ରାଜ୍ୟରେ ପ୍ରଥମ; ସମ୍ମାନ ସହ ବଞ୍ଚିବେ ସ୍ମାର୍ଟ ସିଟି କିନ୍ନର
Advertisement

ରାଜ୍ୟରେ ପ୍ରଥମ; ସମ୍ମାନ ସହ ବଞ୍ଚିବେ ସ୍ମାର୍ଟ ସିଟି କିନ୍ନର

ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ଏହି ହଷ୍ଟେଲ ନିର୍ମାଣ କରିବା ନେଇ ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ ଗ୍ରୀନ ସିଗନାଲ ମିଳିସାରିଛି। ଏହାପରେ BMC ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାସ୍ତକଡ ଭିକ୍ଷାବୃତ୍ତିରେ ସାମିଲ ଥିବା କିନ୍ନରଙ୍କୁ ଆଣି ହଷ୍ଟେଲରେ ରଖି, ସେମାନଙ୍କୁ ଖାଦ୍ୟ ପାନୀୟ, ରହଣି ସହ ଦକ୍ଷତା ବିକାଶ ଦିଗରେ ତାଲିମ ଦିଆଯିବ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: କିନ୍ନରଙ୍କ ପାଇଁ ନିର୍ମାଣ ହେବ ହଷ୍ଟେଲ୍। ଭିକ୍ଷାବୃତ୍ତି ଛାଡି ସେମାନେ ଆବାସସ୍ଥଳିରେ ରହିବେ ଆଉ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ। ରାଜ୍ୟରେ ପ୍ରଥମ ଥର ପାଇଁ କିନ୍ନରଙ୍କ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ଏହି ହଷ୍ଟେଲ ନିର୍ମାଣ କରିବା ନେଇ ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ ଗ୍ରୀନ ସିଗନାଲ ମିଳିସାରିଛି। ଏହାପରେ BMC ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାସ୍ତକଡ ଭିକ୍ଷାବୃତ୍ତିରେ ସାମିଲ ଥିବା କିନ୍ନରଙ୍କୁ ଆଣି ହଷ୍ଟେଲରେ ରଖି, ସେମାନଙ୍କୁ ଖାଦ୍ୟ ପାନୀୟ, ରହଣି ସହ ଦକ୍ଷତା ବିକାଶ ଦିଗରେ ତାଲିମ ଦିଆଯିବ।

ରାଜଧାନୀକୁ ସ୍ୱଚ୍ଛ ଓ ନିର୍ମଳ ସହର ସହିତ ଭିକାରୀ ମୁକ୍ତ କରିବା ପାଇଁ ଆଉ ପାଦେ ଆଗେଇଛି ସ୍ମାର୍ଟ ସିଟି (smart city)। ପ୍ରଥମେ ଭିକାରୀ ଆଉ ଏବେ ଭିକ୍ଷାବୃତ୍ତି ଅବଲମ୍ବନ କରୁଥିବା କିନ୍ନରମାନଙ୍କ (Kinnar) ରହଣୀ ପାଇଁ ପ୍ରସ୍ତୁତ ହେବ ଆବାସସ୍ଥଳୀ (transgender hostel) । ଏଥିପାଇଁ ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ BMCକୁ ୫୦ ଶଯ୍ୟା ବିଶିଷ୍ଟ ଆବାସସ୍ଥଳୀ ନିର୍ମାଣ କରାଯିବାକୁ ସବୁଜ ସଂକେତ ମିଳିଛି। ତେବେ ଏହାର ପରିଚାଳନା ପାଇଁ ଖୁବଶୀଘ୍ର ଏକ ଏଜେନ୍ସି ସହିତ ଚୁକ୍ତି କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।

Also Read: ବଦଳିଲା ଶ୍ରୀମନ୍ଦିର SOP, ବାହାର ଭକ୍ତଙ୍କ ପାଇଁ କଠୋର କଟକଣା

 

କିନ୍ନରମାନେ (Transgender) ଅନେକ ସମୟରେ ନିଜର ଜୀବନ ନିର୍ବାହ କରିବା ପାଇଁ ସହଜ ପ୍ରଥା ଭାବେ ଭିକ୍ଷାବୃତ୍ତି (Begging) କୁ ଆପଣେଇ ନେଉଛନ୍ତି। ରାସ୍ତାଘାଟ ଓ ବିଭିନ୍ନ ଟ୍ରାଫିକ ଛକରେ ମାଗି ଏକ ଖରାପ ପରଂପରା ସୃଷ୍ଟି କରୁଛନ୍ତି। ତେଣୁ ସେମାନଙ୍କୁ ଚିହ୍ନଟ କରି ଥଇଥାନ କରିବା ସଦୃଶ ଅବାସସ୍ଥଳୀରେ ରଖାଯାଇ ଖାଦ୍ୟ ପାନୀୟ, ରହଣୀ ସହ ଦକ୍ଷତା ବିକାଶ ନେଇ ପ୍ରଶିକ୍ଷଣ (Training) ଦିଆଯିବାର ବ୍ୟବସ୍ଥା ଥିବା କମିଶନର କହିଛନ୍ତି।

ତେବେ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବିଭିନ୍ନ କିନ୍ନର ସମାଜ ତଥା ଅଲ ଓଡିଶା କିନ୍ନର ସଂଗଠନର ସଂପାଦିକା ମେଘନା ସାହୁ। ଏକ ଆକଳନ ମୁତାବକ ସାରା ରାଜ୍ୟରେ ୨୫ ହଜାରରୁ ଊର୍ଦ୍ଧ୍ବ କିନ୍ନର ଅଛନ୍ତି। ଆଉ କେବଳ ଭୁବନେଶ୍ବରରେ ଏହି ସଂଖ୍ୟା ୨ ହଜାରରୁ ଅଧିକ। ସେଥିରୁ ଅଧିକାଂଶ କିନ୍ନର ଦେହ ବ୍ୟବସାୟରେ ଲିପ୍ତ ରହୁଥିବା ବେଳେ ଏବେ ଧିରେ ଧିରେ ମାନସିକତାରେ ପରବର୍ତ୍ତନ ହୋଇ BMCର ସହଯୋଗ କ୍ରମେ ଅନେକ ପାର୍କିଂ ଓ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରି ଗୁଜୁରାଣ ମେଣ୍ଟାଉଛନ୍ତି। ହେଲେ ବଳକା କିଛି ଏବେ ବି ଭିକ୍ଷାବୃତ୍ତି କରୁଛନ୍ତି, ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ପାନୀୟ ଦେଇ ଥଇଥାନ ସ୍ବରୂପ ପ୍ରଶିକ୍ଷଣ ଦିଆଗଲେ ଆତ୍ମନିର୍ଭର ହୋଇପାରିବେ ବୋଲି ମେଘନା କହିଛନ୍ତି।

Also Read: ପୂଜା ପାଇଁ ଗର୍ଭିଣୀ ସାପର ପାଟିରେ ଭରିଲେ ଅଠା

ତେବେ ପୂର୍ବରୁ BMCକୁ ମହିଳା, ଶିଶୁ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଆବସସ୍ଥଳୀ ପାଇଁ ଅନୁମତି ମିଳିଥିବାବେଳେ ଏନେଇ ଏଜେନ୍ସିମାନଙ୍କ ସହ ଚୁକ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି। ତେବେ ରାଜ୍ୟରେ ପ୍ରଥମ ଥର ପାଇଁ କିନ୍ନରମାନଙ୍କ ପାଇଁ ଏହି ବ୍ୟବସ୍ଥାକୁ ଏକ କିନ୍ନର ସଂଗଠନ ଦ୍ବାରା ଅନୁବନ୍ଧିତ ହୋଇ ପରିଚାଳନା କରିବାକୁ ସେମାନେ କହିଛନ୍ତି।