ପୂଜା ପାଇଁ ଗର୍ଭିଣୀ ସାପର ପାଟିରେ ଭରିଲେ ଅଠା
Advertisement
Article Detail0/zeeodisha/odisha885455

ପୂଜା ପାଇଁ ଗର୍ଭିଣୀ ସାପର ପାଟିରେ ଭରିଲେ ଅଠା

ଗୋଟିଏ ଗର୍ଭିଣୀ ସାପ (Pregnant Snake) କୁ ଉଦ୍ଧାର କରି ଭୁବନେଶ୍ବର OUATରେ ତାହାର ଚିକିତ୍ସା କରାଯାଅଛି। କେହି ଜଣେ ଦୁର୍ବୃତ୍ତ ସାପରେ ପାଟିରେ ଅଠା ଦେଇଥିବାରୁ ସାପଟି ପାଟି ଖୋଲି ପାରୁନଥିଲା। ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ସାପଟିକୁ ଉଦ୍ଧାର କରି ଓୟୁଏଟି ଅଣାଯିବା ପରେ ଡାକ୍ତରଙ୍କ ଏକ ଟିମ ସାପ ପାଟିରୁ ଅଠା ବାହାର କରିଥିଲେ।

ଡିଜାଇନ ଫଟୋ

ଭୁବନେଶ୍ବର: ମଣିଷ କେତେ ନିର୍ଦ୍ଦୟ ତାହାର ଉଦାହରଣ ଆମେ ଅନେକ ସମୟରେ ଦେଖିଥାଉ। ନିଜର ସ୍ବାର୍ଥ ହାସଲ କରିବା ପାଇଁ ଏଭଳି କି ନୀରିହ ଜୀବଜନ୍ତୁଙ୍କ ଜୀବନ ସହ ଖେଳିବାକୁ ମଧ୍ୟ ମଣିଷ ପଛାଇ ନ ଥାଏ। ଯାହାର ଆଉ ଏକ ନଗ୍ନ ଚିତ୍ର ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି। କେହି ଜଣେ ଦୁର୍ବୃତ୍ତ ସାପର ପାଟିରେ ଅଠା ଦେଇ ଫିଙ୍ଗି ଦେଇଥିଲେ। ପରେ ତାକୁ ସ୍ନେକ ହେଲ୍ପ ଲାଇନ ଉଦ୍ଧାର କରି ଓୟୁଏଟିରେ ଭର୍ତ୍ତି କରିଛନ୍ତି। 

ଗୋଟିଏ ଗର୍ଭିଣୀ ସାପ (Pregnant Snake) କୁ ଉଦ୍ଧାର କରି ଭୁବନେଶ୍ବର OUATରେ ତାହାର ଚିକିତ୍ସା କରାଯାଅଛି। କେହି ଜଣେ ଦୁର୍ବୃତ୍ତ ସାପରେ ପାଟିରେ ଅଠା ଦେଇଥିବାରୁ ସାପଟି ପାଟି ଖୋଲି ପାରୁନଥିଲା। ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ସାପଟିକୁ ଉଦ୍ଧାର କରି ଓୟୁଏଟି ଅଣାଯିବା ପରେ ଡାକ୍ତରଙ୍କ ଏକ ଟିମ ସାପ ପାଟିରୁ ଅଠା ବାହାର କରିଥିଲେ। ଦୀର୍ଘ ୨ ଘଣ୍ଟାର ପରିଶ୍ରମ ପରେ ସାପ ପାଟିରୁ ଅଠା ବାହାର କରିବା ପରେ ସାପଟି ଖାଦ୍ୟ ଖାଇବା ପରିସ୍ଥିତିକୁ ଆସି ପାରିଥିଲା। ଦିନେ ଦୁଇ ଦିନ ତାହାର ଅବଜରଭେସନ ପରେ ସାପକୁ ତାହାର ପ୍ରକୃତିକ ବାସସ୍ଥଳୀରେ ଛଡାଯିବ ବୋଲି ଓୟୁଏଟି ପକ୍ଷରୁ କୁହାଯାଇଛି।

Also Read: Coronavirus: ସୁରଥରେ ଗଡୁଛି ଓଡି଼ଆଙ୍କ ମୁଣ୍ଡ, ଗଞ୍ଜାମରେ କୋକୁଆ ଭୟ

 

ସାପ (Snake) ପ୍ରାକୃତିକ ସ୍ଥଳରେ ଅଠା ପ୍ରତି ଆକୃଷ୍ଟ ହେଉନଥିବା ବେଳେ କେହି ଜାଣିଶୁଣି ସାପ ପାଟିରେ ଅଠା ଦେଇଥିବା ଜଣାପଡୁଛି। ବିଶେଷ କରି ତିନି ଦିନ ତଳେ ପଣା ସଂକ୍ରାନ୍ତି (Pana Sankranti) ସରିଥିବା ବେଳେ ଏହା ପାଟିରେ ଅଠା ଦେଇ ମନ୍ଦିର ଭିତରେ ରଖାଯାଇଥିବା ସ୍ନେକ ହେଲ୍ପ ଲାଇନ (snake helpline) ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ସନ୍ଦେହ କରିଛନ୍ତି। ସାପ ପାଟିରୁ ଅଠା ବାହାର କରିବା ପାଇଁ ଡା. ପ୍ରଫେସର ଇନ୍ଦ୍ରମଣୀ ନାଥଙ୍କ ନେତୃତ୍ବରେ ତିଆରି ଡାକ୍ତରଙ୍କ ଟିମ ଲାଗି ପଡିଥିଲେ। ପ୍ରାୟ ୨ ଘଣ୍ଟା ଧରି ଚେଷ୍ଟା କରିବା ପରେ ସାପଟିର ପାଟିରୁ ଅଠା ବାହାର କରାଯାଇଥିଲା। ହେଲେ ଯଂଚ ବେଳେ ସାପ ପେଟର ପ୍ରାୟ ୨୦ଟି ଅଣ୍ଡା ଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। 

ପାଟିରେ ଅଠା ଲିଗିଥିବାରୁ ସାପ (Cobra) ଟି ପ୍ରାୟ ୨ ଦିନ ଉପବାସରେ ଥିଲା। ଆଉ କିଛି ଦିନ ଖାଇବାକୁ ପାଇନଥିଲେ ସାପର ଜୀବନ ମଧ୍ୟ ଚାଲିଯାଇଥାନ୍ତା। ଅଠା ଦ୍ୱାରା ପ୍ରତିକ୍ରିୟାଘଟି ସାପର ଦେହରୁ ଛାଲ ବାହାରିବା ଆରମ୍ଭ ହୋଇଯାଇଥିଲା। ସାପ ପାଟିରେ ବିନା ରାସାୟନିକ ଦେଇ ପ୍ରାକୃତିକ ଭାବେ ଲେମ୍ବୁ ଦ୍ବାରା ଅଠା ବାହାର କରିବା ଆରମ୍ଭ କରାଯାଇଥିଲା। ଗର୍ଭିଣୀ ସାପର ପେଟରେ ଅଣ୍ଡା ଥିବାରୁ କୌଣସି ପ୍ରକାର ଆଘାତ ନ ଲାଗୁ ସେଥିପାଇଁ ଡାକ୍ତରୀ ଟିମ୍ ପୁରା ଯତ୍ନବାନ ହୋଇଥିଲେ। ଏଭଳି ପରିସ୍ଥିତିରେ ସାପ ପାଟିରୁ ଅଠା ବାହାର କରିବା ବେଳେ ଚୋଟ ମାରିବା ଭୟ ମଧ୍ୟ ରହିଥିଲା। ଶେଷରେ ସମ୍ପୂର୍ଣ୍ଣ ଅଠା ବାହାର କରିବାରେ ସଫଳ ହୋଇଥିଲେ ଡାକ୍ତରୀ ଟିମ୍।

Also Read: ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର କରିବା ପଛରେ ୩ ମହିଳାଙ୍କ ହାତ
  
ଲୋକମାନେ ନିଜ ସ୍ବାର୍ଥ ସାଧନ କରିବା ପାଇଁ ସାପ ଭଳି ନୀରିହ ଜନ୍ତୁଙ୍କୁ ମଧ୍ୟ ବାଦ ଦେଉନାହାନ୍ତି। ବିଶେଷ କରି ମନ୍ଦିର ଗୁଡିକରେ ସାପ ପୂଜା କରିବା ଭଳି ଦୃଶ୍ୟ ଆମେ ପୂର୍ବରୁ ଅନେକ ଥର ଦେଖିବାକୁ ପାଇଛୁ। ହେଲେ ଏହା ପଛରେ ରହିଥିବା କଳା ରହସ୍ୟ ପଛରେ ସାପ ପାଟିରେ ଅଠା ଦେବା ଭଳି ଘୃଣ୍ୟ କାମ ଥିବା ବର୍ତ୍ତମାନ ଜାଣିବାକୁ ମିଳିଲା। ଏଭଳି ଦୁର୍ବୃତ୍ତଙ୍କୁ ଖୋଜି ବାହାର କରି ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ପରବର୍ତ୍ତୀ ସମୟରେ ବନ୍ୟ ଜନ୍ତୁଙ୍କ ଜୀବନ ରକ୍ଷା କରାଯାଇପାରିବ।