Advertisement
Article Detail0/zeeodisha/odisha875460
Zee OdishaBhubneshwarPipili ମହାସମର: ରୁଦ୍ରଙ୍କ ଇଚ୍ଛା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କରନ୍ତୁ ନିର୍ବାଚନୀ ପ୍ରଚାର

Pipili ମହାସମର: ରୁଦ୍ରଙ୍କ ଇଚ୍ଛା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କରନ୍ତୁ ନିର୍ବାଚନୀ ପ୍ରଚାର


ତିନି ପ୍ରମୁଖ ଦଳର ପ୍ରାର୍ଥୀ ସ୍ପଷ୍ଟ ହେବାପରେ ଏବେ ମୈଦାନରେ ଲଢ଼େଇ ହେବ ଜୋରଦାର । ତେବେ ରୁଦ୍ର ମହାରଥୀଙ୍କ ଇଚ୍ଛା ହେଲା ତାଙ୍କ ପାଇଁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଆସି ନିର୍ବାଚନ ପ୍ରଚାର କରନ୍ତୁ।

Pipili ମହାସମର: ରୁଦ୍ରଙ୍କ ଇଚ୍ଛା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କରନ୍ତୁ ନିର୍ବାଚନୀ ପ୍ରଚାର

ପୁରୀ: ପିପିଲି ମହାସମର । ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନରେ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ କରିଛନ୍ତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିସହ ଆଉ ୪ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଭରିଛନ୍ତି । ତେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ସ୍ପଷ୍ଟ ହେବାପରେ ଏବେ ମୈଦାନରେ ଲଢ଼େଇ ହେବ ଜୋରଦାର । ତେବେ ରୁଦ୍ର ମହାରଥୀଙ୍କ ଇଚ୍ଛା ହେଲା ତାଙ୍କ ପାଇଁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଆସି ନିର୍ବାଚନ ପ୍ରଚାର କରନ୍ତୁ।

ପିପିଲି ଉପ ନିର୍ବାଚନ ନାମାଙ୍କନ ଦାଖଲର ଶେଷଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ୬ ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ଅଛନ୍ତି ୪ ସ୍ୱାଧୀନ ଏବଂ ବିଜେଡି ତଥା କଂଗ୍ରେସର ପ୍ରାର୍ଥୀ। ନିର୍ବାଚନରେ ଯେ ଲଢ଼େଇ ଜୋରଦାର ହେବ, ତାହା ଏବେଠାରୁ ଜଣା ପଡ଼ିଲାଣି । କାରଣ ପ୍ରଚାର ମଇଦାନରେ ସିଏମ୍ ତଥା ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Patnaik)ଙ୍କ ଉପସ୍ଥିତି କାମନା କରିଛନ୍ତି ଦଳୀୟ ପ୍ରାର୍ଥୀ ରୁଦ୍ର ଓ ତାଙ୍କ ଶିବିର । ଆଉ ଦଳର ବରିଷ୍ଠ ନେତାମାନଙ୍କ କହିବା କଥା, ଏ ନେଇ ପରବର୍ତ୍ତୀ ସମୟରେ ସ୍ଥିତି ସ୍ପଷ୍ଟ ହେବ। ତେବେ ବିଜେଡି ପକ୍ଷରୁ ଆଜି ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ରୁଦ୍ର ମହାରଥୀ (Rudra Maharathy) । 

Also Read: ମାଲିକ ମୁଣ୍ଡରୁ କମିଲା ବୋଝ; କୁକୁର ଓ ଘୋଡାଙ୍କୁ ମିଳିବ ପେନସନ୍

Add Zee News as a Preferred Source

ପିପିଲି (Pipili) ସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଜ ପରିବାର ସଦସ୍ୟ ତଥା ସମର୍ଥକଙ୍କ ଗହଣରେ ଯାଇଥିଲେ ରୁଦ୍ର। ଶୋଭାଯାତ୍ରାରେ ସାମିଲ ଥିଲେ ବିଜେଡି (BJD)ର ବହୁ ତୁଙ୍ଗନେତା, ମନ୍ତ୍ରୀ ଓ ସାଂସଦ। ପିପିଲି ଗଡ଼ ହାତେଇବା ପାଇଁ ବିଜେଡି ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ। ପଞ୍ଚାୟତ, ବ୍ଲକ୍  ଏବଂ ଏନଏସି ଦାୟିତ୍ବ ମନ୍ତ୍ରୀ ଓ ବିଧାୟକଙ୍କୁ ଦିଆସରିଛି । ଦଳର ମହିଳା, ଛାତ୍ର ଓ ଯୁବ ସାମ୍ମୁଖ୍ୟକୁ ଏଥର ଅଧିକ ଗୁରୁତ୍ୱ ଦିଆଯାଇଛି।

Also Read: ବୈଜ୍ଞାନିକଙ୍କ ମତ: କେତେ ଦିନ ସୁରକ୍ଷିତ ରଖିବ କୋରୋନା ଟିକା ?

ଏପ୍ରିଲ ୧୭ ତାରିଖ ହେଉଛି ବିଜୁବାବୁ (Biju Patnaik)ଙ୍କ ତିରୋଧାନ ଦିବସ । ତେଣୁ ତାଙ୍କର ଆଶୀର୍ବାଦ ବିଜେଡି ଉପରେ ରହିଛି ଏବଂ ପୁଣିଥରେ ଦଳ ଉପନିର୍ବାଚନରେ ବାଜିମାତ କରିବ ବୋଲି ରହିଛି ଦଳୀୟ ନେତାମାନଙ୍କର ବିଶ୍ୱାସ ରହିଛି ସେପଟେ ରୁଦ୍ର ମହାରଥୀ ପୁଣି ଥରେ ବାପାଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବା ନେଇ ଦୋହରାଇଛନ୍ତି । ସେପଟେ ସବୁଠୁ ପଛରେ ପ୍ରାର୍ଥୀ ନିର୍ଦ୍ଧାରଣ କରିଥିଲେ ମଧ୍ୟ ଶେଷଦିନରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛି ସର୍ବପୁରାତନ ଦଳ କଂଗ୍ରେସ (Congress) ।  ନିଜ ସମର୍ଥକ ଓ ଭେଟେରାନ୍ ଦଳୀୟ ନେତାମାନଙ୍କ ଗହଣରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପୂର୍ବରୁ ନାମାଙ୍କନ ଭରି ପ୍ରଚାର ମୈଦାନରେ ଝାଳ ବୁହାଉଥିବା ବେଳେ କାଲିଠୁ କମ୍ପିବ ପିପିଲି ନିର୍ବାଚନ ମଣ୍ଡଳୀ (Pipili Constituency) । କାରଣ ଏବେ ଶଙ୍ଖ ଓ ପଦ୍ମ ଭିତରେ ଟକ୍କର ହେବ ସାମ୍ନାସାମ୍ନି। 

About the Author