Odisha Chief Secretary: ପାୱାର କରିଡରରେ ପାୱାର କଟ୍! ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ପରେ ସୃଷ୍ଟି ହେଲା ଝଡ଼
Advertisement
Article Detail0/zeeodisha/odisha1318430

Odisha Chief Secretary: ପାୱାର କରିଡରରେ ପାୱାର କଟ୍! ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ପରେ ସୃଷ୍ଟି ହେଲା ଝଡ଼

ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସେବାରେ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଶା ସରକାରଙ୍କ ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳକୁ  ୦୧.୦୯.୨୦୨୨ରୁ ୨୮.୦୨.୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କାର୍ମିକ ମନ୍ତ୍ରାଳୟର ଉପ ସଚିବ କୁଳଦୀପ ଚୌଧୁରୀଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ।

Odisha Chief Secretary: ପାୱାର କରିଡରରେ ପାୱାର କଟ୍! ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ପରେ ସୃଷ୍ଟି ହେଲା ଝଡ଼

ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ ସଚିବ ୧୯୮୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି ପାଇଛି । କେନ୍ଦ୍ର ସରକାର, ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୧ ସେପ୍ଟେମ୍ବର ୨୦୨୨ରୁ ଛଅ ମାସ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପରେ କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କ ସେବା ବଢାଇଛନ୍ତି । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ତେବେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି ।

ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସେବାରେ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଶା ସରକାରଙ୍କ ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳକୁ  ୦୧.୦୯.୨୦୨୨ରୁ ୨୮.୦୨.୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କାର୍ମିକ ମନ୍ତ୍ରାଳୟର ଉପ ସଚିବ କୁଳଦୀପ ଚୌଧୁରୀଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି । ସେ ୨୮ ଫେବୃଆରୀ ୨୦୨୨ରେ ସେବାରୁ ଅବସର ନେବାର ଥିଲା, କିନ୍ତୁ ତାଙ୍କର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଥିଲା । ତେଣୁ ଏବେ ଦ୍ୱିତୀୟ ଥର ପାଇଁ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।

ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମହାପାତ୍ର ୧ ଜାନୁଆରୀ ୨୦୨୧ରେ ଓଡିଶାର ୪୪ତମ ମୁଖ୍ୟ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ମୁଖ୍ୟ ସଚିବ ଭାବେ ନିଯୁକ୍ତ ହେବା ପୂର୍ବରୁ ଓଡିଶାର ଉନ୍ନୟନ କମିଶନର ଥିଲେ । ଜଣେ ସଚ୍ଚୋଟ ପ୍ରଶାସକ ଏବଂ ଶାନ୍ତ ଅଫିସର ଭାବରେ ଜଣାଶୁଣା ମହାପାତ୍ର ମଧ୍ୟ ମହାମାରୀ କୋଭିଡ୍-୧୯ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ଅମଲାତନ୍ତ୍ରର ନେତୃତ୍ୱ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । 

Also Read: BrahMos Missile fire into Pakistan: ଭରତର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ପାକିସ୍ତାନ, କଲା ଏହି ଦାବି

ଆଇଏସ ସୁରେଶ ମହାପାତ୍ର ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟ ସରକାରଙ୍କ ଅନେକ ଗୁରତ୍ୱପୂର୍ଣ୍ଣ ବିଭାଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେ ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର, ସେଥିରେ ସନ୍ଦେହ ନାହିଁ । ବ୍ରଜରାଜ ନଗର ଉପନିର୍ବାଚନ ସହ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଫେବୃଆରୀ ୨୦୨୨ରେ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ପୁଣି ଥରେ ତାଙ୍କର ପ୍ରଦର୍ଶନରେ ଖୁସି ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ, ଯାହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । 

ଦ୍ୱିତୀୟ ଥର ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପାୱାର କରିଡରରେ ହଟଚମଟ ସୃଷ୍ଟି ହୋଇଛି । Indian Administrative Service (Cadre) Rules, 1954 ଅନୁସାରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଉପଯୁକ୍ତ କାରଣ ଦର୍ଶାଇବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ସେଭଳ କୌଣସି କାରଣ ଦେଖାଯାଉନାହିଁ । ସୁରେଶ ମହାପାତ୍ରଙ୍କ ପରେ ମୁଖ୍ୟ ଶାସନ ସଚିବ ରାଙ୍କର ଆଉ ୧୦ ଜଣ ବରିଷ୍ଠ ଆଇଏସ ଅଧିକାରୀ ତାଲିକାରେ ଅଛନ୍ତି । 

ତେବେ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପରେ ରାଜ୍ୟ ସରକାର Odisha Electricity Regulatory Commission (OERC) ଅଧ୍ୟକ୍ଷ ପଦ ପୂରଣ କରିପାରନ୍ତି। ୟୁଏନ ବେହେରାଙ୍କ ଅବସର ପରେ ୧୬ ଜାନୁଆରୀ ୨୦୨୨ ଅର୍ଥାତ ଗତ ୮ ମାସ ହେଲା OERC ଅଧ୍ୟକ୍ଷ ପଦ ଖାଲି ପଡିଛି । ଏହି ପଦ ପାଇଁ ସୁରେଶ ମହାପାତ୍ରଙ୍କ ସମେତ ତିନି ଜଣ ଅଧିକାରୀଙ୍କ ନାମ ସଟଲିଷ୍ଟ ହୋଇଥିଲା । କିନ୍ତୁ ଉକ୍ତ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଅବସର ନେଇଣି । ଏବେ କେବଳ ମହାପାତ୍ର ବାକି ଅଛନ୍ତି । କିନ୍ତୁ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ହୋଇଛି, ତେଣୁ ଖୁବଶୀଘ୍ର OERC ଅଧ୍ୟକ୍ଷ ପଦବୀ ପୂରଣ ହେବ ବୋଲି କୁହାଯାଉଛି ।

Also Read: No more Toll Plazas on Highways: ଫେଲ୍ ମାରିଲା ନିତିନ ଗଡ଼କରୀଙ୍କ FASTag, ଜାଣନ୍ତୁ କ'ଣ ହେବ

କିନ୍ତୁ ଦୁଇ ଦୁଇ ଥର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି । ସୁରେଶ ମହାପାତ୍ରଙ୍କ ଉପରେ ଓଡିଶା ସରକାରଙ୍କ ଏତେ ଅନୁକମ୍ପା କାହିଁକି? ନବୀନ ସରକାରଙ୍କ କେଉଁ ଅଦୃଶ୍ୟ ଭୟ ଘାରିଛି? ରାଜ୍ୟରେ ଅଣଓଡିଆ ଅଧିକାରୀଙ୍କ କବଜା ହୋଇଯିବ ବୋଲି ଆଶଙ୍କା କରୁଛନ୍ତି କି ନା ରାଜ୍ୟରେ ମୁଖ୍ୟ ଶାସନ ସଚିବ ପାଇଁ ଯୋଗ୍ୟ ଆଇଏସ ଅଧିକାରୀ ନାହାନ୍ତି? ବାରମ୍ବାର ଜଣକର କାର୍ଯ୍ୟକାଳ ବୃଦ୍ଧି ଯୋଗୁଁ ଅନ୍ୟ ଅଧିକାରୀମାନେ ପଦନ୍ନୋତିରୁ ବଞ୍ଚିତ ହେଉଛନ୍ତି । ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ବିଭାଗରେ ଥିବା ବରିଷ୍ଠ ଆଇଏସ ଅଧିକାରୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଲାଣି । 

ନିକଟରେ ଓଡିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ଓଡିଆ ଅଧିକାରୀମାନଙ୍କୁ କେନ୍ଦ୍ରରେ ଅବସ୍ଥାପିତ କରାଯାବ । ଏଥିପାଇଁ ସେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶିକ୍ଷାମନ୍ତ୍ରୀ, ରେଳମନ୍ତ୍ରୀ, ଆଦିବାସୀ କଲ୍ୟାଣମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସିଏଜି, ରିଜର୍ଭ ବ୍ୟାଙ୍କ, ଆଇଏମଡି ଓ ଏନସିବି ମୁଖ୍ୟଙ୍କ ଉଦାହରଣ ମଧ୍ୟ ଦେଇଥିଲେ । ଆଗାମୀ ଦିନରେ ଆହୁରି ଓଡିଆଙ୍କୁ ଉଚ୍ଚ ପଦ ପଦବୀ ମିଳିବ ବୋଲି କେନ୍ଦ୍ର ଗହମନ୍ତ୍ରୀ କହିଥିଲେ । ଏଭଳି ସ୍ଥଳେ ଯଦି ଓଡିଶାରେ କହି ଅଣଓଡିଆ ମୁଖ୍ୟ ସଚିବ ହୁଅନ୍ତି ତେବେ ରାଜ୍ୟ ସରକାର ଲୋକହସା ହେବେ । ଲୋକେ କହିବେ କେନ୍ଦ୍ର ପାଇଁ ଓଡିଆ ଯୋଗ୍ୟ ହେଉଥିବା ବେଳେ ରାଜ୍ୟରେ କେମିତି ଅଯୋଗ୍ୟ ହେଉଛନ୍ତି । ଏହା ନବୀନ ସରକାରର ଅଣଓଡିଆ ପ୍ରିତି ବୋଲି ମଧ୍ୟ ଲୋକେ ଆକ୍ଷେପ କରିପାରନ୍ତି ।

ପୂର୍ବରୁ ଓଡିଶା କ୍ୟାଡରର ଆଇଏସ ଅଫିସର ରାଜେଶ ବର୍ମାଙ୍କୁ ମୁଖ୍ୟ ଶାସନ ସଚିବ କରିବାକୁ ସରକାର ଯୋଜନା କରିଥିଲେ । ସେହି ସମୟରେ ବର୍ମା, Ministry of Corporate Affairs ସଚିବ ଥିଲେ । ଏବେ ତାଙ୍କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସଚିବ ଭାବେ ନିଯୁକ୍ତ କରାଯାଇଛି । ତେବେ ବର୍ତ୍ତମାନ ସମୟରେ ତାଙ୍କର ଓଡିଶା ଫେରିବା ସମ୍ଭାବନା ବହୁତ କମ । ଆଇଏସ ରାଜେଶ ବର୍ମା ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନକୁ ପଠାଯାଇଥିଲା ।