ସରକାରଙ୍କୁ ଘାରିଛି ଜମି ନିଶା
Advertisement
Article Detail0/zeeodisha/odisha929194

ସରକାରଙ୍କୁ ଘାରିଛି ଜମି ନିଶା

ରାଜ୍ୟ ସରକାରଙ୍କ ସାଧାରଣ ବିଭାଗକୁ ଘାରିଛି ଜମି ନିଶା। 

ସରକାରଙ୍କୁ ଘାରିଛି ଜମି ନିଶା

ଭୁବନେଶ୍ବର: ପୁଣି ସାମ୍ନାକୁ ଆସିଛି ରାଜ୍ୟ ସରକାରଙ୍କ ଜମି ହଡପ ନିଶାର ଆଉ ଏକ ଉଦାହରଣ। ପ୍ରଥମେ ଏକାମ୍ର ଫାର୍ମ ଜମି ଏବଂ ପରେ ଆଇଏଏସ ଅଫିସର୍ସ ଆସୋସିଏସନ ଲାଗି ୟୁନିଟ-୬ ସ୍କୁଲ ଖେଳ ପଡିଆ ନେବା ଘଟଣା। ଏକାମ୍ର ଫାର୍ମ ଜମି ମାମଲା ହାଇକୋର୍ଟ ସ୍ଥିତବସ୍ଥା ଜାରି କରିଥିବା ବେଳେ ଚାପ ହେବା ପରେ ନିଷ୍ପତ୍ତିରୁ ଓହରିଛନ୍ତି ସରକାର। ଏତିକିରେ ସରକାରଙ୍କ ଜମି ଲୋଭ ସରନାହିଁ। ରାଜ୍ୟର ପ୍ରମୁଖ ଏକ ଗବେଷଣା ପ୍ରତିଷ୍ଠାନର ଜମିକୁ କନଭେନସନ ହଲ ଏବଂ ହୋଟେଲ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବା ଲାଗି ଯୋଜନା ଆରମ୍ଭ ହୋଇଛି। ଯାହାକୁ ନେଇ ଏବେ ପୁଣି ସୃଷ୍ଟି ହୋଇଛି ବିବାଦ।   

ରାଜ୍ୟ ସରକାରଙ୍କ ସାଧାରଣ ବିଭାଗକୁ (General Administration Department) ଘାରିଛି ଜମି ନିଶା। ରାଜଧାନୀରେ ଯେଉଁଠି ଖାଲି ଜମି ରହିଛି ସେଠାରେ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରିବା ପାଇଁ ଚାଲିଛି ମସୁଧା। ଆମେ କହୁଛୁ କାଉନସିଲ ଅଫ୍ ସାଇଣ୍ଟିଫିକ ଆଣ୍ଟ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ-ସିଏସଆଇଆର (Council of Scientific and Industrial Research-CSIR) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ ମିନେରାଲସ ଆଣ୍ଡ ମାଟେରିଆଲସ ଟେକ୍ନୋଲୋଜି-ଆଇଏମଏମଟି (Institute of Minerals and Materials Technology-IMMT) କଥା। ଗବେଷଣା ପାଇଁ ଥିବା ଏହି ସଂସ୍ଥାର ପ୍ରାୟ ୩୦ ଏକର ଜମିକୁ ଅବ୍ୟବହୃତ କହି ନେଇଯିବାକୁ ନିଷ୍ପତ୍ତି କରିଛନ୍ତି ରାଜ୍ୟ ସରକାର। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାର ଏହି ଜମିକୁ କୌଣସି ଏକ ହୋଟେଲ (Hotel) ଏବଂ କନଭେନସନ ହଲ ତିଆରି କରିବାକୁ ଯୋଜନା କରୁଥିବା ଜଣାପଡିଛି।   

Also Read: ରାଜଧାନୀରୁ ବିଲୁପ୍ତ ହେବ ଜଙ୍ଗଲ, କଂକ୍ରିଟ ଜଙ୍ଗଲ ତିଆରି ପାଇଁ ଚାଲିଛି ମସୁଧା

ଆଇଏମଏମଟି ଜମି ନେବା ଘଟଣା ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ (Odisha High Court) ମାମଲା ବିଚାରଧିନ ରହିଛି। ରିଟ ପିଟିସନ କରି ସରକାର ଜମି ନେବା ପାଇଁ ନିଷ୍ପତ୍ତି ନେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ସରକାରଙ୍କ ଏହି ନିଷ୍ପତ୍ତିକୁ ଆଇଏମଏମଟି କର୍ତ୍ତୃପକ୍ଷ (IMMT Authority) ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏଭଳି ନିଷ୍ପତ୍ତିକୁ ପ୍ରତିହାର କରିବାକୁ ନିବେଦନ କରିଛନ୍ତି। କେବଳ ଯେ ଆଇଏମଏମଟି ନୁହଁ ଅନେକ ମହଲରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିରୋଧ ହୋଇଛି।   

ଆଇଆଇଏମଟିର ଜମିରେ ଏକ ରିସର୍ଚ୍ଚ ପାର୍କ (Research Park) ପ୍ରତିଷ୍ଠା କରିବା ଲାଗି ଯୋଜନା ରହିଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମାନସ ପ୍ରତିଷ୍ଠାନ କୁହାଯାଉଥିବା ଏହି ଅନୁଷ୍ଠାନ ୧୯୬୦ ଦଶକରେ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଏହାର ନାଁ ଥିଲା ରିଜିଓନାଲ ରିସର୍ଚ୍ଚ ଲାବରେଟୋରୀ-ଆରଆରଏଲ (Regional Research Laboratory)। ଏଥିପାଇଁ ପ୍ରାୟ ୨୦୦ ଏକର ଜାଗା ପ୍ରଦାନ କରାଯାଇଥିଲା। ଗତ ୧୯୮୭ ମସିହାରେ ତତ୍କାଳୀନ ସରକାର ପ୍ରତିଷ୍ଠାନ ସପକ୍ଷରେ ୧୪୭ ଏକର ଜାଗା ପାଇଁ ପଟ୍ଟା ଦେଇଥିଲେ। ଅବଶିଷ୍ଟ ୧୭ ଏକର ଜାଗାରେ ପ୍ଲାନେଟୋରିଅମ (Planetarium), ରିଜିଓନାଲ ମ୍ୟୁଜିୟମ ଅଫ୍ ନାଚୁରାଲ ହିଷ୍ଟ୍ରି-ଆରଏମଏନଏଚ (Regional Museum of Natural History-RMNH) ଏବଂ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର-ଓକାକ୍ (Odisha Computer Application Center) ପ୍ରତିଷ୍ଠା ହୋଇଥିଲା।

ବାକି ୩୦ ଏକର ଜାଗା ୧୯୬୪ ମସିହାରୁ ଆଇଆଇଏମଟି ଅଧିନରେ ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ-ଇସ୍ରୋ (Indian Space Research Organisation-ISRO) ପ୍ରଦତ୍ତ ପାଣ୍ଠି ଦ୍ବାରା ସମ୍ପ୍ରତି ଜଳବାୟୁ ଗବେଷଣା (Climate Research) ଲାଗି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରୀୟ ଗୁରୁତ୍ବ ବହନ କରୁଥିବା କିଛି ଗବେଷଣାତ୍ମକ କାର୍ଯ୍ୟକଳାପ ଆରମ୍ଭ ହୋଇଛି। ଏକ୍ଷେତ୍ରରେ ସହଯୋଗ କରୁଛି ବ୍ରିଟେନସ୍ଥିତ ୟୁନିଭର୍ସିଟି ଅଫ ମାଞ୍ଚେଷ୍ଟର (Britain Manchester University)।  

Also Read: ଉଦ୍ୟାନ ବିଭାଗ ଜମି ନେବାକୁ ଆରମ୍ଭ ହୋଇଗଲା ପ୍ରୟାସ, ଆରଆଇ ଅମିନ ଆସି କଲେ ମାପଚୁପ

ଆପୋଲୋ ହସପିଟାଲ (Bhubaneswar Apollo Hospital) ଏବଂ ଦୂରଦର୍ଶନ କେନ୍ଦ୍ର (Bhubaneswar Doordarshan Kendra) ନିକଟସ୍ଥ ଏହି ଜାଗା ଉପରେ ଏବେ ପଡିଛି ସରକାରଙ୍କ ଆଖି। ଏପରି ସ୍ଥଳେ ସରକାର ଦାୟିତ୍ବହୀନ ଭାବେ ଏଠାରେ ଏକ କନଭେନସନ ସେଣ୍ଟର (Convention Center) ତଥା ହୋଟେଲ (Hotel) ପ୍ରତିଷ୍ଠା ଲାଗି ଯୋଜନା କରୁଛନ୍ତି ବୋଲି ଅଭିଯୋଗ ହେଉଛି। ସିଏସଆଇଆର ଅଧିନରେ ଆଇଆଇଏମଟି ରହିଥିବା ବେଳେ ଏନେଇ କେହି ମୁହଁ ଖୋଲିବାକୁ ମନା କରିଦେଇଛନ୍ତି।