ଅପରାଧ ରୋକିବ କି ଗୁଣ୍ଡା ଆଇନ? ପୋଲିସ କମିଶନର ଦେଲେ ହାସ୍ୟାଷ୍ପଦ ବୟାନ
Advertisement
Article Detail0/zeeodisha/odisha1022768

ଅପରାଧ ରୋକିବ କି ଗୁଣ୍ଡା ଆଇନ? ପୋଲିସ କମିଶନର ଦେଲେ ହାସ୍ୟାଷ୍ପଦ ବୟାନ

କେବଳ ଯେ ଆଇନ କରିଦେଲେ ଅପରାଧ କମିବ ବୋଲି କହିହେବନି। ପୋଲିସ ବିଭାଗରେ କାମ କରୁଥିବା ଅଧିକାରୀଙ୍କ ମାନସିକତା ମଧ୍ୟ ବଦଳିବା ଆବଶ୍ୟକ ହୋଇପଡିଛି। 

ଡିଜାଇନ ଫଟୋ

ଭୁବନେଶ୍ୱର: ରାଜ୍ୟରେ ସଂଗଠିତ ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର ଗୁଣ୍ଡା ନିରୋଧ ଆଇନ ଲାଗୁ ହେବ। ଆଇନ ବିଭାଗକୁ ଏ ନେଇ ପ୍ରସ୍ତାବ ଦିଆଯାଇଥିବା ବେଳେ କ୍ୟାବିନେଟ ମୋହର ପରେ ଏହା କାର୍ଯ୍ୟକାରୀ। ପ୍ରତିବର୍ଷ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହେବା ସହ ଜାତୀୟ କ୍ରାଇମ ରେକର୍ଡସ୍ ବ୍ୟୁରୋ ରିପୋର୍ଟରେ ଓଡିଶାର ଚିତ୍ର ଖାରାପ ହେବାକୁ ଲାଗିଛି। ଏଭଳି ପରିସ୍ଥିତିରେ ଚାପରେ ରହୁଥିବା ପୋଲିସ ଅଧିକାରୀଙ୍କୁ ସ୍ବତନ୍ତ୍ର ଆଇନ ଅଧିକ ଶକ୍ତି ଯୋଗାଇ ଦେବ ବୋଲି ଆଶା କରାଯାଉଛି। 

କେବଳ ଯେ ଆଇନ କରିଦେଲେ ଅପରାଧ କମିବ ବୋଲି କହିହେବନି। ପୋଲିସ ବିଭାଗରେ କାମ କରୁଥିବା ଅଧିକାରୀଙ୍କ ମାନସିକତା ମଧ୍ୟ ବଦଳିବା ଆବଶ୍ୟକ ହୋଇପଡିଛି। ଏପଟେ ସହର ବୃଦ୍ଧି ପାଇବା ସହ ଅପରାଧ ବୃଦ୍ଧି ପାଇବା ପରେ ଏହାକୁ ସବୁ ବେଳେ ରୋକିବା ସମ୍ଭବପର ନୁହଁ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ବୟାନ ହାସ୍ୟାଷ୍ପଦ ଭଳି ମନେ ହେଉଛି।  

ରାଜ୍ୟରେ ବଢିଚାଲିଛି ଅପରାଧ। ଅସାମାଜିକ ଲୋକଙ୍କ ମନରେ ପୋଲିସ ପ୍ରତି ଭୟ ନାହିଁ। ରାତି ଅଧିଆ ଆଇନ ହାତକୁ ନେଇ ଖୁଲମଖୁଲା ହତିଆର ଆଉ ବନ୍ଧୁକ ବୁଲୁଛି। ଲାଗୁଛି ଯେଭଳି ଦୁର୍ବୃତ୍ତଙ୍କ ଉପରେ ପୋଲିସ ଲଗାମ ଲଗାଇ କରିପାରୁନାହିଁ। ପୋଲିସ ପାଟ୍ରୋଲିଂକୁ ଖୋଲାଖୋଲି ଚାଲେଂଜ ଦେଇ ଅପରାଧୀମାନେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ସବୁ ଦେଖି ଏଭଳି ସ୍ଥିତିରେ ପୋଲିସ ହାତ ଟେକି ଦେଉଛି। ନିଜେ ଖୋଦ ପୋଲିସ କମିଶନର ମଧ୍ୟ ସହରରେ ବଢୁଥିବା ରୋକିବା କାଠିକର ପାଠ ବୋଲି କହି ନିଜ ଦାୟୀତ୍ବରୁ ହାତ ଛଡାଇ ନେଉଛନ୍ତି।

Also Read: ଶହେ ଶବ ସହ ଦୁଷ୍କର୍ମ, କାହାଣୀ ଜାଣିଲେ ଟାଙ୍କୁରି ଉଠିବ ଲୋମ!

ରଜଧାନୀରେ ଅପରାଧ ନିୟନ୍ତ୍ରଣ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିଷ୍ଫୋରକ ବୟାନ ଦେଇଛନ୍ତି। କହିଛନ୍ତି, ସବୁ ପ୍ରକାର ଅପରାଧ ରୋକିବା ପୋଲିସ ପାଇଁ କାଠିକର ପାଠ। ଅପରାଧ ଘଟିବା ପରେ ପୋଲିସର ଆକ୍ସନ ଗୁରୁତ୍ୱପୂର୍ଣ୍ଣ। ସହର ବୃଦ୍ଧି ପାଇବା ସହ ଅପରାଧ ସଂଖ୍ୟା ମଧ୍ଯ ବଢିଛି। ସେହି ଅନୁସାରେ ପୋଲିସ ପଦକ୍ଷେପ ନେଉଛି। ଗୋଟାଏ ପଟେ ପେଶାଦାର ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଗୁଣ୍ଡା ନିରୋଧ ଆଇନ ଲାଗୁ କରିବାକୁ ଯୋଜନା କରୁଥିବା ବେଳେ ରାଜଧାନୀରେ ବଢିଚାଲିଥିବା ଅପରାଧ କମିଶନରେଟ ପୋଲିସ ପାଇଁ ଚାଲେଂଜ ସୃଷ୍ଟି କରୁଛି।

ଗତ କିଛି ଦିନ ଧରି ରାଜଧାନୀରେ ଅସାମାଜିକ ଲୋକଙ୍କ ଖଣ୍ଡା, ଭୁଜାଲି ବୁଲାଇ ଲୋକଙ୍କୁ ଭୟଭିତ କରିବା ଘଟଣାରେ କେତେ ଜଣଙ୍କୁ ଗିରଫ କରିଛି ପୋଲିସ? ଏ ନେଇ ଅଧିକ ତଦନ୍ତ ଚାଲିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଜାତୀୟ କ୍ରାଇମ ରେକର୍ଡସ୍ ବ୍ୟୁରୋ NCRB ରିପୋର୍ଟ ଅନୁସାରେ ୨୦୧୬ରେ ଓଡିଶାରେ ଅପରାଧ ସଂଖ୍ୟା ୮୧ ହଜାର ୪୬୦ ଥିଲା। ୨୦୨୦ ହେଲା ବେଳକୁ ଏହି ସଂଖ୍ୟା ବଢି ଏକ ଲକ୍ଷ ୩୪ ହଜାରରେ ପହଂଚିସାରିଛି। ଓଡିଶାରେ ଅପରାଧ ସଂଖ୍ୟା ବୃଦ୍ଧି ପାଇବା ପରେ ଜାତୀୟ ସ୍ତରରେ ଓଡିଶାର ଛବି ମଧ୍ୟ ଖରାପ ହେବାକୁ ଲାଗିଛି।

ଉତ୍ତର ପ୍ରଦେଶ, ମହାରାଷ୍ଟ୍ର , ଗୁଜରାଟ ସରକାର ଆଧାରରେ ଅପରାଧ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଚେଷ୍ଟା ଚଲାଇଛନ୍ତି। ପ୍ରସ୍ତାବିତ ଚିଠା ଅନୁସାରେ ଦୋଷୀ ସାବ୍ୟସ୍ତ ହେଲେ ଅପରାଧୀଙ୍କ ପାଇଁ ସର୍ବନିମ୍ନ ୭ରୁ ୧୦ ବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିଛି। ଏଥିରେ ଜିଲ୍ଲାପାଳଙ୍କୁ ମଧ୍ୟ ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର କ୍ଷମତା ଦିଆଯିବ। ବେଆଇନ ଅର୍ଜନ କରିଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ମଧ୍ୟ ପାୱାର ଦିଆଯିବ। ଏଭଳି ହେଲେ ରାଜ୍ୟରେ ଅସାମାଜିକ ବ୍ୟକ୍ତିଙ୍କ ଉପରେ ଲଗାମ ଲଗାଇବା ସୁବିଧା ହେବ।

Also Read: କୋରୋନା ପରେ ଭାରତରେ ଏବେ ନୂଆ ଭାଇରସର ଆତଙ୍କ: ଜାଣନ୍ତୁ ଲକ୍ଷଣ

ହେଲେ ଅପରାଧ ରୋକିବା ପାଇଁ କେବଳ ଦଣ୍ଡବିଧାନ କଲେ ହେବ ନାହିଁ। ନିଶାଖୋର ଅପରାଧୀଙ୍କୁ ସୁଧାର ଗୃହକୁ ପଠାଇ ଅପରାଧ ମୁଳପୋଛ କରିବା ଜରୁରୀ ବୋଲି ମନୋବିଜ୍ଞାନୀ ଅମ୍ରିତ ପାଟଯୋଶୀ ମତ ଦେଇଛନ୍ତି।

ଓଡିଶାରେ ଅପରାଧ ନିୟନ୍ତ୍ରଣ ନିରୋଧ ଆଇନ ଲାଗୁ ହେବା ପୂର୍ବରୁ ୭ଟି ରାଜ୍ୟରେ ଏହି ଆଇନ ଲାଗୁ ହୋଇସାରିଛି। ଚିଠା ପ୍ରସ୍ତାବ ଅନୁସାରେ ବିଚାରପତିଙ୍କ ରୁଦ୍ଧଦ୍ବାର ପ୍ରକୋଷ୍ଟରେ ସ୍ବତନ୍ତ୍ର ଆଇନ ଆଧାରରେ ବିଚାର କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ମାମଲା ଥିଲେ ଗୋଟିଏ ସ୍ବତନ୍ତ୍ର ଅଦାଲତରେ ବିଚାର କରାଯିବ। ଏଭଳି ପରିସ୍ଥିତିରେ ପୋଲିସ ଅଧିକାରୀଙ୍କ ଅପରାଧ ନିୟନ୍ତ୍ରଣ ନେଇ ମାନସିକତା ନ ବଦଳାଇ ଅପରାଧ ନିୟନ୍ତ୍ରଣ କରିବା କିଭଳି କରାଯାଇପାରିବ?