ଧାନ ବିକ୍ରି ପାଇଁ ଚାଷୀ କରିବେ ସାନୀ ପଞ୍ଜୀକରଣ, ବିରୋଧ ଉଠାଇଲେ ପ୍ରଶ୍ମ
Advertisement
Article Detail0/zeeodisha/odisha940154

ଧାନ ବିକ୍ରି ପାଇଁ ଚାଷୀ କରିବେ ସାନୀ ପଞ୍ଜୀକରଣ, ବିରୋଧ ଉଠାଇଲେ ପ୍ରଶ୍ମ

ବିଗତ ଖରିପ ଋତୁରେ ଧାନ କିଣାବିକାରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ଏବଂ ଚାଷୀଙ୍କ ଟୋକନ ସମୟ ଅବଧି ଚାଲିଯିବାରୁ କମ ଟଙ୍କାରେ ଧାନ ବିକ୍ରୟ କରିବାରୁ ବାଧ୍ୟ ହୋଇଥିଲେ ଚାଷୀ।

ଧାନ ବିକ୍ରି ପାଇଁ ଚାଷୀ କରିବେ ସାନୀ ପଞ୍ଜୀକରଣ, ବିରୋଧ ଉଠାଇଲେ ପ୍ରଶ୍ମ

ଭୁବନେଶ୍ବର: ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ ନିମନ୍ତେ ଅନଲାଇନ ମାଧ୍ୟମରେ ଚାଷୀଙ୍କ ପଞ୍ଜୀକରଣ କାର୍ଯ୍ୟ। ମାସେ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆଗ୍ରହୀ ଚାଷୀ ସାନି ନାମ ପଞ୍ଜୀକରଣ କରିପାରିବେ। ପୂର୍ବରୁ କରାଯାଇଥିବା ପଞ୍ଜୀକରଣ ନବୀକରଣ କରାଯିବ ନାହିଁ। ଚାଷୀ ସେମାନଙ୍କ ନିକଟରେ ଥିବା ସମବାୟ ସମିତିରେ ନାମ ପଞ୍ଜୀକରଣ କରିପାରିବେ। ଏନେଇ ରାଜ୍ୟ ସରକାର ପ୍ରତ୍ୟେକ ସମବାୟ ସମିତିରେ ଖୋଲିବାକୁ ଯାଉଛନ୍ତି ହେଲ୍ପ ଡେସ୍କ।  

ଚାଷୀଙ୍କ ପାଇଁ ପ୍ରତ୍ୟେକ ସମବାୟ ସମିତିରେ ରାଜ୍ୟ ସରକାର ଖୋଲିବାକୁ ଯାଉଛନ୍ତି ହେଲ୍ପ ଡେସ୍କ। ଏହା ଦ୍ୱାରା ଚାଷୀ ଖରିଫ ଧାନ ସଂଗ୍ରହ ପାଇଁ ଅନଲାଇନ ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିପାରିବେ। ପୂର୍ବରୁ ହୋଇଥିବା ପଞ୍ଜୀକରଣ ଏଥର ଲାଗୁ ହେବ ନାହିଁ। ଆସନ୍ତା ୧୫ ତାରିଖ ଗୁରୁବାର ଠାରୁ ଅଗଷ୍ଟ ୧୬ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଏହି ପଞ୍ଜୀକରଣ କାର୍ଯ୍ୟକ୍ରମ ଜାରି ରହିବ। ପଞ୍ଜୀକରଣ ସମୟରେ ଚାଷୀଙ୍କୁ ସେମାନଙ୍କ ଜମିଜମା, ବ୍ୟାଙ୍କ ଖାତା ନମ୍ବର, ଆଧାର କାର୍ଡ, ମୋବାଇଲ ନମ୍ବର ପ୍ରଭୃତି ତଥ୍ୟ ପ୍ରଦାନ କରିବାକୁ ହେବ। ଭାଗଚାଷୀଙ୍କୁ ପଞ୍ଜୀକରଣ ଆବେଦନ ପତ୍ର ସହିତ ଜମି ମାଲିକଙ୍କ ସମ୍ମତି ପତ୍ର ଦାଖଲ କରିବାକୁ ହେବ। ଜମି ମାଲିକଙ୍କ ସମ୍ମତିପତ୍ର ନଥାଇ ଭାଗଚାଷୀଙ୍କ ନାମ ପଞ୍ଜୀକୃତ ହୋଇପାରିବ ନାହିଁ। ସମିତି ସମ୍ପାଦକ ପଞ୍ଜୀକରଣ ଫର୍ମକୁ ଯାଞ୍ଚ କରି ଅଗଷ୍ଟ ୨୨ କାରିଖ ସୁଦ୍ଧା ଡିଜିଟାଇଜ କରିବାକୁ କୁହାଯାଇଛି। 

Also Read: ମଣ୍ଡିରୁ ଉଠୁନି ଧାନ; ପ୍ରତିବାଦରେ ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ଚାଷୀଙ୍କ ପାଇଁ ପୁନଃ ପଞ୍ଜୀକରଣ କାର୍ଯ୍ୟକୁ ବିରୋଧି ନାପସନ୍ଦ କରିଛନ୍ତି। ପୂର୍ବରୁ ଯେଉଁ ସବୁ ପଦକ୍ଷେପ ରାଜ୍ୟ ସରକାର ଚାଷୀଙ୍କ ପାଇଁ ନେଇଛନ୍ତି ସେ ସବୁରେ ଚାଷୀ କୌଣସି ସୁଫଳ ପାଇନାହାନ୍ତି। ଏଭଳି କ୍ଷେତ୍ରରେ ସରକାରଙ୍କ ପଦକ୍ଷେପକୁ ଚାଷୀ ସହଜରେ ଗ୍ରହଣ କରିବେ ନାହିଁ। ଚାଷୀଙ୍କ ପାଇଁ ଏହା ରାଜ୍ୟ ସରକାରଙ୍କ ଏକ ଭେଳିକି ମାତ୍ର ବୋଲି ବିରୋଧି ପକ୍ଷରୁ କୁହାଯାଇଛି।  

 ବିଗତ ଖରିପ ଋତୁରେ ଧାନ କିଣାବିକାରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ଏବଂ ଚାଷୀଙ୍କ ଟୋକନ ସମୟ ଅବଧି ଚାଲିଯିବାରୁ କମ ଟଙ୍କାରେ ଧାନ ବିକ୍ରୟ କରିବାରୁ ବାଧ୍ୟ ହୋଇଥିଲେ ଚାଷୀ। ବର୍ତ୍ତମାନ ସମଗ୍ର ରାଜ୍ୟରେ ଡିଲର୍ସ ମନମର୍ଜିରେ ମଣ୍ଡି ଚାଲିଛି। ସେଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଲିସି ତିଆରି କରନ୍ତୁ ବୋଲି ବିଜେପି ଦାବି କରିଛି। ସେହି ଚିରାଚରିତ ଢଙ୍ଗରେ ଖରିଫ ଋତୁ ଚାଷୀ ପଞ୍ଜିକରଣ କରି ପୁଣି ଥରେ ପୁରୁଣା ବ୍ୟବସ୍ଥାକୁ ଆପଣାଇଛନ୍ତି ସରକାର। ଟୋକନ ବ୍ୟବସ୍ଥା ଭୁବନେଶ୍ୱର ଠାରୁ ନିୟନ୍ତ୍ରଣ କରାଯିବ, ଜିଲ୍ଲା ସ୍ତରରେ ଧାନ ସଂରକ୍ଷଣ କମିଟିର କୌଣସି ବ୍ୟବସ୍ଥା ରହିବ ନାହିଁ ବୋଲି ବିଜେପି ଅଭିଯୋଗ କରିଛି। 

Als Read: Paddy Preocurement: ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିରୋଧି

ହେଲ୍ପ ଡେସ୍କ ଘୋଷଣାର କୌଣସି ମୂଲ୍ୟ ନାହିଁ। ଗତବର୍ଷ ଚାଷୀଙ୍କ ଅଭିଯୋଗର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ପଞ୍ଜୀକରଣ ବ୍ୟବସ୍ଥାରେ ଅନେକ ଅବ୍ୟବସ୍ଥା ଦେଖାଯିବ। ରାଜ୍ୟ ସରକାର ଚିରାଚରିତ ଢଙ୍ଗ ଛାଡି ନୂଆ ପଲିସି ଆଣନ୍ତୁ ବୋଲି ଦଳ ଦାବି କରିଛି। ପ୍ରତି ସମିତିରେ ଚାଷୀଙ୍କୁ ପଞ୍ଜୀକରଣ ଫର୍ମ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ଚାଷୀ ଏହି ଫର୍ମରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବାକୁ ପଡିବ। ତଥ୍ୟ ଭୁଲ ଥିଲେ ସେମାନେ ଧାନସଂଗ୍ରହ ପ୍ରକ୍ରିୟାରୁ ବାଦ ପଡିବେ।