alert: ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ପ୍ରସ୍ତୁତି

ଗୁରୁବାର ସକାଳେ ବିଦ୍ୟୁତ ବିଭାଗ ପୁନରୁଦ୍ଧାର କାର୍ଯ୍ୟ ବାବଦରେ ଜଣାଇବ। ବିଦ୍ୟୁତ ଠିକ୍ ହେଲେ ଜେନେରେଟର କାଢି ଦିଆଯିବ। ମୋବାଇଲ ସେବା ବ୍ୟାହତ ହୋଇନାହିଁ। ପୂର୍ତ୍ତ ବିଭାଗ ଅଧିନସ୍ଥ ୩୦୫ ରାସ୍ତାରୁ ୨୯୫ ରାସ୍ତା ସଫା ହୋଇଗଲାଣି। ଗ୍ରାମ ଉନ୍ନୟନ ବିଭାଗ ଅଧିନସ୍ଥ ୩ ଶହରୁ ଉର୍ଦ୍ଧ୍ଵ ରାସ୍ତାରୁ ୨୦୦ ସଫା ହୋଇଗଲାଣି। କିଛି ଜଗାରେ ପାଣି ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସାମୁଦ୍ରିକ ଜୁଆର କାରଣରୁ ଭଦ୍ରକ-ବାଲେଶ୍ୱର ଜିଲ୍ଲାର ବିଭିନ୍ନ ୧୨୮ ଗାଁରେ ସମୁଦ୍ର ପାଣି ପଶିଯାଇଛି। ଅନେକ ସ୍ଥାନରେ ରାସ୍ତା କାଟି ପାଣି ଛାଡିବା ପାଇଁ ବ୍ୟବସ୍ଥା କରାଯାଇଛି। ଶିମିଳିପାଳ ଠାରେ ପ୍ରବଳ ବର୍ଷା ହୋଇଛି। କେତେକ ସ୍ଥାନରେ ସାମ୍ବାବ୍ୟ ବନ୍ୟା ଭଳି ପରିସ୍ଥିତି ଉପଜୁଛି। ଆଗାମୀ ୪୮-୭୨ ଘଣ୍ଟା ମଧ୍ୟରେ ବାତ୍ୟା ଜନିତ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ଆସିବ।

Also Read: ବାତ୍ୟାକୁ ନେଇ ଆତଙ୍କିତ ଉପକୂଳବାସୀ; ମୁକାବିଲା ଲାଗି ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

କେଉଁ ଜାଗାରେ କେତେ କ୍ଷୟକ୍ଷତି ହୋଇଛି, ପୁନରୁଦ୍ଧାର କାର୍ଯ୍ୟ କେମିତି ଚାଲିଛି ତାହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ବାତ୍ୟା କାରଣରୁ ଯେଉଁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ସେମାନଙ୍କର ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି କୋରୋନା ପରୀକ୍ଷା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଏସଆରସି।

ବିନା କୌଣସି ଧନ ଜୀବନ ହାନିରେ ଜଗତସିଂପୁର ଜିଲ୍ଲା ଅତିକ୍ରମ କରିସାରିଛି ବାତ୍ୟା। କ୍ଷୟକ୍ଷତି କୌଣସି ସୂଚନା ମିଳିନାହିଁ। ହେଲେ ବିଭିନ୍ନ ଏହାର ପ୍ରଭାବରେ କେବଳ ଗଛ ଉପୁଡିଛି। ଫସଲ ନଷ୍ଟ ହୋଇଥିବା ନେଇ କୌଣସି ଖବର ମିଳିନାହିଁ। ଜିଲ୍ଲାର କୌଣସି ସ୍ଥାନରେ କୋଠା ଘର ଭାଙ୍ଗିନାହିଁ। ବାତ୍ୟା ମୁକାବିଲା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରହିଥିଲା। ନଜରରେ ପାରାଦ୍ବୀପ ବନ୍ଦର ରହିଥିଲା। ଜଗନ୍ନାଥଙ୍କ ଆଶୀର୍ବାଦରୁ ଆମେ ସୁରକ୍ଷିତ ରହିଲୁ ବୋଲି କହିଛନ୍ତି ଜିଲ୍ଲାପାଳ।  

Also Read: Cyclone Yass: ମୁକାବିଲ ପାଇଁ ପ୍ରସ୍ତୁତ NDRF-ODRAF ଟିମ ସହ ଅଗ୍ନିଶମ ବିଭାଗ

ପୁରୀ ପ୍ରଶାସନ ପକ୍ଷରୁ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର, କୋଣାର୍କ, ପୁରୀ ପୌରାଞ୍ଚଳ ସମେତ ବିଭିନ୍ନ ତଳିଆ ଅଞ୍ଚଳରୁ ପ୍ରାୟ ୧୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ପୁରୀ ସହରରୁ ୪ ଶହରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ ହୋଇଥିଲେ। ବାତ୍ୟାର ମୁକାବିଲା ପାଇଁ ଗୋଟିଏ ଏନଡିଆରଏଫ୍, ଗୋଟିଏ ଓଡ୍ରାଫ ସହ ୧୨ ଅଗ୍ନିଶମ ଟିମ ସଜାଗ ରହିଥିଲା। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଧିନସ୍ଥ ବଡାଶ ପଞ୍ଚାୟତର ତାହାଳିଆ ଗ୍ରାମର ୬ ଏବଂ ପାକମୁଣ୍ଡି ଗ୍ରାମର ୧୬ରୁ ଅଧିକ ଲୋକ ଚିଙ୍ଗୁଡ଼ି ଘେରିରେ କାମକରୁଥିବା ସମୟରେ ହଠାତ୍ ସମୁଦ୍ର ପାଣି ପଶି ଆସିବାରୁ ସେମାନେ ଜଳବନ୍ଦୀ ହୋଇଯାଇଥିଲେ। ଏନଡିଆରଏଫ ଏବଂ ଓଡ୍ରାଫ ଟିମ ସହାୟତାରେ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଇଥିଲା।