ଖୋଲିବ ବିଦ୍ୟାଳୟ; ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ନେଇ ଉଠିଲା ପ୍ରଶ୍ନ
Advertisement
Article Detail0/zeeodisha/odisha949685

ଖୋଲିବ ବିଦ୍ୟାଳୟ; ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ନେଇ ଉଠିଲା ପ୍ରଶ୍ନ

 ରାଜ୍ୟରେ ଆସନ୍ତା ୨୬ ତାରିଖରୁ ଦଶମ, ଦ୍ବାଦଶ ଛାତ୍ରଛାତ୍ରୀଙ୍କ ଲାଗି ଆରମ୍ଭ ହେବ ଶ୍ରେଣୀ ଗୃହ ପାଠପଢା।

ଖୋଲିବ ବିଦ୍ୟାଳୟ; ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଟିକା ନନେଇ ସ୍କୁଲ ଖୋଲିବ ହେଲେ ଟିକା ନେଇ କଲେଜ ମନା। ରାଜ୍ୟରେ ଦ୍ବିତୀୟ ଲହର କୋଭିଡ କଟକଣା ଭିତରେ ଆସନ୍ତା ୨୬ ତାରିଖ ସୋମବାର ଠାରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହ ପାଠପଢା ଆରମ୍ଭ ହେବ। ହେଲେ ଉଭୟ ୟୁଜି ପିଜି ଛାତ୍ରଛାତ୍ରୀଙ୍କ ପ୍ରତି ଉଚ୍ଚଶିକ୍ଷା ବିଭାଗର ନିଘା ନାହିଁ। 

ଟିକା ପାଇଁ ଯୋଗ୍ୟ ନହୋଇ କୋଭିଡ ଭୟ ମଧ୍ୟରେ କୋମଳମତି ଛାତ୍ରଛାତ୍ରୀ ସ୍କୁଲ ଆସିବେ ଅଥଚ ଯୋଗ୍ୟ ବିବେଚିତ ୧୮ ବର୍ଷରୁ ଉର୍ଦ୍ଧ୍ବ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ କେବେ ଖୋଲିବ ତାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତ ସମୂହ ଭାବେ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ଦାବି କରିଛନ୍ତି।

Also Read: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଠ ପଢିବେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଶିକ୍ଷା ବିଭାଗର ଅଜବ ନୀତି। ସ୍କୁଲ୍ କୁ ହଁ, କଲେଜ କୁ ନା। କିଏ ନେଇଛି ଟିକା, ଆଉ କାହା ପାଇଁ ବ୍ୟବସ୍ଥା! ସ୍କୁଲ ପରେ କେବେ ପଡିବ କଲେଜ ପାଳି? ରାଜ୍ୟରେ ଆସନ୍ତା ୨୬ ତାରିଖରୁ ଦଶମ, ଦ୍ବାଦଶ ଛାତ୍ରଛାତ୍ରୀଙ୍କ ଲାଗି ଆରମ୍ଭ ହେବ ଶ୍ରେଣୀ ଗୃହ ପାଠପଢା। ସ୍କୁଲ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ତଥା ଅନଲାଇନ ପାଠପଢାର ଦୂରାବସ୍ଥାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଏସଓପି ଆଧାରରେ ସ୍କୁଲ ଖୋଲିବାକୁ ସ୍ଥିର କରାଯାଇଛି। 

Also Read: ସ୍କୁଲ କଲେଜରେ ପଢାଯିବ ବିପର୍ଯ୍ୟୟ ମୁକାବିଲା ପାଠ; ପିଲାଏ ପଢିବେ ଆଉ ଲଢିବେ

ହେଲେ ୧୮ ବର୍ଷରୁ ଉର୍ଦ୍ଧ୍ବ କଲେଜ ଛାତ୍ରଛାତ୍ରୀ (College Student) ଟିକା ନେବା ପରେ ମଧ୍ୟ ମାସାଧିକ କାଳ କ୍ଲାସ୍ ରୁମ୍ ପାଠପଢାରୁ (Classroom Teaching) ଦୂରରେ ଅଛନ୍ତି। ବର୍ତ୍ତମାନ ସମୟରେ ସରକାର ଟିକାକାରଣକୁ (Covid19 Vaccination Drive) ପ୍ରାଧାନ୍ୟ ଦେଉଥିବା ବେଳେ କଲେଜ ଛାତ୍ରଛାତ୍ରୀ କିଏ ପ୍ରଥମ ତ କିଏ ସମ୍ପୂର୍ଣ୍ଣ କୋଭିଡ ଡୋଜ୍ ମଧ୍ୟ ନେଇସାରିଲେଣି ତଥାପି ସେମାନଙ୍କ ପାଇଁ କଲେଜ ଦ୍ବାର ମନା।  

Also Read: କଟକଣାରେ ଖୋଲିବ ସ୍କୁଲ-ହଷ୍ଟେଲ; ଟିକାକରଣରେ ଶିକ୍ଷକଙ୍କୁ ଗୁରୁତ୍ୱ ଦେବାକୁ ଦାବି

ଉଚ୍ଚଶିକ୍ଷା ବିଭାଗ (Odisha Higher Education Dept) ପକ୍ଷରୁ ଶୁକ୍ରବାର ଆୟୋଜିତ କୁଳପତି ସମ୍ମିଳନୀରେ ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିବା ନେଇ କୌଣସି ଘୋଷଣା ହୋଇନାହିଁ। ରାଜ୍ୟରେ ଗୋଟିଏ ପଟେ ଦ୍ବିତୀୟ ଲହର କଟକଣା କୋହଳ ହେଉଥିବା ବେଳେ ପୁଣି ତୃତୀୟ ଲହର ଆସିବା ନେଇ ଆଉ ଏକ ସମ୍ଭାବନା ସୃଷ୍ଟି ହୋଇଛି। ହେଲେ କଟକଣା ଭିତରେ କେବଳ ଅନଲାଇନ ପାଠ ପଢାରେ ବାନ୍ଧିହୋଇ ମୁକୁଳି ପାରୁନାହାଁନ୍ତି ଉଚ୍ଚଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ। ଯାହାକୁ ନେଇ ଅଭିଭାବକ, ଶିକ୍ଷାବିତ୍ ମହଲରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି।  

Also Read: Online Teaching ପରେ ଏବେ ଘର ଘର ବୁଲି ଆରମ୍ଭ ହେବ ଶିକ୍ଷାଦାନ

ଏବେ ଅପେକ୍ଷା ରାଜ୍ୟ ସରକାର ତଥା ଉଚ୍ଚଶିକ୍ଷା ବିଭାଗର କେବେ ନିଦ ଭାଙ୍ଗୁଛି। ଛାତ୍ରଛାତ୍ରୀଙ୍କ ଲାଗି କଲେଜ, ବିଶ୍ବବିଦ୍ୟାଳୟ ଦ୍ବାର କେବେ ଫିଟୁଛି।