Advertisement
Article Detail0/zeeodisha/odisha981368
Zee OdishaBhubneshwarପାସ୍-ଫେଲ ଖେଳ ଖେଳୁଛି ସିଏଚଏସଇ;ଚିନ୍ତାରେ ଛାତ୍ରଛାତ୍ରୀ

ପାସ୍-ଫେଲ ଖେଳ ଖେଳୁଛି ସିଏଚଏସଇ;ଚିନ୍ତାରେ ଛାତ୍ରଛାତ୍ରୀ

ଆଶା ଦେଖାଇ ନିରାଶ। ଚାଲିଛି ପାସ୍ ଫେଲର ଖେଳ। ପ୍ରଥମେ ପାସ୍ ପରେ ଫେଲ୍।

ପାସ୍-ଫେଲ ଖେଳ ଖେଳୁଛି ସିଏଚଏସଇ;ଚିନ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ମାର୍କିଂରେ ସାଙ୍ଘାତିକ ତ୍ରୁଟି। ପ୍ରଥମେ ପାସ୍ ପରେ ଫେଲ୍। ଏପରି ଦୁଇ ଦୁଇଟି ମାର୍କ ସିଟ୍ ପାଇଛନ୍ତି ଛାତ୍ରଛାତ୍ରୀ। ପାସ ମାର୍କ ନେଇ ଆଡମିସନ କରିବା ବେଳକୁ ଆସିଛି ଫେଲ ମାର୍କ। ଏନେଇ ପ୍ରଭାବିତ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ସିଏଚଏସଇ କର୍ତ୍ତୃପକ୍ଷ ସେମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ରାଛାତ୍ରୀ। ପଚାରିଲେ ଅଯୁକ୍ତିକର ଉତ୍ତର ମିଳୁଥିବା କହିଛନ୍ତି। ସେପଟେ ଏହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ।

ଏ ଘଟଣାରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚଏସଇ ଦ୍ୱାରା ମୂଲ୍ୟାୟନ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ପୂର୍ବତନ ଅଧ୍ୟକ୍ଷ। କଲେଜ ଅଧ୍ୟକ୍ଷଙ୍କ ଜରିଆରେ ଡକ୍ୟୁମେଣ୍ଟ ଦେଇ ଅଭିଯୋଗ କଲେ ତର୍ଜମା ହେବ ବୋଲି ସିଏଚଏସଇ ପକ୍ଷରୁ କୁହାଯାଇଛି।  

ଆଶା ଦେଖାଇ ନିରାଶ। ଚାଲିଛି ପାସ୍ ଫେଲର ଖେଳ। ପ୍ରଥମେ ପାସ୍ ପରେ ଫେଲ୍। ସିଏଚଏସଇ ପକ୍ଷରୁ ପରିଚାଳିତ ଚଳିତ ବର୍ଷ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ଏପରି ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି। ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କୁ ମିଳିଛି ଦୁଇ ଦୁଇଟି ମାର୍କ ସିଟ୍। ଗତ ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିବା ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳରେ ମାର୍କ ପାଇଥିବା ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ମାସେ ପରେ ଆଉ ଏକ ପରିବର୍ତ୍ତିତ ମାର୍କସିଟ୍ ମିଳିଛି। 

Add Zee News as a Preferred Source

Also Read: କୋରୋନା ମହମାରୀ ଦେଲା ଶିକ୍ଷା; ଏଣିକି ହେବ ଘନଘନ ପରୀକ୍ଷା

ପ୍ରଥମ ସାର୍ଟିଫିକେଟ୍ ପାସ ହୋଇଥିବା ବେଳେ ପରେ ସେହି ସମାନ ଛାତ୍ରଛାତ୍ରୀଙ୍କୁ ଫେଲ୍ ମାର୍କ ଦିଆଯାଇଛି। ଯାହା ଫଳରେ ପ୍ରଥମେ ପାସ୍ ମାର୍କକୁ ଦେଇ ଉଚ୍ଚତ୍ତର ଶ୍ରେଣୀରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ କରୁଥିବା ବେଳେ ହଠାତ୍ ଫେଲ୍ ସାର୍ଟିଫିକେଟକୁ ନେଇ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ମୁଣ୍ଡ ହୋଇଯାଇଛି ଗୋଲ୍। ଏପରି ଜଣେ କିମ୍ବା ଦୁଇ ଜଣ ନୁହେଁ ଶତାଧିକ ଛାତ୍ରଛାତ୍ରୀଙ୍କ ଅବସ୍ଥା ମଧ୍ୟ ସମାନ। ଆଉ କିଛି ଛାତ୍ରଛାତ୍ରୀ ଫେଲ୍ ହୋଇନଥିଲେ ମଧ୍ୟ  ମାର୍କଂ ପ୍ରକ୍ରିୟାରେ ତାରତମ୍ୟ ଦେଖାଦେଇଛି। ଯାହାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛନ୍ତି ଛାତ୍ରଛାତ୍ରୀ। 

ଏପରି ସମସ୍ୟା ନେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କରାଯାଉଥିବା ମୂଲ୍ୟାୟନ ପ୍ରକ୍ରିୟା ଏବଂ ଏହାର ପରିଚାଳନାକୁ ଦାୟୀ କରିଛନ୍ତି ପୂର୍ବତନ ସିଏଚଏସଇ ଅଧ୍ୟକ୍ଷ। ବାରମ୍ବାର ବର୍ଷ ବର୍ଷ ଧରି ଅଭିଯୋଗ କରାଯିବା  ସମସ୍ୟା ସତ୍ତ୍ବେ ପରିଷଦର ସ୍ବତନ୍ତ୍ର ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାୟନ ହଲ୍ ନିର୍ମାଣ ହୋଇପାରୁନଥିବା ସେ କହିଛନ୍ତି। ଯେଉଁ ପିଲାମାନଙ୍କ କୌଣସି ତ୍ରୁଟି ରହିଛି ସେମାନେ ଡକ୍ୟୁମେଣ୍ଟ ସହିତ ନିଜ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଜରିଆରେ ଅଭିଯୋଗ କଲେ ଏହାର ତର୍ଜମା କରାଯିବ।  ଯାନ୍ତ୍ରିକ ତ୍ରୁଟି କିମ୍ବା ସ୍ପେଲିଂ ମିସଟେକ ରହିଥିଲେ ଏହାକୁ ଠିକ କରାଯିବ।

Also Read: ଯୁକ୍ତ ଦୁଇ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ, ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ

ସିଏଚଏସଇ ପକ୍ଷରୁ ଭୁଲ ହେଇଥିଲେ ତାହାର ସୁଧାର କରାଯିବ ଏବଂ ନାମଲେଖା ପୂର୍ବରୁ ତ୍ରୁଟି ସୁଧାରିବା ବ୍ୟବସ୍ଥା କରାଯିବା ସହ ଯେତିକି ସଠିକ କେସ ଆସିବ କମିଟି ମାଧ୍ୟମରେ ତାହାକୁ ଠିକ କରାଯିବ ବୋଲି କହିଛନ୍ତି ପୂର୍ବତନ ସିଏଚଏସଇ ଅଧ୍ୟକ୍ଷ। ବଡ କଥା ହେଉଛି ଦିନକ ପରେ ସରିବ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ସେହିଭଳି ଯୁକ୍ତ ୨ ଅଫଲାଇନ ପରୀକ୍ଷା ପାଇଁ ମଧ୍ୟ ଆବେଦନ ୯ ତାରିଖ ଦିନ ୧ଟା ବେଳେ ଶେଷ ହେବ। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାକାରରେ ରହିଛି। ଏବେ ସିଏଚଏସଇ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଉଛି ତାହାକୁ ଅପେକ୍ଷା। 

About the Author